ତୁଳସୀ ବିଦ୍ୟା ମନ୍ଦିରର ୩୨ତମ ବାର୍ଷିକ ଉତ୍ସବ , ଶିକ୍ଷା ସହ ସୁଚରିତ୍ର ଗଠନ ଏକାନ୍ତ ଆବଶ୍ୟକ

blank
କେନ୍ଦ୍ରାପଡ଼ା, ୨୭ା୩: କେନ୍ଦ୍ରାପଡା ସହରସ୍ଥ ଇଚ୍ଛାପୁରଠାରେ ଥିବା ତୁଳସୀ ବିଦ୍ୟା ମନ୍ଦିରର ୩୨ତମ ବାର୍ଷିକ ଉତ୍ସବ ସଭାପତି ନିରଞ୍ଜନ ସୁଆରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ସହିତ ସୁଚରିତ୍ର ଗଠନ ଏକାନ୍ତ ଜରୁରୀ ବୋଲି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ( Additional District Magistrate)ନିଲୁ ମହାପାତ୍ର ଯୋଗଦେଇ କୁନିକୁନି ପିଲାମାନଙ୍କୁ ଉପଦେଶ ଦେଇଛନ୍ତି । schoolର ସମ୍ପାଦକ ରବିନ୍ଦ୍ର କୁମାର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ରାପଡା ପୌରଧ୍ୟକ୍ଷା ସରିତା ସାହୁ, ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ସିଆରସିସି ବିଭୁ ପ୍ରସାଦ ନାୟକ, କାଉନସିଲର କାଳୀ ପ୍ରସାଦ ମିଶ୍ର, ପୁଷ୍ପଲତା ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ମିନାକ୍ଷୀ ବେହେରା ଏହି ସଭାରେ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ଗୁରୁଜୀ ନିରଞ୍ଜନ ବସନ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଗୁରୁଜୀ ଓ ଗୁରୁମା ତଥା ଗଣେଶ ଚନ୍ଦ୍ର ଦାସ, ଶୁଭ୍ରକାନ୍ତୀ ବେହେରା, ଲିଲି ପରିଡା, ମୋନାଲିସା ନାୟକ, ବିଜୟଲକ୍ଷ୍ମୀ ମଲ୍ଲ, ପ୍ରତୀକ୍ଷା ଜେନା, ସଙ୍ଗୀତା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Next Post

ଲୋୟର ପିଏମଜି ରଣକ୍ଷେତ, କଂଗ୍ରେସ କର୍ମୀଙ୍କ ପଥର, ଅଣ୍ଡା, ଟମାଟୋ ଓ ଚେୟାର ମାଡ ୍ନ ପୋଲିସର ପାଣି ମାଡ, ଟିୟର ଗ୍ୟାସ୍ ସହ ଲାଠି ଚାର୍ଜ

Thu Mar 27 , 2025
ଭୁବନେଶ୍ୱର ୨୭ା୩- କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ଯୋଗୁଁ ଭୁବନେଶ୍ୱରର ଲୋୟର ପିଏମଜି ରଣକ୍ଷେତ୍ର ପାଲଟିଛି। ବିଧାନସଭା ଘେରାଉ ପାଇଁ କଂଗ୍ରେସ କର୍ମୀ ମାନେ ବ୍ୟାରିକେଟ୍ ଡେଇଁବାକୁ ଉଦ୍ୟମ କରିଥିଲେ । ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଆନ୍ଦୋଳନକାରୀମାନେ ପୋଲିସ୍ ଉପରକୁ ପଥର, ଅଣ୍ଡା ଏବଂ ଟମାଟୋ ମାଡ କରିବା ସହିତ ଚେୟାର ଫିଙ୍ଗିଥିଲେ। ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ୍ ଏବଂ ପାଣି ତୋପ ବ୍ୟବହାର କରିଥିଲା। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading