
କେନ୍ଦ୍ରାପଡ଼ା,୧୭ା୬:ସଦର ଥାନା ଅଧିନ ବାହାକଣ୍ଡିଆ ଘାଟଗଡା ନିକଟରେ ଗତ ୧୧ତାରିଖରେ ଏକ ଦମ୍ପତ୍ତିଙ୍କ ଠାରୁ ସୁନାଚେନ ଲୁଟ ହୋଇଥିବା ମାମଲାରେ ସଦର ଥାନା ପୋଲିସ ୨ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ଏକ ସୁନାଚେନ ଜବିତ କରିଛି। ସେହି ଲୁଟେରା ଅଭିଯୁକ୍ତ ୨ଜଣ ହେଉଛନ୍ତି ଡେରାବିଶ ଥାନା ଅଧିନ ମନ୍ତ୍ରୀପଡା ଗ୍ରାମର ଅଲେଖ ସିଂଙ୍କ ପୁଅ ମହେଶ୍ୱର ସିଂ(୨୩) ଓ ଢେଙ୍କାନାଳ ଜିଲ୍ଲାର ଭୁବନ ଥାନା ଅଧିନ ମାର୍ଥାପୁର ଗ୍ରାମର ଅର୍ଜ୍ଜୁନ ସିଂଙ୍କ ପୁଅ ଭଞ୍ଜନ ସିଂ(୩୩)। ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇଦିଆଯାଇଥିବା ଥାନାଧିକାରୀ ପଦ୍ମାଳୟା ପ୍ରଧାନ ସୂଚନା ଦେଇଛନ୍ତି।
