ପଟ୍ଟାମୁଣ୍ଡାଇ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା

blank
ପଟ୍ଟାମୁଣ୍ଡାଇ ୨୪/୧ -ପଟ୍ଟାମୁଣ୍ଡାଇ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ଅଂଚଳର ଅନ୍ୟତମ ଗଣପର୍ବ ଓ ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ୭୭ତମ ବିଶ୍ୱଶାନ୍ତି ମହାଯଜ୍ଞର ପାରମ୍ପରିକ ରୀତିନୀତି ଅନୁଯାୟୀ ଶନିବାର ପଣ୍ଡିତ ବ୍ରହ୍ମାନନ୍ଦ ନନ୍ଦ ଓ ଭ୍ରମରବର ତ୍ରିପାଠୀଙ୍କ ଯଥାବିଧି ପୂଜାର୍ଚନା ଓ ମନ୍ତ୍ରଧ୍ୱନି ମଧ୍ୟରେ ଏହି ଯଜ୍ଞର ଶୁଭ ଦିଆଯାଇଥିଲା । ଏହି ଉପଲକ୍ଷେ କଳସ ଶୋଭାଯାତ୍ରା ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିରରୁ ବାହାରି ବାଲିପଡ଼ା ବ୍ରାହ୍ମଣୀ ନଦୀ ଘାଟ ପର୍ଯ୍ୟନ୍ତ ଯାଇଥିଲା । ଏହି ଶୋଭାଯାତ୍ରାରେ ଗୋପୀନାଥ କର, ମୋହନ ଦାସ, ପ୍ରଫୁଲ୍ଲ ଲେଙ୍କା, ସରୋଜ ପାଢ଼ୀ, ପର୍ଶୁରାମ ଷଣ୍ଢ, କିରଣ କୁମାର ଭୂୟାଁ, କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀ ବିଦ୍ୟାଧର ସେଠୀ, ଗୋପୀବଲ୍ଲଭ ନାୟକ ଓ ମଳୟ ଓଝାଙ୍କ ସମେତ ବଣିକ ସଂଘ ଯଜ୍ଞ କମିଟି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ମହାଯଜ୍ଞ ଆଜି ୨୪ତାରିଖରୁ ଆରମ୍ଭ ହୋଇ ଫେବୃୟାରୀ ୧ ତାରିଖରେ ପୂର୍ଣ୍ଣାହୂତି ଦିଆଯିବ ବୋଲି କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

Next Post

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ କଟୁରିରେ ଆଘାତ , ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ

Tue Jan 27 , 2026
ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ କଟୁରିରେ ଆଘାତ ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ। ଉଭୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧିନ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ମାଳିପୁର ଗାଁରେ । ଗତକାଲି ବିଳମ୍ବିତ ରାତ୍ରୀରେ ମାଳିପୁର ଗ୍ରାମର ପ୍ରତାପ ମଳିକ ଓ ସ୍ତ୍ରୀ ଭାରତୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା।ଶେଷରେ ସ୍ୱାମୀ ପ୍ରତାପ ଉତ୍ୟକ୍ତ ହୋଇ ଧରିଥିବା କଟୁରିରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading