ଅଜୟ ବିଶ୍ୱାଳ ହେଲେ ସଚୋଟ ଜନ ପ୍ରତିନିଧି ନିର୍ଭୀକ ରାଜନେତା

ଅଜୟ ବିଶ୍ୱାଳ ସ୍ମୃତି ପରିଷଦ ତରଡିପାଳ

 

blank
ପଟ୍ଟାମୁଣ୍ଡାଇ,୧୬/୫-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଞ୍ଚଳର ଜଣାଶୁଣା ମଣିଷ ପୂର୍ବତନ କଂଗ୍ରେସ ସଭାପତି ତଥା ତରଡିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ଅଜୟ କୁମାର ବିଶ୍ୱାଳଙ୍କ ଆତ୍ମାର ସଦଗତି କାମନା ସହ ତରଡିପାଳ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତି ଚାରଣ ସଭାର ଯୁଗ୍ମ ଆବାହକ ଭାବରେ ତରଡିପାଳ ସରପଞ୍ଚ ଦେବଦତ୍ତ ନାୟକ ଓ ସମିତିସଭ୍ୟ ନିରଞ୍ଜନ ବାରିକ ମଞ୍ଚାସିନ ଥାଇ ସ୍ୱର୍ଗତ ବିଶ୍ୱାଳଙ୍କୁ ସଚ୍ଚୋଟ ଜନ ପ୍ରତିନିଧି ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରି ସମସ୍ତ ଜନ ପ୍ରତିନିଧିଙ୍କ ପାଇଁ ଉଦ୍ଧାରଣ ହୋଇ ରହିଛନ୍ତି । କେନ୍ଦ୍ରାପଡାର ବିଧାୟକ ଗଣେଶ୍ୱର ବେହେରା ସ୍ୱର୍ଗତ ବିଶ୍ୱାଳଙ୍କୁ ଜଣେ ଅନନ୍ୟ ରାଜନେତା ତଥା ଧୋୟାଞ୍ଚଳର ବିକାଶର ସାରଥୀ ଥିଲେ । ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭଳ ଓ ୧୫ନଂ ଜିଲ୍ଲା ପରିଷଦର ସଦସ୍ୟା ପ୍ରିୟଦର୍ଶିନୀ ତରାଇ ଶ୍ରଦ୍ଧା ଅର୍ପଣ କରି ଅଜୟ ବିଶ୍ୱାଳଙ୍କୁ ଆଦର୍ଶ ସରପଞ୍ଚ ଏବଂ ଦରଦୀ ମଣିଷ ଭାବେ ବର୍ଣ୍ଣନା କରିଥିଲେ । ଶ୍ରଦ୍ଧାଞ୍ଜଳୀ ସଭା ସ୍ୱର୍ଗତ ଅଜୟ ବିଶ୍ୱାଳଙ୍କ ପ୍ରତିମୃର୍ତ୍ତିରେ ପୁଷ୍ପାଞ୍ଜଳୀ ପ୍ରଦାନ ସହ ଦିବଂଗତ ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପୂର୍ବତନ ଜିଲ୍ଲା ପରିଷଦ ନାରଦ ଚନ୍ଦ୍ର ବିଶ୍ୱାଳ, ପୂର୍ବତନ ସରପଞ୍ଚ କୈଳାସ ସେଠୀ, ଧନେଶ୍ୱର ପ୍ରଧାନ, କୁଳମଣି ମଲ୍ଲିକ, କ୍ଷମାନିଧି ସାମଲ, ସମିତି ସଭ୍ୟ ଅଭୟ କୁମାର ସ୍ୱାଇଁ, ସମିତି ସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ, ଯୁବ ନେତା ବିଶ୍ୱଜିତ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ନୃସିଂହ ଚରଣ ରାଉତ, କଣ୍ଠଶିଳ୍ପୀ ସୁଧାଂଶୁ ଶେଖର ଦାସ, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ବିଶ୍ୱାଳ, ପଞ୍ଚାୟତ ସଭାପତି ସୁକାନ୍ତ କୁମାର ରାଉତ, ସରପଞ୍ଚ ସିର୍ଦ୍ଧାଥ ଦାସ, ପଞ୍ଚାୟତ ସଭାପତି ହିମାଂଶୁ ବିଶ୍ୱାଳ, ଭିକାରୀ ଚରଣ ବାରିକ, ସମିତି ସଦସ୍ୟ ରାମ ଚନ୍ଦ୍ର ସେଠୀ ତାଙ୍କ ବକ୍ତବ୍ୟରେ ଅଜୟ ବିଶ୍ୱାଳଙ୍କୁ ମଣିଷ ଭିତରେ ମଣିଷ ବୋଲି ଉଲ୍ଲେଖ କରିଥିଲେ । ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଚନ୍ଦନପୁର ପଞ୍ଚାୟତର ପୂର୍ବତନ ପ୍ରତିନିଧି ମହମ୍ମଦ ଇନାୟତ, ପଞ୍ଚାୟତ ସଭାପତି କେଦାର ଚନ୍ଦ୍ର ବିଶ୍ୱାଳ, ଉମେଶ ଚନ୍ଦ୍ର ମହାନ୍ତି, ଚନ୍ଦନ ସାହୁ, କୈଳାସ ଦାସ, ମହେଶ୍ୱର ବିଶ୍ୱାଳ, ସମୀର ମଲ୍ଲିକ, ରଞ୍ଜନ ସ୍ୱାଇଁ, କୃତିବାସ ସାହୁ, ହେମନ୍ତ ଦାସ, ଉମାକାନ୍ତ ବିହାରୀ, ଗଣେଶ୍ୱର ବେହେରା, ସମ୍ବିଦ ଶ୍ରୀଚନ୍ଦନ, ଜ୍ୟୋତି ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥାଇ ଶ୍ରଦ୍ଧା ଅର୍ପଣ କରିଥିଲେ । ବ୍ରାହ୍ମଣୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ବିଶ୍ୱାଳଙ୍କ ଏକ ଶୋକବାର୍ତ୍ତା ପାଠ କରାଯାଇଥିଲା । ଅଜୟ ବିଶ୍ୱାଳ ସ୍ମୃତି ପରିଷଦ ପକ୍ଷରୁ ଶିଶିର ନାଥ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

Next Post

ବିଦ୍ୟୁତ ଖୁଣ୍ଟରେ କେବୁଲ ତାର ଲଗାଯାଉନି

Sun May 17 , 2026
ଟିପିସିଓଡିଏଲର ଉଦାସୀନତା କେନ୍ଦ୍ରାପଡ଼ା,୧୭ା୫:କେନ୍ଦ୍ରାପଡା ପୌାରାଞ୍ଚଳ ଅନ୍ତର୍ଗତ ୨ନମ୍ବର ୱାର୍ଡର ବଡବାରଙ୍ଗ ସ୍ଥିତ ବିଦ୍ୟୁତ ଖୁଣ୍ଟରେ ମାତ୍ର ୩ଶହ ମିଟର ବ୍ୟବଧାନରେ ଉଦେଶ୍ୟମୂଳକ ଭାବରେ କେବୁଲ ଦିଆଯାଉନାହିଁ। ଏନେଇ ସେହି ଗ୍ରାମର ବରିଷ୍ଠ ନାଗରିକ ତଥା ଶିକ୍ଷାବୀତ ଗଣେଶ୍ୱର ମେକାପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଶ୍ରୀ ମେକାପଙ୍କ ଘର ପୂର୍ବରୁ ଥିବା ବିଦ୍ୟୁତ ଖୁଣ୍ଟ ଓ ପରେ ଥିବା ବିଦ୍ୟୁତ ଖୁଣ୍ଟରେ କେବୁଲ ଲଗାଯାଇଥିବା ବେଳେ ଜାଣିଶୁଣି ଉଦେଶ୍ୟମୂଳକ ଭାବରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading