
ପଟ୍ଟାମୁଣ୍ଡାଇ ତା ୨୩/୨- ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ଗୌରବମୟ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲର ଆଦର୍ଶ ଶିକ୍ଷକ ତଥା ବେଲତଳ ଭୋଳି ବାବା ମଠ ପରିଚାଳନା କମିଟି ପୂର୍ବତନ ସଭାପତି ଗୋପାଳ ବିହାରୀ ଦାଶଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଭୋଳି ବାବା ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଠ ପରିଚାଳନା କମିଟି ସଭାପତି ନୃସିଂହ ଚରଣ ପାଢ଼ୀଙ୍କ ପୌରହିତ୍ୟ ଓ ବେଲେଶ୍ୱର ସାହିତ୍ୟ ସଂସଦ ସମ୍ପାଦକ ପ୍ରମୋଦ ସାହୁଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରାକ୍ତନ ପ୍ରଶାସକ ଡ କେଳୁ ଚରଣ ସ୍ୱାଇଁ,ଗାଳ୍ପିକ ପ୍ରଦୀପ ନାୟକ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଦିବଂଗତ ଆଦର୍ଶ ଶିକ୍ଷକ ଗୋପାଳ ବିହାରୀ ଦାଶଙ୍କ ଉତ୍ତମ ଶିକ୍ଷା ଦାନ, ସମାଜସେବା ଓ ଆଧ୍ୟାତ୍ମିକ ଜଗତକୁ ଅବଦାନ ସମ୍ପର୍କରେ ଆଲୋକପାତ କରି ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ସଭାରେ ମଠ ପରିଚାଳନା କମିଟି ଉପସଭାପତି ତ୍ରିଲୋଚନ ପଣ୍ଡା ସମ୍ପାଦକ ବ୍ରଜବନ୍ଧୁ ଦାଶ, କୋଷାଧକ୍ଷ ଶ୍ୟାମ ସୁନ୍ଦର ସ୍ୱାଇଁ, ସୁଦର୍ଶନ ଦାଶ, ନଟବର ରାଉତ, ଭାବଗ୍ରାହୀ ଗିରି, ନାରାୟଣ ପ୍ରଧାନ,ତ୍ରିଲୋଚନ ଜେନା, ସୁବାଷ ସ୍ୱାଇଁ, ମନୁ ଚରଣ ଦାସ, କୁମା୍ରେଶ ନାୟକ, ବୈଷ୍ଣବ ମଲିକ ରାଜେନ୍ଦ୍ର ମଲିକ ସର୍ବେଶ୍ୱର ମଲିକ ପ୍ରମୁଖ ଭାଷଣ ଦେଇ ଦିବଂଗତ ଆଦର୍ଶ ଶିକ୍ଷକ ଗୋପାଳ ବିହାରୀ ଦାଶଙ୍କ ସ୍ମୃତି ଚାରଣ କରିଥିଲେ । ଶେଷରେ ପ୍ରମୋଦ ସାହୁ ଧନ୍ୟବାଦ ଦେଇଥିଲେ ।
