ବନ୍ୟା ବିତ୍ପାତ ସମୟରେ ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲା କଂଗ୍ରେସ

blank
ପଟ୍ଟାମୁଣ୍ଡାଇ ୨୧/୭ – ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପ୍ରଳୟଙ୍କରି ବନ୍ୟାର ବିତ୍ପାତ ଜାରିରହିଥିବା ସମୟରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଫୌରାଂଚଳରେ ଏହି ପ୍ରଳୟଙ୍କରି ବନ୍ୟାର ପ୍ରକୋପ ଦେଖିବାକୁ ମିଳିଛି । ଏହି ବନ୍ୟାରେ ପଟ୍ଟାମୁଣ୍ଡାଇ ଅଂଚଳର ପ୍ରାୟ୭୦ ହଜାର ଲୋକ ପ୍ରଭାବିତ ହୋଇଥିଲେ । କିନ୍ତୁ ସରକାରୀ ସହାୟତା ପହଁଚିଂ ନଥିଲା । ପ୍ରଳୟଙ୍କରି ବନ୍ୟାର ବିଭିଷିକା ବହୁ ଗରିବ ପରିବାର ଭୋକ ଉପାସରେ କାଳାତିପାତ କରୁଥିଲେ । ଏନେଇ ପୂର୍ବତନ ଜିଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ ବିରୋଧି ଦଳର ନେତା ରାହୁଲ ଗାନ୍ଧୀଙ୍କ ” ବିପଦରେ ସାଥ ଦେବ କଂଗ୍ରେସ” ଉକ୍ତିକୁ ଆଧାର କରି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଜରିଆରେ ପୌରାଂଚଳ ବିଭିନ୍ନ ଗ୍ରାମର ବନ୍ୟା ବିପନ୍ନ ଲୋକମାନଙ୍କ ପାଖରେ ପହଁଂଚି ରିଲିଫ୍ ବଂଟନ କରିଥିଲେ ।
ଗତ ୨ ସପ୍ତା ହେବ ପଟ୍ଟାମୁଣ୍ଡାଇ ଅଂଚଳରେ ୧୪ ପଂଚାୟତ ୧୧ ଟି ବନ୍ୟା ପାଣିରେ ବୁଡି ରହିଥିବା ବେଳେ ବହୁ ପରିବାର ଜଳବନ୍ଦିରେ ରହି ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ । ସାଧାରଣ ଲୋକଟିଏ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଡ କରିବାରେ ଅସମର୍ଥଥିଲେ । ବନ୍ୟାପାଣି ଗାଁ ଘର ଭିତରକୁ ପଶି ଯାଇଥିବା ବେଳେ, ଗାଁ ଦାଣ୍ଡ ଓ ବିଭିନ୍ନ ଅଂଚଳରେ କୁମ୍ଭୀର ଦେଖାଯାଉଥିବା ଖବର ଜଣାପଡିବା ପରେ ଲୋକମାନଙ୍କ ମଧ୍ୟରେ ଘୋର ଆତଙ୍କ ସୃଷ୍ଟି ହୋଇଥିଲା । ଫଳରେ ଲୋକମାନେ ଘରୁ ବାହାରିବା ପାଇଁ ଭୟ କରୁଥିଲା । ଏହିପରିପେକ୍ôଷରେ ବିରୋଧି ଦଳର ନେତା ବିପଦରେ ସାଥ ଦେବ କଂଗ୍ରେସ” ଉକ୍ତିକୁ ଆଧାର କରି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ନିର୍ଦ୍ଧେଶରେ ଜିଲା କଂଗ୍ରେସର ପରାମର୍ଶରେ ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ପୌରାଂଚଳ ଅଂଚଳ ତନୁପରୁ, ନନ୍ଦିନି ନଗର ଓ ପାଖଆଖ ବିଭିନ୍ନ ଗ୍ରାମର ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଚୁଡା, ମିକ୍ସର, ବିସ୍କୁଟ, ମଶା ଧୂପ, ଶୁଦ୍ଧ ପାନୀୟ ଜଳ ଆଦି ପ୍ରଦାନ କରାଯାଇଛି।

Next Post

ପୁଅ ବୋହୁ ଝଗଡା ସମାଧାନ କଲାବେଳେ ମା'ର ଜୀବନ ଗଲା ,ପୁଅ ଅଟକ

Tue Jul 22 , 2025
ପଟ୍ଟାମୁଣ୍ଡାଇ ୨୨/୭ – ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଓଉପଦା ପଂଚାୟତ ବିଶୁନୁପୁର ଗାଁ ରେ ପୁଅ ନିଜ ଜନ୍ମକଲା ମା’କୁ ମାରିଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛିି । ଘଟଣା ପରେ ଗ୍ରାମବାସୀ ପୁଅକୁ କାବୁ କରି ଗ୍ରାମାଂଚଳ ଥାନାକୁ ଖବର ଦେଇଥିଲେ । ଗ୍ରାମାଂଚଳ ଥାନା ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ହେପାଜତକୁ ନେଇଥିଲେ । ଏ ସମ୍ପର୍କରେ ଗ୍ରାମାଂଚଳ ଥାନା ପୋଲିସ ଥାନା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading