ପାରମ୍ପରିକ ସଂସ୍କୃତିକ ଦଳକୁ ସାମିଲ କରଇବାକୁ

ଗଣେଶପୂଜା ପାଇଁ ଶାନ୍ତି କମିଟି ବୈଠକ

blank
କେନ୍ଦ୍ରାପଡ଼ା,୧୮ା୮:ଚଳିତ ଗଣେଶ ପୂଜା କେନ୍ଦ୍ରାପଡ଼ା ସହରରେ ଶାନ୍ତି ଓ ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଏକ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ଜିଲ୍ଲାପାଳ ରଘୁରାମ ଆର ଆୟାର, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ,ଏଡିପିଏଚଓ ଡା. ସଚ୍ଚିଦାନନ୍ଦ ମିଶ୍ର, କେନ୍ଦ୍ରାପଡ଼ା ବିଡିଓ ଅଭିଷେକ ସ୍ୱାଇଁ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଜ୍ୟୋତି ରଞ୍ଜନ ଗୌଡାଙ୍କ ସମେତ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ବିସର୍ଜନ ସମୟରେ ପାରମ୍ପରିକ ସାଂସ୍କୃତିକ ଦଳକୁ ସାମିଲ କରିବାକୁ ଜିଲ୍ଲାପାଳ ସମସ୍ତ ଗଣେଶ ପୂଜା କମିଟିକୁ ପରାମର୍ଶ ଦେଇଛନ୍ତି । ଏହା ବ୍ୟତିଥି ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ଡିଜେ ଏବଂ ଭାଇବ୍ରେଟରକୁ ଲଗେଇବା ଉପରେ ଅଙ୍କୁଶ ଲଗାଯାଇଛି। ଶୃଙ୍ଖଳିତ ବିସର୍ଜନ ପାଇଁ ପ୍ରତେକ କମିଟି ସେମାନେଙ୍କ ୨/୩ ଜଣଙ୍କ ନାମ ଦେବେ, ଯେଉଁମାନେ କି ବିଶୃଙ୍ଖଳା ସମୟରେ ପୋଲିସର ସହାୟତା କରିବେ। ଏହାସହ ପ୍ରତି କମିଟି ସେମାନଙ୍କ ଡଷ୍ଟବିନର ବ୍ୟବହାର କରିବେ। ଚଳିତଥର କମିଟି ମାନେ କାଗଜ ପ୍ଲେଟ ବଦଳରେ ପତ୍ର ପ୍ଲେଟ ବ୍ୟବହାର କରିବା ଉପରେ ପ୍ରସ୍ତାବ ଦେଇଛନ୍ତି। ଯେମିତି ଚଳିତ ଥର ଗଣେଶ ପୂଜା ଶୃଙ୍ଖଳିତ ଭାବେ ହେବ ସେଥିପାଇଁ ଜିଲ୍ଲାପାଳ ପୂଜା କମିଟି ଗୁଡିକର ସହଯୋଗ କାମନା କରିଛନ୍ତି। ଏହି ବୈଠକରେ ସମସ୍ତ ଗଣେଶ ପୂଜା କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Next Post

ସଡକ ଦୁର୍ଘଟଣାରେ ଯୁବକ ମୃତ

Mon Aug 18 , 2025
କେନ୍ଦ୍ରାପଡ଼ା,୧୮ା୮:ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି। ପାରାଦୀପ- ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥର ସଦର ଥାନା ଅନ୍ତର୍ଗତ ଅଳାବାଙ୍କ ଛକ ନିକଟରେ ଏକ ଟ୍ରଲର ଧକ୍କାରେ ଜଣେ ଯୁବକଙ୍କର ମୃତ ହୋଇଥିବା ଜଣାପଡିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାଇ ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ସମୟରେ ଚଣ୍ଡୀଖୋଲ ଆଡୁ ପାରାଦ୍ୱୀପ ଅଭିମୁଖେ ଆସୁଥିବା ଜଣେ ସ୍କୁଟି ଆରୋହୀ ଅଳାବାଙ୍କ ଛକ ଆଗକୁ ଥିବା ଏକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading