ଭିତର କନିକା ଓ ଗହୀର ମଥା ନରହିଲେ କେନ୍ଦ୍ରାପଡାର ଅଧିକାଂଶ ଅଞ୍ଚଳ ସମୁଦ୍ରରେ ଲୀନହେବ

ମେରାଇନ ଟର୍ଟଲ ପ୍ରୋଟେକ୍ସନ ଆଣ୍ଡ ମ୍ୟାନଗ୍ରୋ କନଭେସନ ସୋସାଇଟି

blank
କେନ୍ଦ୍ରାପଡା ୨୨/୬: ମେରାଇନ ଟର୍ଟଲ ପ୍ରୋଟେକ୍ସନ ଆଣ୍ଡ ମ୍ୟାନ ଗ୍ରୁପ କନଭେନସନ ସୋସାଇଟି ତରଫରୁ ସୋସାଇଟ୍ ସଭାପତି ସତ୍ୟପ୍ରକାଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡା ସହର ସନିକଟ ହୋଟେଲ ଚଣ୍ଡିଆ ପ୍ୟାଲେସଠାରେ ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପମାନ ଓ ଭିତର କନିକା ଗହୀର ମଥା ସମ୍ପର୍କରେ ଏକ ଆଲୋଚନା ଚକ୍ର, କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇ ଅଛି । ସୋସାଇଟିର ସଚିବ ପ୍ରକୃତି ବନ୍ଧୁ ହେମନ୍ତ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରା ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବରେ ଉତ୍ସବ ଉଦ୍‌ଘାଟନ କରି କହିଲେ କେନଦ୍ରାପଡାର ଐତିହାସିକ ପ୍ରାଯୁଜ୍ୟ ହେଉଛି ଗହୀର ମଥା ଆଉ ଭିତର କନିକା । ଏହା ଦିନକୁ ଦିନ କ୍ଷୟ ହେବାର କାଗିଛି । ଯଦି ଏହା ଲୋପପାଇଯାଏ ତେବେ କେନ୍ଦ୍ରାପଡାର ଅଧିକାଂଶ ଅଞ୍ଚଳ ସମୁଦ୍ରରେ ଲିନହେବ । ଏହାର ସୁରକ୍ଷା ନିମନ୍ତେ ବୁଦ୍ଧିଜୀବୀ, ସାହିତିକ, ପରିବେଷ ବିତ୍ ଓ ରାଜନୈତିକ ବ୍ୟକ୍ତି ବିଶେଷ ସମେତ ପ୍ରଶାସନ ଗୁରୁତ୍ୱ ଦେବାକୁ ମତବ୍ୟକ୍ତ କରିଥିଲେ । ବରିଷ୍ଟ ଅତିଥି ଭାବରେ ରଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ଶୁଭାଶୁଂ କୁମାର ଦାସ, ବରେଣ୍ୟ ଅତିଥି ଭାବରେ ମନ୍ନଥ ବରାଳ, ସମ୍ମାନୀତ ଅତିଥି ଭାବରେ ସମାଜସେବୀ ରମଣୀ ରଞ୍ଜନ ରାଉତରାୟ ଓ ଶ୍ରୀଧର କୁମାର ଭୋଳ ଯୋଗଦାନ କରି ବୃକ୍ଷ ରୋପଣ, ହେନ୍ତାଣ ବଣ ଓ ପରିବେଷ ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମୁଖ୍ୟ ବକ୍ତା ଭାବରେ ସାମ୍ବଦିକ ଜଗନ୍ନାଥ ଧଳ ଯୋଗ ଦେଇଥିଲେ । ଏହି ଅବସରରେ ବିଶିଷ୍ଟ କବି ନଗେନ୍ଦ୍ର ସ୍ୱାଇଁ, ବସନ୍ତ ମଞ୍ଜରୀ ଦାସ, ଅଶୋକ ସାହୁ, ଚାରୁଲତା ଭୂୟାଂ,ବଳରାମ ନାୟକ, ଗୋଲକ ସେଠୀ, ଅପର୍ତ୍ତୀ ସେଠୀ, ପ୍ରେମାନନ୍ଦ ଜେନା, ମମତା ସେନାପତି କବିତା ମୁଦୁଲି, ବାବୁଲି ମଲ୍ଲିକ ଓ ଆରାଧନା ଦାସଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାମ୍ଭଧିକ ଅଲେଖ କୁମାର ଦାସ ପ୍ରାରମ୍ଭିକ ସୂଚନା, ଶ୍ରୀଧର କୁମାର ଭୋଳ ଅତିଥି ପରିଚୟ ଓ ମନୋରଞ୍ଜନ ତ୍ରିପାଠୀ ଅନ୍ୟବାଦ ଜ୍ଞାପନ କରିଥିଲେ । ଅନୁସୂୟା ସାମଲ, ଗାୟତ୍ରୀ ଦାସ, ସ୍ୱପ୍ନାଶୁ କୁମାର ଦାସ, କରୁଣା କର ଦାସ, ଶତ୍ରୁଘନ ତରାଇ, ଗୀତା ଦାସ, କାର୍ତ୍ତକ ଚରଣ ନାୟକ,ଓ ଶ୍ରୀଧର ମହାନ୍ତିଙ୍କ ପରିଚାଳନାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ସମସ୍ତ କବିତା ଆବୃତ୍ତି କରିଥିଲେ ।

Next Post

ଚିକିତ୍ସାଧୀନ ଅବସ୍ଥାରେ ସିଆରପିଏଫ ଯବାନ ମୃତ, ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ

Wed Jun 25 , 2025
ପଟ୍ଟାମୁଣ୍ଡାଇ ୨୫/୬- ଚିକିତ୍ସାଧୀନ ଅବସ୍ଥାରେ ଜଣେ ସିଆରପିଏଫ ଯବାନଙ୍କ ମୃତ୍ୟୁ ଘଟିଛି। ମୃତ ଯବାନ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅନ୍ତର୍ଗତ ବଡଜରିଆ ଗାଁର କୈବଲ୍ୟ ପରିଡା । ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବ ସେ ଲିଭର ରୋଗରେ ଆକ୍ରାନ୍ତ ଥିଲେ। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ବୁଧବାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading