ଐତିହାସିକ ପ୍ରତାପ ରାୟଙ୍କ ପୂଣ୍ୟତିଥି

blank
କେନ୍ଦ୍ରାପଡ଼ା,୩୦ା୪:କେନ୍ଦ୍ରାପଡା ଜିଲ୍ଲା ଇତିହାସ ରଚୟିତା ସ୍ୱର୍ଗତ ପ୍ରତାପ କୁମାର ରାୟଙ୍କ ପୂଣ୍ୟତିଥି ଗରାପୁରସ୍ଥିତ ଶ୍ରୀଗୋପାଳଜୀଉ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସାମ୍ବାଦିକ ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ୱ ଏବଂ ଅଧ୍ୟାପକ ମୁରଲୀଧର ରଥଙ୍କ ପରିଚାଳନାରେ ଆୟୋଜିତ ସଭାରେ ବ୍ରାହ୍ମଣସଭାର ଜିଲ୍ଲା ସଭାପତି ପଣ୍ଡିତ ହୃଷିକେଶ ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ମାନବଜାତିର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ତଥ୍ୟ ମୂଳକ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ବ୍ରାହ୍ମଣସଭାର ଜିଲ୍ଲା ଉପସଭାପତି ହରେକୃଷ୍ଣ ପତି, ବାଇମୁଣ୍ଡି ସାହିତ୍ୟ ସଂସ୍କୃତି ପରିଷଦର ଦୀନବନ୍ଧୁ ସାହୁ, ଅଭିମନ୍ୟୁସାମନ୍ତସିଂହାର କଲେଜ ଅଧ୍ୟାପକ ଦୀପକ କୁମାର ଓଝା, ଶାନ୍ତନୁ କୁମାର ଦାଶ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରାୟଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଶ୍ରେୟାଶ୍ରୀ ଦାଶ, ବର୍ଷାପ୍ରିୟଦର୍ଶିନୀ ଦାଶ, ଦିପ୍ତିମୟୀ ଗାହାଣ, ସାଇଶ୍ରଦ୍ଧା ବେହେରା, ତପସ୍ୱିନୀ ଶତପଥୀ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ। ପ୍ରଦ୍ୟୁମ୍ନ ମଲ୍ଲିକ ହନୁମାନ ନୃତ୍ୟ ପରିବେଷଣ କରିଥିଲେ। ୪୦ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ। ଏହି ଅବସରରେ ବାଲିଆ ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁଙ୍କୁ ସମାଜସେବୀ ସାରସ୍ୱତ ସମ୍ମାନ ଓ ଅଧ୍ୟାପକ ମୁରଲୀଧର ରଥଙ୍କୁ କେନ୍ଦ୍ରାପଡା ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରଥମେ ବାଲିଆ ଦୟାନନ୍ଦ ସେବାଶ୍ରମର ମଦନଭାଇ ହୋମଯଜ୍ଞ କରିଥିଲେ। ଅସୀମା ରାଉତ ଓ ମିନର୍ଭା ରାଉତଙ୍କ ନେତୃତ୍ୱରେ କୀର୍ତ୍ତନମଣ୍ଡଳୀ କୀର୍ତ୍ତନ କରିଥିଲେ। ଶେଷରେ ଭୀମସେନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

କେନ୍ଦ୍ରାପଡା ଜିଲ୍ଲାରେ ମାଟ୍ରିକ ପାସ୍‌ହାର ୯୫.୯୭ପ୍ରତିଶତ ଦେବଦର୍ଶୀ ମଣ୍ଡଳ ଜିଲ୍ଲା ଟପ୍ପର,

Sat May 2 , 2026
୧୧୮ଟି ସ୍କୁଲରେ ଶତ ପ୍ରତିଶତ ପାସ କେନ୍ଦ୍ରାପଡ଼ା,୨ା୫:ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। କେନ୍ଦ୍ରାପଡା ଜିଲ୍ଲାରେ ମାଟ୍ରିକ ପରୀକ୍ଷା ପାସହାର ୯୫.୯୭ ପ୍ରତିଶତ ହୋଇଥିବା ଜଣାପଡିଛି। ଦେବଦର୍ଶୀ ମଣ୍ଡଳ ଜିଲ୍ଲା ଟପ୍ପର ହୋଇଛନ୍ତି। ଜିଲ୍ଲାର ମୋଟ ୩୪୭ଟି ସ୍କୁଲର ୧୯ ହଜାର ୨୨୮ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ସେଥିରୁ ୧୮ହଜାର ୯୬୮ଜଣ ପରୀକ୍ଷା ଦେଇଥିଲେ। ୨୬୦ଜଣ ଅନୁପସ୍ଥିତ ଥିବା ବେଳେ ୧୮ହଜାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading