ଶ୍ରୀବଳଦେବଜୀଉଙ୍କ ଝୁଲଣଯାତ୍ରା ଆରମ୍ଭ

blank
କେନ୍ଦ୍ରାପଡ଼ା,୪ା୮:ତୁଳସୀକ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେବଜୀଉଙ୍କ ପବିତ୍ର ଝୁଲଣ ଯାତ୍ରା ସୋମବାର ଠାରୁ ଆରମ୍ଭ ହୋଇଛି। ଏଥର ଛଅ ଦିନ ବ୍ୟାପୀ ଏହି ଝୁଲଣ ଯାତ୍ରା ଚାଲିବ। କାରଣ ଶ୍ରାବଣ ମାସ ଶୁକ୍ଳପକ୍ଷ ଷୋଳ ଦିନ ଥିବାରୁ ଦଶମୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଛଅ ଦିନ ବ୍ୟାପୀ ଏହି ଝୁଲଣ ଯାତ୍ରା ଅନୁଷ୍ଠିତ ହେବ। ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତି ସମ୍ପନ୍ନ ହେବା ପରେ ବାସୁଦେବ ମନ୍ଦିରରୁ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ରାଧାକୃଷ୍ଣଙ୍କୁ ଭଣ୍ଡାର ଗୃହରୁ ଆସିଥିବା ଗହଣା ଓ ନୂତନ ବସ୍ତ୍ର ପିନ୍ଧାଯାଇ ସେବକଙ୍କ ଦ୍ୱାରା ବିଜେ କରାଯାଇ ଥିଲା। କୁଞ୍ଜଘରେ ରାଧାକୃଷ୍ଣଙ୍କ ଦିବ୍ୟଲୀଳା ଭକ୍ତଙ୍କୁ ବିମୋହିତ କରିଥିଲା। ପ୍ରତ୍ୟେହ ସନ୍ଧ୍ୟାରେ ଭଜନ କୀର୍ତ୍ତନ୍ ସାଙ୍ଗକୁ ଚମ୍ପୁ ଛାନ୍ଦ ଲୋକକଳା ପରିବେଷଣ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Next Post

କଳା ସଂସ୍କୃତି ସଂଘର ପୂର୍ବତନ ସଭାପତିଙ୍କ ବିରୋଧରେ ଟଙ୍କା ଆତ୍ମସାଥ, ଜିିଲ୍ଲାପାଳଙ୍କୁ ଅଭିଯୋଗ

Tue Aug 5 , 2025
କେନ୍ଦ୍ରାପଡା,୫ା୮: କେନ୍ଦ୍ରାପଡା ବ୍ଲକ କଳାସଂସ୍କୃତି ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦର କର୍ମକର୍ତ୍ତାମାନେ ଶାଖାର ପୂର୍ବତନ ସଭାପତିଙ୍କ ସମ୍ପର୍କରେ ଆଜି କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କୁ ସରକାରୀ ଅର୍ଥ ଆତ୍ମସାଥ କରିଥିବା ଅଭିଯୋଗ କରିଛନ୍ତି । ଘଟଣାରୁ ପକାଶ ଯେ ଜିଲ୍ଲାର ପୂର୍ବତନ ଅସ୍ଥାୟୀ ଉପ ସଭାପତି ଗଗନ ବିହାରି ସିଂ ଜିଲ୍ଲାର ଅନେକ କଳାକାରଙ୍କଠାରୁ କେନ୍ଦ୍ର ସରକାରଙ୍କ ଠାରୁ ଆସୁଥିବା ଭତ୍ତା ଓ ସରକାରୀଭାବେ ଆସୁଥିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading