ଶ୍ରୀଗୁଣ୍ଡିଚାରେ ପୁରୀ ବଡଦାଣ୍ଡରେ ପ୍ରସାଦ ବଣ୍ଟନ

blank
କେନ୍ଦ୍ରାପଡ଼ା,୧ା୭ :ବୈକୁଣ୍ଠ ବାର୍ତାବହ ସମିତି ଓ ମହାବୀର ହନୁମାନ ମନ୍ଦିର ଗରାପୁରର ଯୁବସେବକ ମାନଙ୍କ ଦ୍ୱାରା ଶ୍ରୀଗୁଣ୍ଡିଚା ଅବସରରେ ପୁରୀ ବଡଦାଣ୍ଡରେ ପ୍ରସାଦ ବଣ୍ଟନ କରିଥିଲେ। ଏହି ଅବସରରେ ଶତାଧିକ ସେବକ ଶ୍ରୀଗୁଣ୍ଡିଚା ସକାଳୁ ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରଥମେ ଚା ବିସ୍କୁଟ ବାଣ୍ଟିବା ପରେ ପ୍ରସାଦ ଡାଲମା ବଣ୍ଟନ କରିଥିଲେ। ମଧ୍ୟାହ୍ନରେ ଲୋକମାନଙ୍କୁ ଦହି ସର୍ବତ ବଣ୍ଟନ କରିଥିଲେ। ଏହି ସମସ୍ତ କାର୍ଯ୍ୟ ସେବକମାନଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଦାନରେ କରାଯାଇଥିଲା। ବାବାଜୀ ଚେତନାନନ୍ଦ ଦାସ, ସତ୍ୟାନନ୍ଦ ଦାସ, ଶ୍ରଦ୍ଧାନନ୍ଦ ଦାସ, ଅମୃତାନନ୍ଦ ଦାସ, ବାଳକାନନ୍ଦ ଦାସ ଓ ନିର୍ଭୟାନନ୍ଦ ଦାସଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବା ବେଳେ ସେବକ ସରୋଜକାନ୍ତ ସାହୁ, ପ୍ରଶାନ୍ତ ଆଚାର୍ଯ୍ୟ, ବିଶ୍ୱକାନ୍ତ ବିଶ୍ୱାଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Next Post

ବିପ୍ଲବୀ ଆନନ୍ଦ ଜେନାଙ୍କ ୧୪୧ତମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

Tue Jul 1 , 2025
କେନ୍ଦ୍ରାପଡ଼ା,୧ା୭: ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୧ତମ ଜୟନ୍ତୀ ପାଳନ ନିମନ୍ତେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ସଭାପତି ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ୧୭ତାରିଖରେ ବିପ୍ଲବୀ ଜେନାଙ୍କ ୧୪୧ତମ ଜୟନ୍ତୀ କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ପାଳନ ହେବାକୁ ଯାଉଥିବାରୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading