କେନ୍ଦ୍ରାପଡା ଉପ କାରାଗାରକୁ ପରିଦର୍ଶନ କଲେ ରାଜ୍ୟ ମହିଳା ଆୟୋଗ ସଦସ୍ୟା

blank
କେନ୍ଦ୍ରାପଡ଼ା,୫ା୯:କେନ୍ଦ୍ରାପଡା ଉପକାରାଗାରାକୁ ପରଦର୍ଶନ କରିଛନ୍ତି ରାଜ୍ୟ ମହିଳା ଆୟୋଗ ସଦସ୍ୟା ଡ. କଳ୍ପନା ମଲ୍ଲିକ। ବାରିମୂଳସ୍ଥିତ ଉପକାରାଗାରରେ ପହଞ୍ଚିବା ପରେ ଜେଲ ଅଧୀକ୍ଷକ ସୁନିଲ କୁମାର ପାତ୍ର ରାଜ୍ୟ ମହିଳା ଆୟୋଗ ସଦସ୍ୟା ଡ. ମଲ୍ଲିକଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ। ସଦସ୍ୟା ଡ. ମଲ୍ଲିକ ଉପକାରାଗାରର ପ୍ରାୟ ୪୦ଜଣ ବିଚାରାଧିନ କଏଦୀ ଅନ୍ତେବାସୀ ମହିଳାମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କୁ ଉପଯୁକ୍ତ ଖାଦ୍ୟ, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ସଠିକ ଭାବରେ ମିଳୁଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିବା ସହ ଜେଲ କର୍ମଚାରୀମାନେ ସେମାନଙ୍କୁ ଭଲ ବ୍ୟବହାର କରୁଛନ୍ତି କି ନାହିଁ ସେ ବିଷୟରେ ମଧ୍ୟ ପଚାରି ବୁଝିଥିଲେ। ତେବେ ଏହି ପରିଦର୍ଶନର ମୁଖ୍ୟ ଲକ୍ଷ୍ୟ ଥିଲା କାରାଗାରରେ ମହିଳାଙ୍କ ପାଇଁ ସୁରକ୍ଷିତ, ସଚେତନ ଓ ସମର୍ଥିତ ପରିବେଶ ସୃଷ୍ଟି କରିବା। ଏହି ପରିଦର୍ଶନ ସମୟରେ ଜେଲ ଅଧୀକ୍ଷକଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ଥିଲେ।

Next Post

ଡେପୁଟୀ ନର୍ସିଂ ସୁପରିନଟେଣ୍ଡେଣ୍ଟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Fri Sep 5 , 2025
କେନ୍ଦ୍ରାପଡ଼ା,୫ା୯:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡେପୁଟି ନର୍ସିଙ୍ଗ ସୁପରିନଟେଣ୍ଡେଣ୍ଟ ବାସନ୍ତି ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ଏକ ସଭା ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ଼ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ମନୋରଞ୍ଜନ ରାଉତ, ଏ. ଡ଼ି. ଏମ. ଓ.଼ ମେଡିକାଲ ଡା଼. ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା.ସଚ୍ଚିଦାନନ୍ଦ ମିଶ୍ର, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading