
ଭାରତରେ, ପ୍ରତ୍ୟେକ ରାଜ୍ୟର ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ରାଜ୍ୟର ଜନସଂଖ୍ୟା ଏବଂ କ୍ଷେତ୍ରଫଳ ଆଧାରରେ ନିର୍ଣ୍ଣୟ କରାଯାଏ। ଏହି ବିଧାୟକମାନେ ସେମାନଙ୍କ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କୁ ପ୍ରତିନିଧିତ୍ୱ କରନ୍ତି ଏବଂ ନିଜ ଅଂଚଳର ସମସ୍ୟା ବିଧାନସଭା ଅଧିବେଶନରେ ଆଗତ କରନ୍ତିା ରାଜ୍ୟ ସରକାରଙ୍କ ନୀତି ଏବଂ ଆଇନ ପ୍ରଣୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସେହିପରି ଏକ ସଂସଦୀୟ କ୍ଷେତ୍ରରେ ମଧ୍ୟ ଜଣେ ସାଂସଦ ନିଜ ଅଂଚଳର ସମସ୍ୟା ସଂସଦରେ ଆଗତ କରିଥାନ୍ତି । ମାତ୍ର ଆଜିକାଲି ଜନପ୍ରତିନିଧି ନିଜ ଅଂଚଳ ବିଷୟରେ ଅଜ୍ଞ ରହି ସମସ୍ୟା ପ୍ରତି ଧ୍ୟାନ ଦେଉିନାହାଁନ୍ତି । କେବଳ ନିଜନିଜ ଦଳିୟ କାର୍ଯ୍ୟ ପ୍ରତି ଧ୍ୟାନ ଦେବା ତାଙ୍କର ପ୍ରମୁଖ କାମରୁ ଗୋଟିଏ ହୋଇଥିବା ବେଳେ ରିବନ କଟା, ଗାମୁଛା ପକା, ଚା ପେ ଖଟି,ନାସ୍ତାପେ ମିଟିଙ୍ଗ, ଏକୋଇସିଆ ଠାରୁ ଆରମ୍ଭ କରି ଶ୍ରଦ୍ଧାଞଳି ସଭାରେ ସମୟ ଅତିବାହିତ କରନ୍ତି । ସାଧାରଣ ଜନତାଙ୍କୁ ବିଭ୍ରାନ୍ତକରି ପଦଯାତ୍ରା, ଗଣଦୌଡ, ସଂସଦ କ୍ରିଡା, ମେଳା, ଅନଶନ, ସଭାରେ ବ୍ୟସ୍ତ ରୁହନ୍ତି । ନିଜ ଅଂଚଳର ଅର୍ଥନୀତୀ ଉପରେ ଜ୍ଞାନ ନଥିବାରୁ ସେମାନେ ସେ ସବୁ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ବେକାରୀ ଦୃରିକରଣ ପ୍ରତି ତାଙ୍କର ଅଭିଜ୍ଞନ୍ତା ନଥିବାରୁ ସେଥିପ୍ରତି କୌଣସି ଯୋଜନା ପ୍ରତିହତ କରିପାରନ୍ତି ନାହିଁ କି ବିଧାନସଭା କି ସଂସଦରେ ଆଗତ କରନ୍ତି ନାହିଁ । ଓଡିଶା ଏକ କୃଷି ପ୍ରଧାନ ଅଂଚଳ ଭାବେ ପରିଚିତ ହୋଇଥିବା ଶିଲ୍ପ ବିହିନ କେନ୍ଦ୍ରାପଡା ଜିଲାରେ ପ୍ରାୟ ୮୦ ପ୍ରତିଶତ ଲୋକଙ୍କ ଅର୍ଥନୀତି କୃଷ୍ି ଉପରେ ନିର୍ଭରଶିଳ । ଅତିତରେ ଏହି ଅଂଚଳରେ ୩ ଫସଲି ଫସଲ ହୋଇଆସୁଥିଲା । କୃଷିଯାତରେ ବଳକା ଅଂଚଳ ଭାବେ ପରିଚିତ ଥିଲା । ସଂପ୍ରତି ଚାଷୀ ଜଳସେଚନ ସୁବିଧାରୁ ବଂଚିତ ହୋଇ ଯେଉଁ ଫସଲ ପଳାଉଛି ସେଥିରେ ନିଜର ଗୁଜୁରାଣ ମେଂଟାଇବା ସମ୍ଭବପର ହେଉନାହିଁ । ଫଳରେ ସେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଆଉ ଶିକ୍ଷିତ ଯୁବ ବର୍ଗ କୃଷିକୁ ଜୀବିକା କରି ଜୀବନ ଧାରଣ କରାଯାଇପାରିବା ତାଙ୍କ ଲକ୍ଷ୍ୟ ଠାରୁ ବହୁ ଦୂରରେ ରହୁଛି । ଫଳରେ ଉଚ୍ଚ ଶିକ୍ଷିତ ଯୁବତୀଯୁବକ ମାନେ କର୍ମ ସଂସ୍ଥାନ ନାଁରେ ଦେଶାନ୍ତରଣ ହେଉଛନ୍ତି । ମାତ୍ର ଆମର ଜନ ଜନପ୍ରତିନିଧି ମାନେ ଭାଷଣ ବାଜିରେ କୁହନ୍ତି କେନ୍ଦ୍ରାପଡା ଯେ କେତେ ସମୃଦ୍ଧ ତାହା କଳ୍ପନା କରିବା ସାଧାରଣ ପକ୍ଷେ କଷ୍ଠକର । ଆମେ ଯେଉଁ ଦେଶକୁ ଯିବା ସେଠାରେ କେନ୍ଦ୍ରାପଡାର ଲୋକଙ୍କ ଉପସ୍ଥତି ପାଇବା ସହିତ କେନ୍ଦ୍ରାପଡାକୁ ଦେଖିପାରିବା । ମାତ୍ର କେନ୍ଦ୍ରାପଡାର ଉଚ୍ଚ ଶିକ୍ଷିତ ଯୁବତୀଯୁବକ ମାନେ କର୍ମ ସଂସ୍ଥାନ ନପାଇ ଦାଦନ ନାଁରେ ଦେଶାନ୍ତରଣ ହେବା ଏକ ଦେଶ ପ୍ରତି କେତେ ବିପଦ ସୃଷ୍ଟି କରେ ତାହା ଆମ ଜନପ୍ରତିତ୍ନଧି ଭଲ ଭାବରେ ଜାଣିଥିଲେ ବି ଅଜଣା ଢୁଙ୍ଗ କରନ୍ତି । ଏପରି ଜନପ୍ରତିତ୍ନଧି ମାନଙ୍କ ଦୃଷ୍ଠିଭଙ୍ଗି ହାଟରେ ପଡି ପଦାରେ ଗଡୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି
କୃଷକ ନେତା ଦାଶରଥି ସାହୁ, ବିଜୟ ଦାସ କୁହନ୍ତି କେନ୍ଦ୍ରାପଡା ଜିଲା ଏକ କୃଷି ପ୍ରଧାନ ଅଂଚଳ ଭାବେ ପରିଚିତ । ପରମ୍ପରା କ୍ରମେ ଅଂଚଳବାସୀ କୃଷିକୁ ପ୍ରାଧାନ୍ୟ ଦେଇଆସୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଏହି ଅଂଚଳର ଚିର ସହଚର । ଗତ କିଛି ବର୍ଷହେବ ଚାଷୀ ଜଳସେଚନର ସମସ୍ୟା ଜନିତ କୃଷି କାର୍ଯ୍ୟରେ ହତାଶ ହେବାକୁ ପଡୁଛି। ପଟ୍ଟାମୁଣ୍ଡାଇ ଓ ଗୋବରୀ କେନାଲରେ ଦେଇ ପ୍ରବାହିତ ଜଳ କ୍ଷେତରେ ପହଁଚି ପାରୁନି । ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ଅଧିକାଂଶ ଚାଷଜମିକୁ ଜଳ ପରିଚାଳନା ହୋଇପାରୁ ନ ଥିବାରୁ ଚାଷୀମାନେ ଆବଶ୍ୟକ ସମୟରେ ଜଳସେଚନ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାଦ୍ୱାରା ଧାନ, ପନିପରିବା ଆଦି ଚାଷୀ ସେତେଟା ଲାଭବାନ ହୋଇପାରୁ ନାହିଁ। ସ୍ଥିତିକୁ ଅନୁଧ୍ୟାନ କଲେ ଏହି ଅଂଚଳରେ ଭିନ୍ନ ଭିନ୍ନ କିଷମର ରବି ଚାଷ ବୁଡ଼ିଯାଇଛି । ଫଳରେ ଚାଷୀ ଚାଷ ପ୍ରତି ବିମୁଖ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ବିଶେଷକରି ଚାଷୀମାନଙ୍କ ଜଳସେଚନ ସମସ୍ୟାର ସମାଧାନ ପାଇଁ ନେତାମାନେ କ’ଣ କରିପାରିବେ ତାକୁ ନେଇ ପ୍ରଶ୍ନ କରୁଛନ୍ତି। ସଂପ୍ରତି ଚାଷୀ ଜଳସେଚନ ସୁବିଧାରୁ ବଂଚିତ ହୋଇବହୁ ଚାଷି ରବି ଚାଷ ବନ୍ଦ କରିଦେଇଥିବା ବେଳେ ଅନେକ ଜମି ଖରିଫ ଚାଷରେ ପଡିଆ ରହୁଛି ।
