ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ମଧୁବାବୁ ଜୟନ୍ତୀ

blank
ପଟାମୁଣ୍ଡାଇ ତା ୨୯/୪-ପଟ୍ଟାମୁଣ୍ଡାଇ ଓକିଲ ସଙ୍ଘ କାର୍ଯ୍ୟାଳଳରେ ୧୭୭ତମ ମଧୁବାବୁ ଜୟନ୍ତୀ ଓ ଆଇନିଜୀବି ଦିବସ ପାଳିତ ହୋଇ ଯାଇଛି ।  ଏହି ଉପଲକ୍ଷେ ବରିଷ୍ଠ ଆଇନୀଜୀବୀ ଡ଼କ୍ଟର ନରହରି ଲେଙ୍କାଙ୍କ ପୌରାହିଁତରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟି ମୁଖ୍ୟଅତିଥି, ଓଡିଶା ଆଇନୀଜୀବୀ ପରିଷଦ ସଦସ୍ୟ ଅରୂପାନନ୍ଦ ଦାଶ ବିଶେଷ ଅତିଥି, ଡିକେ ବାଳକୃଷ୍ଣନ ଓକିଲ ସଙ୍ଘସଭାପତି ଆଇନୀଜୀବୀ ସୂର୍ଯ୍ୟ ରଞ୍ଜନ ରାଉଳ, କିଶୋର କୁଣ୍ଡ. ଭୀମସେନ ପ୍ରଧାନ ଓ ବିଜୟ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମଧୁ ବାବୁ ଙ୍କର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ଭୁମିକା ଓ ବାରିଷ୍ଟର ଭାବେ ସାଧାରଣ ଜନତାକୁ ଆଇନି ସେବା ଯୋଗାଇ ଦେବା ସମ୍ପର୍କ ରେ ଆଲୋକପାତ କରିଥିଲେ ।  ଓକିଲ ସଙ୍ଘ ସମ୍ପଦକ ଆଇନୀଜୀବୀ ରବୀନ୍ଦ୍ର କୁମାର ଦାଶ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହିତ ଚଳିତ ବର୍ଷ ଓକିଲ ସଙ୍ଘ ଓ ପଟ୍ଟାମୁଣ୍ଡାଇ କୋର୍ଟର ୨୫ବର୍ଷ ପୂର୍ତ୍ତି ରୌପ୍ୟ ଜୟନ୍ତୀ ପାଳନ କରାଯିବା ସମ୍ପର୍କରେ ସୂଚନା ଦେଇଥିଲେ ।  ଏଥିରେ ଓକିଲ ସଂଘ ଉପସଭାପତି ସୁରେଶ କୁମାର ନରେନ୍ଦ୍ର,ପୁର୍ବତନ ସଭାପତି ତପନ କୁମାର ମିଶ୍ର. ବିଜ୍ଞାନ ମିହିର ଜେନା.ହୃଦାନନ୍ଦ ମହାନ୍ତି. ଗୋପୀ ନାଥ ତ୍ରିପାଠୀ. କ୍ଷମାନିଧି ସାମଲ ଓ ନାରଣ ସାହୁ ପ୍ରମୁଖ ଭାଷଣ ଦେଇଥିଲେ ।  ଏହି କାର୍ଯ୍ୟକ୍ରମକୁ ଆଇନୀଜୀବୀ ପ୍ରଫୁଲ ଦାଶ. ଭବାନୀ ଶଙ୍କର ପଣ୍ଡା. ଅଲେଖ ବଳ. ବିଦ୍ୟା ଭୂଷଣ ଦାଶ. ଶରତ ମଲିକ,ଶିଶିର ମଲିକ ଧୀରେନ୍ଦ୍ର ସାହୁ. ପ୍ରମୋଦ ବିଶ୍ୱାଳ. ପ୍ରକାଶ ପାତ୍ର,ଅଶ୍ୱନୀ ବେହେରା. ପ୍ରବୀର ପାତ୍ର. ଗୀତାଜଂଳି ପୃଷ୍ଟି. ମୃତ୍ୟୁଞ୍ଜୟ ରାଉତ,ରମେଶ ଦାଶ. ଅଶ୍ୱିନୀ ଚୌଧୁରୀ, ଜିତେନ୍ଦ୍ର କୁମାର ନନ୍ଦୀ ପ୍ରମୁଖ ପରିଚାଳନା କରିଥିଲେ ମଧୁ ବାବୁ ଙ୍କ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ଵକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।  ଶେଷରେ ଓକିଲ ସଂଘ ଯୁଗ୍ମ ସମ୍ପାଦକ ମନୋଜ ନାୟକ ଧନ୍ୟବାଦ ଦେଇଥିଲେ ।  ସେହିପରି ସମବାୟର ଜନକ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀକୁ ଅଣ୍ଢରା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ପାଳନ କରାଯାଇଛି ।  ପ୍ରଥମେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଜୟନ୍ତୀ ଉତ୍ସବ ଆରମ୍ଭ କରାଯାଇଥିଲା। ବରିଷ୍ଠ ନିର୍ଦ୍ଦେଶକ ତଥା ପ୍ରାକ୍ତନ ସଭାପତି ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକଙ୍କ ସଂଯୋଜନା ରେ ଆୟୋଜିତ ଜୟନ୍ତୀ ସଭାରେ ସଭାପତି ବୃନ୍ଦାବନ ମଲ୍ଲିକ ଉପସଭାପତି ସାବିତ୍ରୀ ମହାନ୍ତି ନିର୍ଦ୍ଦେଶକ ତ୍ରିନାଥ ମଲ୍ଲିକ, ଉଲ୍ଲାସ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ନାୟକ, ମଳୟ ମଲିକ, ଗୋବିନ୍ଦ ମଲିକ, ଅଭିରାମ ସେଠୀ,ପ୍ରଭାତ ସେଠୀ, ଗୀତାଞ୍ଜଳି ସେଠୀ,ପ୍ରାକ୍ତନ ନିର୍ଦେଶକ ଉମେଶ ମହାନ୍ତି, ପ୍ରଭାତ ରାଉତ, ନିରଞ୍ଜନ ସୁନ୍ଦରାୟ, ସମୀର ମଲ୍ଲିକ, ଅରୁଣ ମଲ୍ଲିକ ପ୍ରମୁଖ ଯୋଗ ଦେଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।  ଏଇ ଅବସରରେ କାଶ୍ମୀର ପହେଲଗାମ ଠାରେ ଆତଙ୍କବାଦୀ ହମଲାରେ ମୃତକଙ୍କ ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।  ଶେଷରେ ସମିତି ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଜିତ ମଲ୍ଲିକ ଧନ୍ୟବାଦ ଦେଇଥିଲେ ।

Next Post

କାଶ୍ମୀର ଆତଙ୍କବାଦୀ ହମଲା, ପଟ୍ଟାମୁଣ୍ଡାଇ ନଗର ଛାତ୍ର କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

Tue Apr 29 , 2025
ପଟ୍ଟାମୁଣ୍ଡାଇ ତା ୨୯/୪- କାଶ୍ମୀର ପହେଲଗାମ ଠାରେ ଆତଙ୍କବାଦୀ ହମଲାରେ ମୃତକ ପ୍ରତି ପଟ୍ଟାମୁଣ୍ଡାଇ ନଗର ଛାତ୍ର କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।  ଏହି ଉପଲକ୍ଷେ ଆଜି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ହସ୍ପିଟାଲ ଛକ ଠାରୁ ଏକ ମଶାଲ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ସ୍ଥାନୀୟ ଶ୍ରୀରାମ ମନ୍ଦିର ନିକଟରେ ପହଂଚି ଥିଲା ।  କେନ୍ଦ୍ରାପଡ଼ା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିଭୁ ପ୍ରସାଦ ଜେନାଙ୍କ ନେତୃତ୍ୱରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading