
ପଟ୍ଟାମୁଣ୍ଡାଇ ୭/୮- କେନ୍ଦ୍ରାପଡା ଜିଲା ରାଜନଗର ବନଖଣ୍ଡ ବିଭାଗ ଅଧିନ ପଟ୍ଟାମୁଣ୍ଡାଇ ତୋରୋହି ଗ୍ରାମରେ ଗୁରୁବାର ସଂଦ୍ଧ୍ୟାରେ ପାଗଳା ଶିଆଳ ଆତଙ୍କ ଖେଳାଇଛି । ପାଗଳ ଶିଆଳ କାମୁଡାରେ ୧୭ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଶିଆଳ ଭୟରେ ଅଂଚଳର ଲୋକମାନେ ଭୟଭୀତ ହୋଇ ଘରୁ ବାହାରିବା ପାଇଁ ଡରୁଛନ୍ତି। ରାସ୍ତାରେ ଯାଉଥିବା ସମୟରେ ହଠାତ ପାଗଳ ଶିଆଳ ଆସି ଆକ୍ରମଣ କରୁଛି । ଏଭଳି ଶିଆଳ ଆତଙ୍ଗ ରହିଥିବା ହେତୁ ଜନ ମାନସରେ କୋକୁଆ ଭୟ ଘେରି ରହିଛି । ଶିଆଳଟିକୁ ଗାଁ ଲୋକେ କାବୁ କରିବାକୁ ଚେଷ୍ଠାକରି ବିଫଳ ହେବାରୁ ବନଖଣ୍ଡ ବିଭାଗକୁ ଖବର ଦେଇଛନ୍ତିା ଆହତଙ୍କ ମଧ୍ୟରେ ଉଭୟ ମହିଳା ଓ ପୁରୁଷ ଅଛନ୍ତି।
