ପୁରୁଣା ବସଷ୍ଟାଣ୍ଡ ପାଖ ଅର୍ବାନ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ

blank
କେନ୍ଦ୍ରାପଡ଼ା, ୯ା୪: କେନ୍ଦ୍ରାପଡା ପୌରାସଂସ୍ଥା ଅନ୍ତର୍ଗତ ବଳଗଣ୍ଡିରେ ଥିବା କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟି ବିଭିନ୍ନ ଜିନିଷପତ୍ର ନଷ୍ଟ ହୋଇଛି। ଖବର ନେବାରୁ ଜଣାପଡିଛି ଯେ ବ୍ୟାଙ୍କର ପୁରୁଣା ବସଷ୍ଟାଣ୍ଡ ଶାଖାରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବିଦ୍ୟୁତ ସର୍ଟସର୍କିଟରୁ ହଠାତ୍ ବ୍ୟାଙ୍କ ପରିସରରେ ନିଆଁ ଲାଗି ଯାଇଥିଲା । ବ୍ୟାଙ୍କ ପରିସରରେ ନିଆଁ ବ୍ୟାପିି ଯିବାରୁ ସେଠାରେ ଥିବା ନଥିପତ୍ରରେ ନିଆଁ ଲାଗି ଯାଇଥିଲା। ନିଆଁରେ ବ୍ୟାଙ୍କର କେତେକ କାଗଜ ପତ୍ର ପୋଡି ପାଉଁଶ ହୋଇ ଯାଇଥିଲା। ଖବର ପାଇ କେନ୍ଦ୍ରାପଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିି ତିନୋଟି ଅଗ୍ନିଶମ ଗାଡି ଦ୍ୱାରା ପାଣି ପକାଇ ଓ ଗ୍ୟାସ ସ୍ପ୍ରେ କରି ନିଆଁକୁ ଆୟତ କରିଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି । ବ୍ୟାଙ୍କରେ ନିଆଁ ଲାଗିବାର ପ୍ରକୃତ କାରଣ ଏବେସୁଦ୍ଧା ଅସ୍ପଷ୍ଟ ରହିଛି। ଏସମ୍ପର୍କରେ ବ୍ୟାଙ୍କର ସି.ଇ.ଓ. ଭାଗ୍ୟଳକ୍ଷ୍ମୀ ପଣ୍ଡାଙ୍କୁ ପଚାରିବାରେ ସେ କୁହନ୍ତି ଯେ ଏହି ଅଗ୍ନିକାଣ୍ଡରେ ବ୍ୟାଙ୍କର କେତେକ ଅଦରକାରୀ କାଗଜପତ୍ର ପୋଡି ଯାଇଛି। ଏହାସହ ସିସି ଟିଭି କ୍ୟାମେରା, କମ୍ପ୍ୟୁଟର ଓ ସର୍ଭର କ୍ଷତିଗସ୍ତ ହୋଇଛି। ତେବେ ଏହାଦ୍ୱାରା ଗ୍ରାହକମାନେ ବିଶେଷ କିଛି ସମସ୍ୟାରେ ସମ୍ମୁଖୀନ ହେବେ ନାହିଁ ବୋଲି ବ୍ୟାଙ୍କର ସିଇଓ ଶ୍ରୀମତୀ ପଣ୍ଡା କହିଛନ୍ତି।

Next Post

ବିପୁଳ ପରିମାଣରେ ଚୋରା ମଦ ଜବତ, ଜଣେ ମହିଳା ସମେତ ୫ କୋର୍ଟ ଚାଲାଣ

Wed Apr 9 , 2025
କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଟ୍ରକ ୧୧୮ ଲିଟର ମଦ ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲ୍ଲିକ, ପଦ୍ମଲୋଚାନ ନାୟକ, ଅବକାରୀ ଉପ ନିରିକ୍ଷକ ଧର୍ମପଦ ଦାସ, ନରେଶ କୁମାର ପଣ୍ଡା ଏବଂ ଅନ୍ୟ କର୍ମଚାରୀ ସାମିଲ କେନ୍ଦ୍ରାପଡ଼ା ସଦର, କେନ୍ଦ୍ରାପଡ଼ା ଟାଉନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading