ଯୌନ ଉତ୍ପୀଡ଼ନ ଆଇନ ୨୦୧୩ କାର୍ଯକାରୀତା ନେଇ ବୈଠକ

blank
କେନ୍ଦ୍ରାପଡ଼ା, ୨୨ା୭: ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ନବକ୍ରିଷ୍ଣ ଜେନାଙ୍କ କାର୍ଯ୍ୟାଳୟ କକ୍ଷରେ ଯୌନ ଉତ୍ପୀଡ଼ନ( ନିବାରଣ,ନିଷେଧ ଓ ପ୍ରତିକାର) ଆଇନ-୨୦୧୩ ର କାର୍ଯକାରୀତାକୁ ନେଇ ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନାର ପ୍ରକାର ଭେଦ, ଏହାର ପ୍ରଭାବ, ଅଭିଯୋଗ କରିବାର ପ୍ରକ୍ରିୟା, ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ, ଦଣ୍ଡବିଧାନ ବ୍ୟବସ୍ଥା ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ କାର୍ଯ୍ୟାଳୟରେ ତୁରନ୍ତ କମିଟି ଗଠନ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭାରତୀ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Next Post

ସ୍ୱାସ୍ଥ୍ୟସେବାର ବାହାକ ଆୟୁଷ୍ମାନ ମନ୍ଦିର: ସ୍ୱାସ୍ଥ୍ୟମନ୍ତ୍ରୀ ଗରିବ ରୋଗୀଙ୍କୁ ମାଗଣାରେ ମିଳିବ ୧୨୦ପ୍ରକାର ଔଷଧ

Tue Jul 22 , 2025
କେନ୍ଦ୍ରାପଡ଼ା,୨୨ା୭: ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ବାହାକ ସାଜିବ ଆୟୁଷ୍ମାନ ସ୍ୱାସ୍ଥ୍ୟ ମନ୍ଦିର। ଗାଁ ଗାଁରେ ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସ୍ୱାସ୍ଥ୍ୟ ମନ୍ଦିରର ପ୍ରମୁଖ ଉଦ୍ଦେଶ୍ୟ। ସେହିପରି ଏହି ସ୍ୱାସ୍ଥ୍ୟ ମନ୍ଦିରରେ ମଧୁମେହ, ରକ୍ତ ସର୍କରା, ରକ୍ତଚାପ ଭଳି ୧୨୦ ପ୍ରକାର ଔଷଧ ମାଗଣାରେ ମିଳିବ। ତେଣୁ ଗରିବ ରୋଗୀମାନଙ୍କୁ ଏଣିକି କୌଣସି ରୋଗ ପାଇଁ ଔଷଧ ଦୋକାନରୁ ଔଷଧ କିଣିବାକୁ ପଡିବ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡା. […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading