୫ଦଫା ଦାବୀ ନେଇ ଜନଶକ୍ତି ପାର୍ଟି କରିବ ସଚେତନତା ଯାତ୍ରା

blank

ପଟ୍ଟାମୁଣ୍ଡାଇ ତା ୧୬/୨-ଓଡିଶାର ବିଭିନ୍ନ ସମସ୍ୟା ନେଇ ଜନଶକ୍ତି ପାର୍ଟି ସ୍ୱର ଉତ୍ତୋଳନ କରିବା ସହିତ ଆନ୍ଦୋଳନ କରିଆସୁଛି ।  ସମ୍ପ୍ରତି ୫ଦାବୀ ଦାବୀ ନେଇ ଏକ ଜନ ସଚେତନତା ଯାତ୍ରା କରିବାକୁ ପାର୍ଟି ଯୋଜନା କରିଛି । ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ଆଡ଼ଭୋକେଟ ପ୍ରଦୀପ ଦାଶ କହିଛନ୍ତି ଯେ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ସୁଧମୁକ୍ତ ଶିକ୍ଷା ଋଣ,ଅନେକ ରାଜ୍ୟରେ ବିଦ୍ୟୁତ ବିଲ ଛାଡ଼ ହୋଇଥିବାରୁ ଓଡିଶା ବଳକା ବିଦ୍ୟୁତ ରାଜ୍ୟ ହୋଇଥିବାରୁ ବକେୟା ବିଦ୍ୟୁତ ବିଲ ଛାଡ଼,ଦରଦାମ ବୃଦ୍ଧି ନିୟନ୍ତ୍ରଣ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ସର୍ବୋପରି ଉତ୍କଳମଣି ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଭାରତରତ୍ନ ପ୍ରଦାନ ଆଦି ୫ଦଫା ଦାବୀ ନେଇ ଜନଶକ୍ତି ପାର୍ଟି ପକ୍ଷରୁ ଆସନ୍ତା ଏପ୍ରିଲ ୧ତାରିଖରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନରୁ ଏକ ଜନସଚେତନତା ରଥ ସାରା ରାଜ୍ୟ ପରିକ୍ରମା କରିବ ବୋଲି ରାଜ୍ୟ ସଭାପତି ଆଡ଼ଭୋକେଟ ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।

Next Post

ପରୀକ୍ଷା ସମୟରେ ବିଦ୍ୟାଳୟ ପରିସର କିମ୍ବା ଖେଳପଡିଆକୁ କେହି ବ୍ୟବହାର କରିପାରିବେନି : ଜିଲ୍ଲାପାଳ

Sun Feb 16 , 2025
କେନ୍ଦ୍ରାପଡା,୧୬ା୨: ଆସନ୍ତା ମାଟ୍ରିକ ପରୀକ୍ଷା ଦୃଷ୍ଟିରୁ ଜିଲ୍ଲାର କୈାଣସି ବିଦ୍ୟାଳୟର ଶ୍ରେଣୀଗୃହ, ବିଦ୍ୟାଳୟ ପରିସର କିମ୍ବା ଖେଳପଡିଆକୁ କେହି କ୍ରୀଡା ବା ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ବ୍ୟବହାର କରିପାରିବେନି ବୋଲି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଏକ ନିର୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦେଶନାମାରେ କୁହାଯାଇଛି ଯେ ଚଳିତ ଫେବୃୟାରୀମାସ ୧୮ତାରିଖରୁ ଆସନ୍ତା ମାର୍ଚ୍ଚମାସ ୨୭ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟର ମାଟ୍ରିକ ଏବଂ ଅନ୍ୟାନ୍ୟ ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ସେହି ସମୟ ମଧ୍ୟରେ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading