
କେନ୍ଦ୍ରାପଡା ୭ା୮: ଓଡିଶା ସ୍କୁଲ କଲେଜ ଶିକ୍ଷକ ସମନ୍ୱୟ ସମିତି ଆବାହକରେ କେନ୍ଦ୍ରାପଡା ଜିଲ୍ଲା ଶାଖା ତରଫରୁ ୪ ଦଫା ଦାବି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଥିଲା । ଜିଲ୍ଲା ଓଷ୍ଟାର ସଭାପତି ଅଶୋକ କୁମାର ପରିଡାଙ୍କ ସଭାପତିତ୍ୱରେ ସମନ୍ୱୟ ସମିତିର ଆବାହକ ତଥା ଜିଲ୍ଲା ଓଷ୍ଟା ସଂପାଦକ ଭଗବାନ ସାହୁ ପ୍ରତିବାଦ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିକ୍ଷକ ଶିକ୍ଷିକା କର୍ମଚାରୀ ମାନଙ୍କର ଦାବିକୁ ସମର୍ଥନ କରି ଟ୍ରେଡ୍ ୟୁନିୟନ ରାଜ୍ୟଉପସଭାପତି ଜଗତ ଜୀବନ ଦାସ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ପ୍ରାକ୍ତନ ବିଧାୟିକା କଂଗ୍ରେସ ନେତ୍ରୀ ଡ. ସିପ୍ରା ମଲ୍ଲିକ, ସି.ପି.ଆଇ ନେତା ରମଣୀ ରଞ୍ଜନ ରାଉତ ରାୟ, ଶ୍ରମିକ ନେତା ଅଜିତ୍ କୁମାର ପରିଡା, ପେନସନ୍ ସଂଘ ନେତା ନରୋତ୍ତମ ପାର୍ଥ ସାରଥି, ଶିକ୍ଷାବିତ୍ ତଥା ଜରିଆ ବାଡ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ କେଶବ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଶିକ୍ଷକ/ଶିକ୍ଷିକା କର୍ମଚାରୀ ମାନଙ୍କର କାର୍ଯ୍ୟ ଦାବିକୁ ତୁରନ୍ତ ପୂରଣ କରି ବିପର୍ଯ୍ୟସ୍ଥ ଶିକ୍ଷାବ୍ୟବସ୍ଥାକୁ ସଜାଡିବା ପାଇଁ ସରକାରଙ୍କୁ ଆହ୍ୱାନ କରିଥିଲେ । ରାଜ୍ୟ ଓଷ୍ଟା ସଂପାଦକ ପ୍ରଣବ କୁମାର ଜେନା, ଅଲୋଷ୍ଟା ରାଜ୍ୟ କାର୍ଯ୍ୟକାରୀ ସଭାପତି ଧନେଶ୍ୱର ପାତ୍ର, ଉପସଭାପତି ସୁଶାନ୍ତ କୁମାର ପ୍ରଧାନ, ଅବସର ପ୍ରାପ୍ତ ଶିକ୍ଷକ ସଂଘ ଜିଲ୍ଲା ସଭାପତି ନିତ୍ୟାନନ୍ଦ ପାଣି, ସଂପାଦକ ରମେଶ ଚନ୍ଦ୍ର ସାହୁ, ଅଣ ଅନୁଦାନ ପ୍ରାପ୍ତ ଶିକ୍ଷକ ନେତା ପଙ୍କଜ କୁମାର ବେହୁରା, ପ୍ରାକ୍ତନ ନେତୃତ୍ୱ ନାରାୟଣ ମିଶ୍ର ଅଧିକାରୀ ରାଧାକାନ୍ତ ଦାସ, ପରିବେଶବିତ୍ କାଶିନାଥ ରାଉତରାୟ, ପ୍ରାକ୍ତନ ଜିଲ୍ଲା ଓଷ୍ଟା ସଭାପତି ପ୍ରମୋଦ କୁମାର ବେହେରା, ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ସଭାପତି ବାବାଜି ଚରଣ ଦାସ, ଜିଲ୍ଲା ଓଷ୍ଟା ଯୁଗ୍ମ ସମ୍ପାଦକ ଅଲେଖ ଚନ୍ଦ୍ର ମହାନ୍ତି ଯୁଗ୍ମ ସଂପାଦକ ସରୋଜିନୀ ସ୍ୱାଇଁ, ଉପସଭାପତି ରୀନା ରାଉତ, ଉପସଭାପତି ବିଚିତ୍ର କୁମାର ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ମଧୁଚ୍ଛନ୍ଦା ଶର୍ମା, ସଦସ୍ୟ ମହେଶ୍ୱର ସାହୁ, ସନ୍ତୋଷ କୁମାର ବରାଳ, ଶିବ ପ୍ରାସଦ ବଳ, ୯ଟି ବ୍ଲକର ସମ୍ପାଦକ ଯଥା ଅରବିନ୍ଦ ନାୟକ, ଦେବରାଜ ନାୟକ, ଅକ୍ଷୟ କୁମାର ମହାନ୍ତି, ସମୀରଣ ମଣ୍ଡଳ, ନାରାୟଣ ଚନ୍ଦ୍ର ପଣ୍ଡା, ଗଗନ ବିହାରୀ ସୁତାର, ମଳୟ କୁମାର ପାଣି, ରଘୁନାଥ ଦାସ, ଡେରାବିଶ ବ୍ଲକ ସଭାପତି ପିତବାସ ପଣ୍ଡା, କେନ୍ଦ୍ରାପଡା ବ୍ଲକ ସଭାପତି ତପନ କୁମାର ଦାସ, ଜିଲ୍ଲା ଓଷ୍ଟା ଯୁଗ୍ମ ସମ୍ପାଦକ ଟିଟିକାନ୍ତ ନାୟକ, କାର୍ଯ୍ୟକାରୀ ସଦସ୍ୟ ବିଶ୍ୱଜିତ ଦାସ ପ୍ରମୁଖ ସରକାରଙ୍କୁ ତିବ୍ର ସମାଲୋଚନା କରିବା ସହ ତୁରନ୍ତ ଦାବି ସମୁହ ପୁରଣ ନ ହେଲେ ଅଗଷ୍ଟ ୧୬ତାରିଖରେ ଗାନ୍ଧୀମାର୍ଗରେ ୫୦ହଜାର ଶିକ୍ଷକ/ଶିକ୍ଷିକା କର୍ମଚାରୀମାନଙ୍କର ସମାବେଶ କରାଯାଇ ସରକାରଙ୍କୁ ଅଚଳ କରାଇବାକୁ ଚେତାବନୀ ଦେଇଥିଲେ । ଏହି ପ୍ରତିବାଦ ସଭାରେ ୫ଶହ ଉର୍ଦ୍ଧ ଶିକ୍ଷକ/ଶିକ୍ଷିକା ଓ କର୍ମଚାରୀମାନଙ୍କ ସହିତ ବିଭିନ୍ନ ସଂଗଠନର ବ୍ଲକ ସଭାପତି, ସମ୍ପାଦକ ସମେତ ବ୍ଲକ ଓ ଜିଲ୍ଲାର ନେତୃବୁନ୍ଦ ଯୋଗଦେଇଥିଲେ । ୪ଦଫା ସମ୍ମିଳିତ ଦାବି ସମୁହ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ ଓ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ଓଡିଶା ସରକାରଙ୍କୁ ପ୍ରଦାନ କରାଯାଇଥିଲା । ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଅଶୋକ କୁମାର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଗୁଡିକ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ ସହ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ/ଶିକ୍ଷିକା, କର୍ମଚାରୀମାନଙ୍କୁ ଚାକିରୀ ସର୍ତ୍ତାବଳୀ ସହ ପେନସନ ପ୍ରଦାନ, ନୂତନ ଅନୁଦାନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସହ ସରକାରୀକରଣ, ଅବସର ବୟସ ସୀମା ୬୦ ରୁ ୬୨ କୁ ବୃଦ୍ଧି ଓ ଗ୍ରେଡ ପେରେ ଥିବା ଅସଙ୍ଗତ ଦୂରୀକରଣ, ୨୦୦୪ ରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଉଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ଭାଇ ଭଉଣୀମାନଙ୍କୁ ଛଅଟି ନେସନାଲ୍ ଇନ୍କ୍ରିମେଣ୍ଟ ପ୍ରଦାନ ସହ ବରିଷ୍ଟତା ପ୍ରଦାନ ଓ ନୂତନ ପେନସନ ପରିବର୍ତ୍ତେ ପୁରାତନ ପେନସନ ସ୍କିମ ପୁନ୍ନ ପ୍ରଚଳନ ।
