ଯୁବକଙ୍କୁ ପିଟି ପିଟି ମାରିଦେଲେ, ,ମୃତକର ଶବକୁ ଥାନା ସମ୍ମୁଖରେ ରଖି ଧାରଣା ଦେଲେ ପରିବାର

blank
କେନ୍ଦ୍ରାପଡ଼ା,୧୯ା୮:କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ ନହଙ୍ଗ ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଗ୍ରାମରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ହତ୍ୟାର ଶିକାର ଯୁବକଙ୍କ ନାମ ହେଉଛି ନୃସିଂହ ସେଠୀ। ନୃସିଂହଙ୍କୁ ସଂଘବଦ୍ଧ ଭାବେ ଲୁହା ରଡ ଓ କାଠ ଫାଳିଆରେ ଆକ୍ରମଣ କରାଯାଇଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟା ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି। ନୃସିଂହଙ୍କ ପରିବାର ଲୋକେ ନିକିରାଇ ଥାନା ସମ୍ମୁଖରେ ମୃତଦେହ ରଖି ଅପରାଧୀମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ। ପୋଲିସ ଜଗନ୍ନାଥପୁର ଗ୍ରାମରେ ଚଢଉ କରି ୮/୧୦ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ପରେ ଜଗନ୍ନାଥପୁର ଗ୍ରାମ ଏବେ ପୁରୁଷ ଶୂନ୍ୟ ହୋଇଯାଇଛି। ନୃସିଂହଙ୍କ ପତ୍ନୀ ଉର୍ମିଳା ଏତଲାରେ ଦର୍ଶାଇଛନ୍ତି ତାଙ୍କ ସ୍ୱାମୀ ବଜାରରୁ ଘରକୁ ଫେରିବା ସମୟରେ ସେହି ଗ୍ରାମର ନିରଞ୍ଜନ ସେଠୀ, ଲିପୁନା ସେଠୀ, ଭିକାରୀ ସେଠୀ, କ୍ଷୀରୋଦ ସେଠୀ, ମେଘନାଦ ସେଠୀ ପ୍ରମୁଖ ଲୁହା ରଡ ଓ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଏହାପରେ ମାନସୀ ସେଠୀ, ଦିପ୍ତିମୟୀ ସେଠୀ, କବିତା ସେଠୀ, ଅନିତା ସେଠୀ, ସକୁନ୍ତଳା ସେଠୀ, ଅରୁଣୀବାଳା ସେଠୀ, ବିଜୁଳି ସେଠୀ, ସୁଷମା ସେଠୀ ପ୍ରମୁଖ ତାଙ୍କ ଉପରେ ଲଙ୍କାଗୁଣ୍ଡ ପାଣି ଢାଳିଥିଲେ। ଫଳରେ ସେ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ଘଟିବା ପରେ ପରିବାର ଲୋକେ ନୃସିଂହଙ୍କ ଶବକୁ ଥାନା ସମ୍ମୁଖକୁ ଆଣି ଧାରଣା ଦେଇଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ। ଏ ସଂକ୍ରାନ୍ତରେ ନିକିରାଇ ଥାନାଧିକାରୀ ପଦ୍ମାଳୟା ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନୃସିଂହଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଏକ ହତ୍ୟା ମମାଲା ରୁଜୁ ହୋଇ ତଦନ୍ତ ଚାଲିଛି। ଆମେ ସନ୍ଦେହରେ କେତେକ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛୁ। ଏଥିରେ ଯେଉଁମାନେ ଅଭିଯୁକ୍ତ ବୋଲି ପ୍ରମାଣ ମିଳିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Next Post

କେନ୍ଦ୍ରାପଡା ମହାବିଦ୍ୟାଳୟରେ ଆଣ୍ଟିରାଗିଂ ସପ୍ତାହ ପାଳିତ

Wed Aug 20 , 2025
କେନ୍ଦ୍ରାପଡ଼ା,୨୦ା୮:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ ଆଣ୍ଟିରାଗିଂ ସପ୍ତାହ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କ ସଭାପତିତ୍ୱରେ ଏବଂ ବାଣିଜ୍ୟ ବିଭାଗ ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ତିନିଶହରୁ ଉର୍ଦ୍ଧ୍ୱ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ରାଗିଂ ସମ୍ପର୍କରେ ସଚେତନ କରାଯାଇଥିଲା। ମହାବିଦ୍ୟାଳୟର କୈାଣସି ଛାତ୍ର କିମ୍ବା ଛାତ୍ରୀଙ୍କୁ ଶାରିରୀକ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading