
ପଟ୍ଟାମୁଣ୍ଡାଇ ୧୭/୭-ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଇଂଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି କଲେଜ ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଦେଇ ଗତ୧୪ରେ ମୃତ୍ୟୁବରଣ କରିଥଲେ ।ଯାହା ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥଲା । ଘଟଣାର ନ୍ୟାୟିକ ତଦନ୍ତ, ଆତ୍ମହତ୍ୟାର ପର୍ଦାଫାଶ ଓ ଅଭିଯୁକ୍ତମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ପାଇଁ ବିଭିନ୍ନ ବିରୋଧି ଦଳମାନଙ୍କ ପକ୍ଷରୁ ଦାବୀ ଆଉ ବିକ୍ଷୋଭ କରାଯାଇଥିବା ବେଳେ ଗୁରୁବାର କଂଗ୍ରେସ ଓ ବାମପନ୍ଥୀ ଦଳ ରାଜ୍ୟବ୍ୟାପୀ ବନ୍ଦ ପାଳନ କରୁଛି। ଏହାର ପ୍ରଭାବ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବହୁ ମାତ୍ରାରେ ପଡ଼ିଛି। ଗାଡ଼ି ଚଳାଚଳ ଠାରୁ ନେଇ ଦୋକାନ ବଜାର ସବୁ ବନ୍ଦ ରହିଛି। ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି। ରାସ୍ତାରେ କାଁ ଭାଁ ବାଇକ ଚାଲୁଥିଲା। ବନ୍ଦ ଡାକରା ଦେଇଥିବା ଦଳଗୁଡିକ ବାଇପାସ ମୁଖ୍ୟ ଛକ ପ୍ରତିବାଦ କରି ସରକାର ବିରୋଧୀ ନାରା ଦେଇ ରାସ୍ତାରେ ଗର୍ଜୁଥିଲେ। ପଟ୍ଟାମୁଣ୍ଡାଇଠାରୁ କଟକ, ଭୂବନେଶ୍ୱର, ଭଦ୍ରକ ଆଦି ଅଂଚଳକୁ ଗାଡ଼ି ଚଳାଚଳ ବନ୍ଦ ରହିବାରୁ ବହୁ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି।

ନାରୀ ସୁରକ୍ଷା ଓ ନ୍ୟାୟ ପ୍ରଦାନ ପରିପ୍ରେକ୍ଷୀରେ ଗୁରୁବାର ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ, ସିପିଆଇଏମ, ସିପିଆଇ, ସିପିଆଇଏମଏଲ, ରାଷ୍ଟୀୟ ଜନତା ଦଳ, ଫରୱାର୍ଡ ବ୍ଲକ ଆଦି ୮ଟି ବିରୋଧୀ ଦଳ ବିଭିନ୍ନ ଶ୍ରମିକ ସଂଗଠନ, ନବ ନିର୍ମାଣ କୃଷକ ସଂଗଠନ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଆହ୍ୱାନ କରାଯାଇଥିବା ଓଡିଶା ବନ୍ଦ ପରିପ୍ରେକ୍ଷୀରେ ଗୁରୁବାର ସକାଳୁ ପଟ୍ଟାମୁଣ୍ଡାଇ ବନ୍ଦ ପାଳନ କରାଯାଇଥିଲା । ପୂର୍ବାହ୍ନ ୧୦ଟାରେ କର୍ମକର୍ତାମାନେ ବଜାରରେ ପିକେଟିଂ କରି ଦୋକାନ ବାଜାର ବନ୍ଦ କରାଇବା ସହ ବିଜୁପଟ୍ଟନାୟକ ଛକ ନିକଟରେ ଆନ୍ଦୋଳନରେ ବସିଥିଲେ । ସେଠାରେ କଂଗ୍ରେସ ଓ ବାମପନ୍ଥୀ ଦଳ ଓ ନବ ନିର୍ମାଣ କୃଷକ ସଂଗଠନ ଯୁବ ଓ ଛାତ୍ର କଂଗ୍ରେସ ନେତା ଓ କର୍ମୀମାନେ ପ୍ରତିବାଦ ସଭା କରିଥିଲେ । କେନ୍ଦ୍ରାପଡ଼ା ଜିଲା ଯୁବକଂଗ୍ରେସ ପ୍ରାକ୍ତନ ସଭାପତି ସତ୍ୟପ୍ରିୟ ସାମଲଙ୍କ ନେତୃତ୍ୱରେରେ ଆୟୋଜିତ ପ୍ରତିବାଦ ସଭାରେ ପୂର୍ବତନ ଜିଲା ଦଳିତ କଂଗ୍ରେସ ସଭାପତି ସର୍ବେଶ୍ୱର ସେଠୀ, ସ୍ନେହଲତା ଚୌଧୁରୀ ସୁଚିତ୍ରା ବିଶ୍ୱାଳ, ଅଶ୍ୱିନୀ ପାତ୍ର,ଦେବେଶ ମଳିକ, ସ୍ମୃତି ରଞ୍ଜନ ପାଢ଼ୀ, ସୁଶାନ୍ତ ରାଉତ ଓ ଜ୍ଞାନ ରଞ୍ଜନ ରାଉତ, ପ୍ରିନ୍ସ ପାତ୍ର, କିଶୋର ସାହୁ, ସୁବାଷ ମଲ୍ଲିକ, ତପନ ପାତ୍ର, ଚାନ୍ଦ ମିର୍ଜା ସିପିଆଇ ନେତା ବାବାଜୀ ଧଳ, ଅଭୟ ଦାସ, ଶରତ ବେହେରା, ଶଶୀଭୂଷଣ କୁଣ୍ଡ,ବିଜୟ ଦାସ ସୋମନାଥ ବିଶ୍ୱାଳ ସିପିଆଇଏମଏଲ ନେତା ସଂଜୀବ ରାଉତ, ପ୍ରକାଶ ମଳିକ, ବସନ୍ତ ମଳିକ ଶ୍ରୀକାନ୍ତ ଲେଙ୍କା ଶତ୍ରୁଘ୍ନ ରାଉତ, ଅଶୋକ ଦାସ, ସୁରେନ୍ଦ୍ର ସୂତାର, ସୁବାଷ ସୂତାର, ନବ ନିର୍ମାଣ କୃଷକ ସଂଗଠନ ଦାଶରଥୀ ସାହୁ ଓ ଅଶୋକ ନାଥ, ସମାଜବାଦୀ ପାର୍ଟି ଅମରେଶ ପାତ୍ର, ନବ ଦିଗନ୍ତ ସଂଗଠନର ପ୍ରକାଶ ମହନ୍ତି, ଶଶୀକଳା ରାଉତ, ସରୋଜିନୀ ସାହୁ, ସ୍ୱର୍ଣ୍ଣଲତା ରାଉତ, ତଅପୋଇ ସାମଲ ଓ ସଂଯୁକ୍ତା ସାମଲ, ସମାଜବାଦୀ ପାର୍ଟିର ନେତା ଅମରେଶ ପାତ୍ର ଭାଷଣ ଦେଇ ସରକାର ବର୍ଷିବା ସହିତ ପିଡିତାକୁ ନ୍ୟାୟ ଓ ଦୋଶୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ଦିଗରେ ପଦକ୍ଷେପ ନିଆ ନଯାଏ ତେବେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହି ବନ୍ଦ ପାଳନ ପଟ୍ଟାମୁଣ୍ଡାଇ ଟାରେ ଶାନ୍ତିପୂର୍ଣ୍ଣ ଭାବରେ ବଚାଲିଥାଲା । ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଲାଗି ଆଇଆଇସି ବନ୍ଦନା ପାତ୍ରଙ୍କ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ରହିଥିଲେ ।
