
ପଟ୍ଟାମୁଣ୍ଡାଇ ୩/୮ – ପଟ୍ଟାମୁଣ୍ଡାଇ ଓକିଲ ସଂଘ ପକ୍ଷରୁ ବେଲତଳ ବେଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଓକିଲ ସଂଘ ସଭାପତି ସୂର୍ଯ୍ୟରଞ୍ଜନ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟି. ସବଜଜ ଅପୂର୍ବା ମହାନ୍ତି. ଜେଏମଏଫସି ବିଦ୍ୟୁତଲତା ପ୍ରଧାନ ଓ ଡି କେ ବାଲକ୍ରିଷ୍ଣନ , ଓକିଲ ସଂଘ ସମ୍ପାଦକ ରବୀନ୍ଦ୍ର ଦାଶ. ଉପସଭାପତି ସୁରେଶ କୁମାର ନରେନ୍ଦ୍ର ଯୁଗ୍ମ ସମ୍ପାଦକ ମନୋଜ ନାୟକ, ପ୍ରକାଶ ପାତ୍ର. ପ୍ରମୋଦ ବିଶ୍ୱାଳ ପ୍ରମୋଦ ସାହୁ, ଧୀରେନ୍ଦ୍ର ସାହୁ, ଭବାନୀ ପଣ୍ଡା, ବିଜୟ ରାଉତ. ଗୋପୀନାଥ ତ୍ରିପାଠୀ. ଅଶ୍ୱିନୀ ବେହେରା, ଜିତେନ୍ଦ୍ର ନନ୍ଦୀ, ସତ୍ୟ ପ୍ରକାଶ ନାୟକ, ଗୟାଚାନ୍ଦ ପରିଡା କାଉନସିଲର ଗୋପୀବଲ୍ଲଭ ନାୟକ ସମାଜସେବୀ ଉମାବଲ୍ଲଭ ନାୟକ ଓ କବି ଗୌରାଙ୍ଗ ଚରଣ ମହାନ୍ତି ବହୁ ଆଇନଜୀବୀ ମାନ୍ୟଗଣ୍ୟ ବ୍ୟକ୍ତି ସମାଜସେବୀ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଏଇ ଅବସରରେ ମନ୍ଦିର ପ୍ରାଙ୍ଗଣରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ ।
