ଗରାପୁର ହନୁମାନ ମନ୍ଦିରରେ ଶ୍ରୀରାମ ନବମୀ ମହାସମାରୋହରେ ପାଳିତ

blank
କେନ୍ଦ୍ରାପଡ଼ା, ୬ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ମହାବୀର ଆଶ୍ରମ ହନୁମାନ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଶୁଭ ଜନ୍ମ ମହୋତ୍ସବ ଶ୍ରୀରାମ ନବମୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ନବଦିନ ବ୍ୟାପୀ ପ୍ରତ୍ୟେହ ସକାଳେ ଓ ଅପରାହ୍ନରେ ଶ୍ରୀରାମଚରିତ ମାନସ ପାରାୟଣ, ତୁଳସୀ ରାମାୟଣ ପାରାୟଣ ଓ ସନ୍ଧ୍ୟାରେ ବିଭିନ୍ନ ସାଧୁସନ୍ଥ ଏବଂ ବିଜ୍ଞ ପ୍ରବଚକମାନଙ୍କ ଦ୍ୱାରା ଶ୍ରୀରାମ କଥାମୃତ୍ତ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ବୀର ହନୁମାନଜୀଉଙ୍କ ପବିତ୍ର ଜନ୍ମୋତ୍ସବ ମଧ୍ୟ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି। ରବିବାର ସକାଳେ ମହାବୀର ଆଶ୍ରମର ପ୍ରତିଷ୍ଠାତା ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ମୂର୍ତ୍ତିକୁ ଏକ ସୁସଜ୍ଜିତ ଗାଡିରେ ନିଆଯାଇ କପାଳେଶ୍ୱର ଓ ଗୁଲନଗର ପଞ୍ଚାୟତ ସମେତ କେନ୍ଦ୍ରାପଡା ସହର ପରିକ୍ରମା କରାଯାଇଥିଲା। ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ପହଞ୍ଚି ହନୁମାନଜୀଉ ଓ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କୁ ଦର୍ଶନ କରିବା ସହିତ ଆଶ୍ରିର୍ବାଦ ଭିକ୍ଷା କରିଥିଲେ। ସେହି ଅନୁଯାୟୀ ବାବାଜୀ ସତ୍ୟାନନ୍ଦ ଦାସ, ବାବାଜୀ ଅମୃତାନନ୍ଦ ଦାସ, ମଙ୍ଗଲ ଦାସ ମହାରାଜ, କୁନି ପ୍ରବଚକ କେଶବ ଦାସ ଦ୍ୱିତୀକୃଷ୍ଣ ପ୍ରମୁଖ ପ୍ରବଚକ ଭାବେ ଯୋଗଦେଇ ଶ୍ରୀରାମଙ୍କ ଅବତାରଣ କାରଣ, ବାଲ୍ୟଲୀଳା, ଶ୍ରୀରାମ ଲକ୍ଷ୍ମଣ ଓ ବିଶ୍ୱାମିତ୍ରଙ୍କ ସହିତ ଜନକପୁରୀରେ ପ୍ରବେଶ, ଶିବଧନୁ ଭଙ୍ଗ, ଶ୍ରୀରାମ ଜାନକୀ ବିବାହ ଓ ଅଯୋଦ୍ଧା ଲୀଳା, ଶ୍ରୀରାମଙ୍କ ରାଜ୍ୟାଭିଷେକ, ରାମ ରାଜ୍ୟ ବର୍ଣ୍ଣନ, ଗରୁଡ ଓ କାକଭୂଷଣ୍ଡ ସମ୍ବାଦ ତଥା ଉତ୍ତର ରାମାୟଣ କଥା ଉପରେ ପ୍ରବଚନ ପ୍ରଦାନ କରିଥିଲେ ବୋଲି ଆଶ୍ରମ ପକ୍ଷରୁ ମନ୍ଦିର ପରିଚାଳନା କମିଟି ସଭାପତି ବାବାଜୀ ଚେତନାନନ୍ଦ ଦାସ ସୂଚନା ଦେଇଛନ୍ତି। ଏଥିସହିତ ନାମ ସଙ୍କୀର୍ତ୍ତନ, ଭଜନ ଓ କୀର୍ତ୍ତନ ମଧ୍ୟ ପରିବେଷଣ କରାଯାଇଥିଲା।

Next Post

ପଟ୍ଟାମୁଣ୍ଡାଇ ଭାଜପା କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ

Sun Apr 6 , 2025
ପଟ୍ଟାମୁଣ୍ଡାଇ ୬/୪-ରାଷ୍ଟ୍ର ସେବା ପାଇଁ ସମର୍ପିତ ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ୪୬ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ଭାଜପା କର୍ଯ୍ୟଳୟ ଠାରେ ଯୁବନେତା ଶଶିକାନ୍ତ ସ୍ୱାଇଁ ଓ ପୂର୍ବତନ ନଗର ସଭାପତି ରାହାଶ ବାହାରୀ ଦାଶଙ୍କ ସଭାପତିତ୍ୱରେ ଦଳୀୟ କାର୍ମକର୍ତାଙ୍କ ଉପସ୍ଥିତିରେ ରବିବାର ଦଳର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଉପଲକ୍ଷେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading