ଛାତ୍ରୀ ଓ ନାରୀ ସୁରକ୍ଷା ପ୍ରସଙ୍ଗରେ ପଟ୍ଟାମୁଣ୍ଡାଇ ଛାତ୍ର-ଯୁବ ବିଜେଡି ପକ୍ଷରୁ ବିକ୍ଷୋଭ ଦାବି

blank
ପଟ୍ଟାମୁଣ୍ଡାଇ ୧୧/୮ -ଓଡ଼ିଶାରେ ନାରୀ ଅସୁରକ୍ଷିତ ହୋଇପଡ଼ିଥିବାବେଳେ ଦିନକୁ ଦିନ ଗାଁ ଠୁ ସହର, ବେଳାଭୂମିରୁ କ୍ୟାମ୍ପସ ସବୁଠି ନାରୀ ଅସୁରକ୍ଷିତ ମଣୁଛନ୍ତି। ଯୁବତୀ, ଛାତ୍ରୀ ଓ ମହିଳାମାନଙ୍କ ପ୍ରତି ନିର୍ଯାତନା ବଢ଼ି ଚାଲିଛି । ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯ୍ୟାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଭାଜପା ସରକାର ଅପରଗତାକୁ ବିରୋଧ କରି ସୋମବାର ପଟ୍ଟାମୁଣ୍ଡାଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ସ୍ଥାନୀୟ ଆଦର୍ଶ ଥାନା ଆଇଆଇସିଙ୍କୁ ପ୍ରଦାନ କରାଯାଇଛି।
ପଟ୍ଟାମୁଣ୍ଡାଇ ଯୁବ ଓ ଛାତ୍ର ବିଜୁ ଜନତା ଦଳର ସଦସ୍ୟମାନେ ସ୍ଥାନୀୟ ହରପାର୍ବତୀ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହରି ଡାକବଙ୍ଗଳା ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗତ ୧୩ ମାସର ଭାଜପା ସରକାରରେ ସମଗ୍ର ରାଜ୍ୟ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଘଟିଥିବା ସାଙ୍ଗକୁ ଛାତ୍ରୀ ଓ ମହିଳାମାନେ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡ଼ିଥିବା ଅଭିଯୋଗ କରିଥିଲେ । ସେଠାରେ ଭାଜପା ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନର ନାରା ଦେବା ସହ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶିକ୍ଷାମନ୍ତ୍ରୀ ଶୁର୍ଯ୍ୟବଂଶି ସୂରଜଙ୍କ କୁଶପୁତଳିକା ଦାହା କରିଥିଲେ । ପରେ ନଗର ଯୁବବିଜେଡି ସଭାପତି ଅଶୋକ ଧଳଙ୍କ ଅଧ୍ୟକ୍ଷତରେ ଅନୁଷ୍ଟିିତ ପ୍ରତିବାଦ ସଭାରେ ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ହେଉ କି ଗୋପାଳପୁର ବିଚ୍‌ରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ପୁରୀ ଜିଲ୍ଲା ବଳଙ୍ଗାରେ ଏକ ନାବାଳିକାକୁ ଜିଅନ୍ତା ଜାଳିଦେବା ଘଟଣା ପରେ ଏବେ ସ୍ଥାନୀୟ ବଡପଡା କଲେଜ ଛାତ୍ରୀଙ୍କ ଭିଡିଓ ଭାଇରାଲ ଓ ବ୍ଲକମେଲ ନେଇ ୬ ମାସ ତଳେ ହୋଇଥିବା ଅଭିଯୋ ଉପରେ ପୋଲିସର ଶୁନ୍ୟ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜଣେ ନିରିହଛାତ୍ରୀର ଜୀବନ ଦିପ ଲିଭିଗଲା । ଏହି ଭଳି ରାଜ୍ୟର ବିଭିନ୍ନ ଅଂଚଳରେ ଘଟୁଥିବା ଛାତ୍ରୀ ଓ ନାରୀ ବିରୋଧୀ ଘଟଣାର ବିଜେଡି ଛାତ୍ର ଓ ଯୁବ ପକ୍ଷରୁ ପ୍ରତିବାଦ କରାଯାଇଛି। ଏହି ସମସ୍ତ ଘଟଣାରେ ଯେଉଁମାନେ ଦୋଷୀ ଅଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଯଦି ଦାବି ପୂରଣ ନହୁଏ ଆଗାମୀ ଦିନରେ ବିଜେଡି ଯୁବ ଛାତ୍ରୀଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଯୁବନେତା ବାବନ ସାହୁ, ଛାତ୍ର ସଭାପତି ଦେବାଶିଷ ନାୟକ, ଚନ୍ଦ୍ରଶେଖର ରାଉତ, ଛାତ୍ରନେତା ବିପୁଲ ପାଢ଼ୀ, କ୍ୟାମ୍ପସ ସଭାପତି ଅନମୋଲ ରାଉତ, ଜ୍ୟୋତି ପ୍ରକାଶ ସାମଲ, ଆଶୁତୋଷ ସାମଲ, ସୌଭାଗ୍ୟ ଦାଶ, ପ୍ରଦୀପ ବିଶ୍ୱାଳ, ସୌରଭ ନାୟକ, ଅଭିରାମ ସ୍ୱାଇଁ, ଅସୀମ ମହାନ୍ତି, ସୁବୋଧ ମଲ୍ଲିକ, ସମରେଶ ମହାନ୍ତି, ନୟନ ଗିରିଙ୍କ ସହ ଛାତ୍ର ନେତାମାନେ କହିଛନ୍ତି। ପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନରେ ପହଁଚି ଅଇଆଇସି ବନ୍ଦନା ପାତ୍ରଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।

Next Post

‘ତୁଳସୀ କ୍ଷେତ୍ର ମାହାତ୍ମ୍ୟ’ ଫଟୋ ପଦର୍ଶନୀ

Mon Aug 11 , 2025
କେନ୍ଦ୍ରାପଡା,୧୧ା୮: ‘ତୁଳସୀ କ୍ଷେତ୍ର ମାହାତ୍ମ୍ୟ’ ଆଧାରରେ ମହାପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦିବ୍ୟଲିଳା ପଟୋଚିତ ପ୍ରଦର୍ଶନୀ ସ୍ନାନମଣ୍ଡପ ଉପରେ ମହାପ୍ରଭୁଙ୍କ ୨୨ଗୋଟି ଦିବ୍ୟ ବେଶ ଓ ପ୍ରାଚିନ କ୍ଷେତ୍ର ଉପାଖ୍ୟାନ ଲିଖିତ ୍ର ପଦର୍ଶିତ ହୋଇଥିଲା । ଶ୍ରୀବଳଦେବଜୀଉଙ୍କର ପବିତ୍ର ଜନ୍ମଭିଷେକ ନୀତି ପାଳନ ହେବା ଅବସରରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସୁବର୍ଣ୍ଣ ଅଳଙ୍କାର ପ୍ରସ୍ତୁତ କମିଟି ଦ୍ୱାରା ପ୍ରସ୍ତୁତ ଏକ ପରିକଳ୍ପିତ ସୁବର୍ଣ୍ଣ ବେଶର ଏକ ସୁନ୍ଦର ଅକର୍ଶଣୀୟ ସଦୃଶ୍ୟ ନମୁନା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading