
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ କଷଣଅଂଟା ହାଇସ୍କୁଲ ଠାରେ ଜିଲା ସ୍ତରୀୟ ସଂସ୍କୃତ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, କେନ୍ଦ୍ରାପଡ଼ା ଶାଖାର ସଭାପତି ପଣ୍ତିତ ପ୍ରମୋଦ କୁମାର ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ଜିଲାସ୍ତରୀୟ ଷୋଡ଼ଶ ବାର୍ଷିକ ସଂସ୍କୃତ ଦିବସ ସମାରୋହରେ ସଂସ୍କୃତ ତତ୍ୱଜ୍ଞ, ଲୋକଭାଷା ପ୍ରଚାର ସମିତିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡ. ବିପିନ ବିହାରୀ ଶତପଥୀ ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାରୋହକୁ ଉଦଘାଟନ କରିଥିଲେ। ଏଥିରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ସାଧାରଣ ସଂପାଦକ ପଣ୍ଡିତ ଡ .କୁମାର ଚନ୍ଦ୍ର ମିଶ୍ର ମୁଖ୍ୟ ବକ୍ତା, ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ପ୍ରଧାନଶିକ୍ଷକ କଣ୍ଡୁରୀ ଚରଣ ସ୍ୱାଇଁ, ବରିଷ୍ଠ କବି ସଚ୍ଚିତ୍ର ବେହୁରା, ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କେନ୍ଦ୍ରାପଡ଼ା ଶାଖା ଉପଦେଷ୍ଟା ପଣ୍ଡିତ ତୈଲୋକ୍ୟ ପ୍ରସାଦ ମିଶ୍ର, କଷଣଅଂଟା ହାଇସ୍କୁଲ ପ୍ରଧାନଶିକ୍ଷକ ଶ୍ରୀମନ୍ତ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂସ୍କୃତ ଭାଷାର ଗୁରୁତ୍ୱ, ମହତ୍ୱ ଉପରେ ଆଲୋକପାତ କରିଥିଲେ। କେନ୍ଦ୍ରାପଡ଼ା ଜିଲା ୯ ବ୍ଲକରୁ ଆସିଥିବା ପିଲାମାନଙ୍କ ମଧ୍ୟରେ ଆୟୋଜିତ ଜିଲାସ୍ତରୀୟ ଗୀତାପାଠ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୁମାରୀ ସ୍ୱୟଂଶ୍ରୀ ସାମନ୍ତରାୟ(ପ୍ରଥମ)ଭୂମିକା ଦାସ (ଦ୍ୱିତୀୟ)ସୁଦୀକ୍ଷା ନାୟକ (ତୃତୀୟ)ଙ୍କୁ ସଂଘ ପକ୍ଷରୁ ସାର୍ଟିଫିକେଟ ସହ ଅର୍ଥରାଶି ପ୍ରଦାନ କରାଯିବା ସହିତ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଉପଢୈ।କନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହିତ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ସଂସ୍କୃତ ବିଷୟରେ ଶତପ୍ରତିଶତ ନମ୍ବର ରଖିଥିବା ପିଲାମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ପଣ୍ଡିତ ଉମାକାନ୍ତ ମହାପାତ୍ର ବେଦପାଠ ମାନସ ମୁଦ୍ରା ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଘ ସମ୍ପାଦକ ଭଗବାନ ସାହୁ ବିବରଣୀ ପାଠ କରିଥିଲେ। ଏହି ଜିଲା ସ୍ତରୀୟ ସମାରୋହରେ ପ୍ୟାରୀ ମୋହନ ସ୍ୱାଇଁ,ଶ୍ରୀନାଥ ମିଶ୍ର,ଜୟନ୍ତ ପଣ୍ଡା ହାଡିବନ୍ଧୁ ଭୂୟାଁ,,ବିଜୟ ସାହୁ ସୂଜୟ କୁମାର ବେଉରା,ପ୍ରସନ୍ନ ଦାସ ରବିନ୍ଦ୍ର ବିଶ୍ୱାଳ,ପ୍ରଶାନ୍ତ ଦାସ ମାଗୁଣି ବେହେରା,ସୁରେଶ କୁମାର ପାଣି ପ୍ରମୁଖ ଭାଷଣ ଦେଇଥିଲେ ଓ ଏହି କାର୍ଯ୍ୟକ୍ରମକୁ ଜୟନ୍ତ ଶତପଥୀ,, ସତ୍ୟବ୍ରତ ନନ୍ଦ,ଶ୍ରୀବତ୍ସ ତ୍ରିପାଠୀ ଅକ୍ଷୟ ପତ୍ରୀ ଶିବପ୍ରସାଦ ରଥ, ସରୋଜ ଦାଶ ପ୍ରମୁଖ ପରିଚାଳନା କରିଥିବାବେଳେ ଅଳକା ମହାନ୍ତି ସ୍ୱର୍ଣ୍ଣ ନାୟକ,ସରୋଜିନି ପାଣିଗ୍ରାହୀ, ଭାଗବତ ପତ୍ରୀ, ସୁରେଶ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପଣ୍ଡିତା ନର୍ମଦା ରଥ ଧନ୍ୟବାଦ ଦେଇଥିଲେ । ଏହି ସମାରୋହରେ କେନ୍ଦ୍ରାପଡ଼ା ଜିଲା ୯ଟି ବ୍ଲକର ଶତାଧିକ ସଂସ୍କୃତ ଶିକ୍ଷିକା ଶିକ୍ଷକ ଯୋଗ ଦେଇଥିଲେ ।
