
କେନ୍ଦ୍ରାପଡା ୨୪/୪: ୧୪ବର୍ଷ କମ୍ ବାଳକ ବିଭାଗର ସିଏମ୍ ଟ୍ରଫି ଦ୍ୱିତୀୟ ସଂସ୍କାରଣ ଫୁଟବଲ ପ୍ରତିଯୋଗିତା ପଟ୍ଟାମୁଣ୍ଡାଇ ସ୍ଥିତ ହରିହରାନନ୍ଦ ଆଶ୍ରମ ସ୍କୁଲ ପଡିଆ ଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଅଛି । ଉଦଘାଟନ ଉତ୍ସବରେ ମୁଖ୍ୟ ପରିଚାଳକ ଅଦିତ୍ୟ ନନ୍ଦ ଗିରି ଏବଂ ଅଧ୍ୟକ୍ଷ ଡଃ ମଳୟ ନନ୍ଦ ଗିରି ଉପସ୍ଥିତ ରହି ଖେଳାଳି ମାନଙ୍କୁ ଫୁଟବଲ ଖେଳରେ କ୍ରୀଡାର ଭାତ୍ରୃୁଭାବ ଏବଂ ଶୃଙ୍ଖଳମୟ ଜୀବନ ଅତ୍ୟନ୍ତ ଆବଶ୍ୟକ ବୋଲି ମତ ରଖିବା ସହ ରାଜ୍ୟ ସରକାରଙ୍କ ଏହି ପ୍ରତିଯୋଗିତା ନୂତନ କ୍ରୀଡାବିତ୍ ଅନୁସନ୍ଧାନର ମୂଳ ଲକ୍ଷ୍ୟ ବୋଲି ମତରଖି ଥିଲେ । କେନ୍ଦ୍ରାପଡା ଜିଲ୍ଲା ସଂସଦର ସହଯୋଗରେ ଏହି ପ୍ରତିଯୋଗିତା ପ୍ରତିକଦିନ ସକାଳ ଏବଂ ଅପରାହ୍ନରେ ଅନୁଷ୍ଠିତ ହୋବ ବୋଲି ସଂସଦର ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଘୋଷଣା କରିବାସହ ଓଡିଆ ସରକାର ଏହି ପଦକ୍ଷେପକୁ କ୍ରୀଡାର ବିକାଶରେ ସହାୟକ ହେବ ବୋଲି ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଂପାଦକ ଜ୍ୟୋତିମୟ ଦାସ, କୋଷାଧ୍ୟକ୍ଷ ଯୁଧିଷ୍ଠିର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବତନ ଅନ୍ତରାଷ୍ଟାୟ ଫୁଟବଲ ମହିଳା ଖେଳାଳି, ଗାୟତ୍ରୀ ମଲ୍ଲିକ, ଅଲୋଚନା ସେନାପତି, ରଶ୍ମିତା ପାତ୍ର ପ୍ରମୁଖ ଖେଳାଳୀ ଚୟନ ନିମନ୍ତେ ଉପସ୍ଥିତ ଥିଲେ । ଆଜିର ଖେଳରେ ପଟ୍ଟାମୁଣ୍ଡାଇ ଦଳ ୭-୦ ଗୋଲରେ ଜେନିଥ ଇନଣ୍ଟନେସନାଲ ସ୍କୁଲକୁ ପରାସତ କରିଥିବା ସ୍ଥଳେ ଦ୍ୱିତୀୟ ମ୍ୟାଚରେ କେନ୍ଦ୍ରାପଡା ସଦର ଦଳ କେନ୍ଦ୍ରାପଡା ହାଇସ୍କୁଲକୁ ୪-୦ ଗୋଲରେ ପରାସ୍ତକରି ଦ୍ୱିତୀୟ ରାଉଣ୍ଡକୁ ଉର୍ତ୍ତିନ୍ନ ହୋଇଛି ।
