
ପଟ୍ଟାମୁଣ୍ଡାଇ ୧୩/୧୦- ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ସ୍ଥାନୀୟ ଠାକୁର ଶ୍ରୀ ଶ୍ରୀ ଅନୁକୁଳ ଚନ୍ଦ୍ରଙ୍କ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ନେତୃତ୍ୱରେ ସମ୍ପାଦକ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ପ୍ରଫେସର ଦୁର୍ଯୋଧନ ପରିଡା, ପ୍ରଫେସର ଗୋଲକ ମହାରଣା. କାର୍ଯ୍ୟକାରୀ ସଭାପତି କଣ୍ଡୁରୀ ଚରଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଉପକାରୀ ଫଳ, ଫୁଲ ଗଛ ରୋପଣ କରିବା ସହିତ ଗ୍ଲୋବାଲ ୱ୍ୱାର୍ମିଂ ବିଶ୍ୱ ପାଇଁ ଏକ ବଡ ଆହ୍ୱାନ ଭାବେ ଠିଆ ହୋଇଛି । ତେବେ ବିଶ୍ୱ ତାପନରୁ ରକ୍ଷାପାଇବା ପାଇଁ ସମସ୍ତଙ୍କୁ ବୃକ୍ଷ ରୋପଣ ରøାପଣ କରିବାକୁ ହେବ ବୋଲି ସେମାନେ କହିଛନ୍ତି ।ଏହି କାର୍ଯ୍ୟକ୍ରମରେ ମଂଚର ଯୁଗ୍ମ ସମ୍ପାଦକ ବିଜୟ ସାହୁ, କୋଷାଧ୍ୟକ୍ଷ ଚର୍ତୁଭୂଜ ରାଉଳ, ରିଟାର୍ଡ ଶିକ୍ଷା ଅଧିକାରୀ ପ୍ରଦୀପ୍ତ ରଥ, ପାବନି ରାଉତ, ବିଜୟ ରାଉତ, ସୁରେଶ ଜେନା, କବି ସଚିତ୍ର ବେହୁରା, ଗାଳ୍ପିକ ପ୍ରଦୀପ ନାୟକ, ଜଗନ୍ନାଥ ନାୟକ, ଶୀତଳ ପରିଡା ପ୍ରଫୁଲ ପ୍ରଧାନ, ବଂଶୀଧର ନାୟକ, କହ୍ନାଇ ପରିଡା ପ୍ରମୁଖ ଯୋଗ ଦେଇ ମନ୍ଦିର ପରିସରରେ ଆମ୍ବ, ପଣସ ଗୁଆ,ଅପ୍ସଳା,ପିଜୁଳି, କୃଷ୍ଣଚୂଡା ଆଦି ବିଭିନ୍ନ ଫଳ ଫୁଲ ଚାରା ରୋପଣ କରି ପରିବେଶ ସୁରକ୍ଷା ବାର୍ତା ଦେଇଥିଲେ ।
