ଭାଜପାର ମିଶ୍ରଣ ପର୍ବ ମିଶିଲେ ଶତାଧିକ ବିଜେଡି କର୍ମୀ

blank
କେନ୍ଦ୍ରାପଡ଼ା,୨୪ା୪: କେନ୍ଦ୍ରାପଡା ସହର ଉପକଣ୍ଠରେ ଥିବା ହୋଟେଲ ଗୈାରୀଶଙ୍କରରେ ଭାରତୀୟ ଜନତା ପାଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ରାଜନଗର ଭାଜପା ବିଧାୟକ ପ୍ରାର୍ଥୀ ଲଳିତ ବେହେରାଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ହୋଇଥିଲା। ଏଥିରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ବିଜେଡି କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣପର୍ବରେ ଶତାଧିକ ବିଜେଡି କର୍ମୀ ଦଳ ତ୍ୟାଗ କରି ବିଜେପିରେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ବିଜେଡି ନେତ୍ରୀ ତଥା ରାଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷା ପୁଷ୍ପଲତା ସିଅ, ରାଜପୁର ଗ୍ରାମପଞ୍ଚାୟତର ସମିତିସଭ୍ୟ ତଥା ବିଜେଡି ନେତା ଜନ୍ମେଜୟ ସେଠୀ, ପୂର୍ବତନ ସମିତିସଭ୍ୟ ବିଜ୍ଞାନ ରାଉତ, ବନ୍ଧପଡାର ବିଜେଡି ନେତା ଦିଲ୍ଲିପ କୁମାର ସିଅ, ଭିତରଗଡର ବିଜେଡି ନେତା ମହେନ୍ଦ୍ର କୁମାର ଦାସ, ସୁରେଶ ଚନ୍ଦ୍ର ରାଉତ ପ୍ରମୁଖ ବିଜେଡି ଛାଡି ଭାଜପାରେ ମିଶିଛନ୍ତି। ସେହିପରି ଭିତରଗଡ ଗ୍ରାମପଞ୍ଚାୟତର ୱାର୍ଡସଭ୍ୟ ନାରାୟଣ ପାତ୍ର, ଅନନ୍ତ ସାହାଣୀ, କମଳା ସାହାଣୀ, ଲକ୍ଷ୍ମୀଧର ବାରିକ, ଆଶାଲତା ବିଶ୍ୱାଳ, ସୁକୁମାର ମଣ୍ଡଳ, ବନ୍ଧପଡା ଗ୍ରାମପଞ୍ଚାୟତର ରମେଶ ରାଉତ, ସୁକାନ୍ତି ରାଉତ, ରବୀନ୍ଦ୍ର ମହାନ୍ତି ପ୍ରମୁଖ ମଧ୍ୟ ଏହି ମିଶ୍ରଣ ପର୍ବରେ ବିଜେପିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶଶାଙ୍କଶେଖର ସେଠୀ, କେନ୍ଦ୍ରାପଡା ବିଧାୟିକା ପ୍ରାର୍ଥୀ ଗିତାଞ୍ଜଳୀ ସେଠୀ, ବିଜେପି ନେତା ଉମାକାନ୍ତ ପଟ୍ଟନାୟକ ଓ ସଞ୍ଜୟ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Next Post

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଘଟଣା, ମୃତାହତ ପାଇଁ ଜନଶକ୍ତି ପାର୍ଟି ମହମବତୀ ଶୋଭାଯାତ୍ରା

Thu Apr 24 , 2025
ପଟ୍ଟାମୁଣ୍ଡାଇ ୨୪/୪ – ସମ୍ପ୍ରତି ଜାମ୍ମୁ କାଶ୍ମୀର ପହଲଗ୍ରାମ ଠାରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣ ଘଟଣା ପୋଲିସ ସୁରକ୍ଷା ବାହିନୀ ସମେତ ବହୁ ଲୋକ ମୃତାହତ ହୋଇଛନ୍ତି । ସେମାନଙ୍କ ଆତ୍ମାର ସଦଗତି ପାଇଁ ଜନଶକ୍ତି ପାର୍ଟି ପକ୍ଷରୁ ମହମବତୀ ଶୋଭାଯାତ୍ରା କରାଯିବା ସହିତ ମୃତାହତ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ପାର୍ଟି ପକ୍ଷରୁ ଦାବୀ କରାଯାଇଛି । […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading