ବିଦ୍ୟୁତ ଖୁଣ୍ଟରେ କେବୁଲ ତାର ଲଗାଯାଉନି

ଟିପିସିଓଡିଏଲର ଉଦାସୀନତା

blank

କେନ୍ଦ୍ରାପଡ଼ା,୧୭ା୫:କେନ୍ଦ୍ରାପଡା ପୌାରାଞ୍ଚଳ ଅନ୍ତର୍ଗତ ୨ନମ୍ବର ୱାର୍ଡର ବଡବାରଙ୍ଗ ସ୍ଥିତ ବିଦ୍ୟୁତ ଖୁଣ୍ଟରେ ମାତ୍ର ୩ଶହ ମିଟର ବ୍ୟବଧାନରେ ଉଦେଶ୍ୟମୂଳକ ଭାବରେ କେବୁଲ ଦିଆଯାଉନାହିଁ। ଏନେଇ ସେହି ଗ୍ରାମର ବରିଷ୍ଠ ନାଗରିକ ତଥା ଶିକ୍ଷାବୀତ ଗଣେଶ୍ୱର ମେକାପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଶ୍ରୀ ମେକାପଙ୍କ ଘର ପୂର୍ବରୁ ଥିବା ବିଦ୍ୟୁତ ଖୁଣ୍ଟ ଓ ପରେ ଥିବା ବିଦ୍ୟୁତ ଖୁଣ୍ଟରେ କେବୁଲ ଲଗାଯାଇଥିବା ବେଳେ ଜାଣିଶୁଣି ଉଦେଶ୍ୟମୂଳକ ଭାବରେ ମାତ୍ର ୩ଶହ ମିଟର ବ୍ୟବଧାନ ପାଇଁ କେବୁଲ ଲଗାଯାଇନଥିବା ଶ୍ରୀ ମେକାପ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଟିପିସିଓଡିଏଲ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ଖୋଲା ବିଦ୍ୟୁତ ତାର ଖୁଣ୍ଟରେ ଯାଇଥିବାରୁ ଏହି ୩ଶହ ମିଟର ଦୂରତା ମଧ୍ୟରେ ଥିବା ଚାକୁଣ୍ଡା ଓ ନଡିଆ ଗଛ ପ୍ରଭୃତି ରହିଥିବାରୁ ସାମାନ୍ୟ ପବନ ହେଲେ ସେହି ବିଦ୍ୟୁତ ତାର ଗଛରେ ବାଜି ନିଆଁ ବାହାରୁଛି। ଏଥିସହିତ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସେବାରେ ବ୍ୟାହତ ସୃଷ୍ଟି ହେଉଛି। ଏଥିସହିତ ସେଠାରେ ନୂତନ ବିଦ୍ୟୁତ ଖୁଣ୍ଟ ବସାଯାଇଥିବା ବେଳେ ଭାଙ୍ଗି ଯାଇଥିବା ପୁରୁଣା ଦଦରା ବିଦ୍ୟୁତ ଖୁଣ୍ଟକୁ ସେଠାରୁ ଅପସାରଣ କରାଯାଉନାହିଁ। ଏହି ପୁରୁଣା ବିଦ୍ୟୁତ ଖୁଣ୍ଟ କେତେବେଳେ ଭାଙ୍ଗି ପଡି ଧନଜୀବବନ କ୍ଷୟକ୍ଷତି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ତେଣୁ ତୁରନ୍ତ ପୁରୁଣା ବିଦ୍ୟୁତ ଖୁଣ୍ଟ ସେଠାରୁ ଅପସାରଣ କରାଯିବା ସହ ବିଦ୍ୟୁତ ଖୁଣ୍ଟରେ କେବୁଲ ଲଗାଯିବା ପାଇଁ ଶ୍ରୀ ମେକାପ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

Next Post

ପୋତାଗଲା ଅମଣିଆ ଭୋଗ ତିନିଘଣ୍ଟା ନୀତି ବିଳମ୍ବ

Sun May 17 , 2026
ଶ୍ରୀବଳଦେବଜୀଉ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ କେନ୍ଦ୍ରାପଡ଼ା,୧୭ା୫:ଶ୍ରୀବଳଦେବଜହୀଉଙ୍କ ମନ୍ଦିରରେ ରବିବାର ଜଣେ ଅଣହିନ୍ଦୁ ମହିଳାଙ୍କ ପ୍ରବେଶକୁ ନେଇ ଅମଣିଆ ଭୋଗ ପୋତା ଯାଇଛି। ଏହାସହ ଶ୍ରୀଜୀଉଙ୍କ ନୀତି ତିନି ଘଣ୍ଟା ବିଳମ୍ବ ହୋଇଛି। ଏହି ଅଣହିନ୍ଦୁ ମହିଳା ଜଣଙ୍କ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳର ହୋଇଥିବା ବେଳେ ଗୋଆର ଜଣେ ଅଣହିନ୍ଦୁ ଯୁବକଙ୍କୁ ବିବାହ କରିଛନ୍ତି ବୋଲି ଜଣାପଡିଛି। ମହିଳା ଜଣଙ୍କ ବେକରେ ମଙ୍ଗଳସୁତ୍ର ସହ ଏକ କ୍ରସ ଚିହ୍ନଥିବା ଲକେଟ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading