ବିଧାନସଭାରେ ଉଠିଲା ପଟ୍ଟାମୁଣ୍ଡାଇ ରିଂ ରୋଡ଼ ଓ ଭିତରକନିକା ପ୍ରସଙ୍ଗ

blank
ପଟ୍ଟାମୁଣ୍ଡାଇ ତା ୨୯/୧୧- ରାଜ୍ୟ ବିଧାନସଭାରେ ଆଜି ପଟ୍ଟାମୁଣ୍ଡାଇ ରିଂ ରୋଡ଼ ଓ ବିଶ୍ୱ ପ୍ରସିଦ୍ଧ ଭିତରକନିକା ରାସ୍ତା ନିର୍ମାଣ ପ୍ରସଙ୍ଗ ଉତଥାପିତ ହୋଇଛି । ପଟ୍ଟାମୁଣ୍ଡାଇ ଆଳି ରାଜନଗର ଓ ରାଜକନିକା ବ୍ଲକର କେନ୍ଦ୍ରସ୍ଥଳ ଓ ବିଶ୍ୱ ପ୍ରସିଦ୍ଧ ଭିତରକନିକାର ପ୍ରବେଶ ଦ୍ୱାର ସର୍ବୋପରି ଓଡିଶାର ପ୍ରମୁଖ ବାଣିଜ୍ୟକ ପେଣ୍ଠ ପଟ୍ଟାମୁଣ୍ଡାଇରେ ଟ୍ରାଫିକ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ପଟ୍ଟାମୁଣ୍ଡାଇ ସମେତ ଆଖ ପାଖ ବିଭିନ୍ନ ଅଂଚଳର ଲୋକମାନଙ୍କୁ ଉତ୍କଟ ଟ୍ରାଫିକ ସମସ୍ୟାରୁ ମୁକ୍ତି ଦେବା ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁ ଆଜି ରାଜ୍ୟ ବିଧାନସଭାରେ ପଟ୍ଟାମୁଣ୍ଡାଇ ରିଂ ରୋଡ ନିର୍ମାଣ ପ୍ରସଙ୍ଗ ଉତଥାପନ କରି ସରକାର ଓ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଜବାବ ମାଗି ଥିଲେ । ଏଥି ସହିତ ପଟ୍ଟାମୁଣ୍ଡାଇ – ଡ଼ାଙ୍ଗମାଳ – ଭିତରକନିକା ୫୪କିମି ରାସ୍ତା ନିର୍ମାଣ ତ୍ୱରାନ୍ୱିତ କରିବାକୁ ସରକାର କଣ ପଦକ୍ଷେପ ନେଇଛନ୍ତି ସରକାର ଓ ବିଭାଗୀୟମନ୍ତ୍ରୀଙ୍କ ଠାରୁ ଜବାବ ମାଗି ଥିଲେ । ବିଧାୟକ ଶ୍ରୀ ସାହୁଙ୍କ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ସରକାର ଏହି ଦୁଇଟି ପ୍ରସଙ୍ଗରେ ସଚେତନ ଅଛନ୍ତି ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରକାଶ କରିଥିଲେ ।

Next Post

ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ଆଲୋଚନାଚକ୍ର

Sat Nov 29 , 2025
ପଟ୍ଟାମୁଣ୍ଡାଇ ତା ୨୯/୧୧- ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ଚାପ ନିୟଂତ୍ରଣ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଭଦ୍ରକ ସ୍ୱୟଂ ଶାସିତ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଶ୍ରଦ୍ଧାଞ୍ଜଳି ସାହୁ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ବିଷୟ ଭିତ୍ତିକ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading