ଅଙ୍ଗନୱାଡି କର୍ମୀଙ୍କୁ ମିଳିନି ମାସିକ ଦରମା , ପରିବାର ଚଳାଇବା ହେଉଛି କଷ୍ଟ

blank
ପଟ୍ଟାମୁଣ୍ଡାଇ ୨୦/୩ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଏବଂ ସହାୟିକାମାନେ ଗତ ଦେଢ ମାସ ହେବ ସେମାନଙ୍କର ଦରମା ପାଇନାହାଁନ୍ତି। ଯାହା ଫଳରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କର୍ମୀମାନଙ୍କ ପାଇଁ ସେମାନଙ୍କ ପରିବାର ପ୍ରତିପାଳନ କରିବା କଷ୍ଟକର ହୋଇପଡ଼ିଛି। ସେମାନେ ସେମାନଙ୍କର ଦରମା ଦେବା ପାଇଁ ବ୍ଲକ କ୍ଲର୍କ ଏବଂ ଅପରେଟରଙ୍କୁ ନିରନ୍ତର ସୂଚନା ଦେଇ ଆସୁଛନ୍ତି। ହେଲେ କୌଣସି ସୁଫଳ ମିଳୁନାହିଁ । ଯାହାକୁନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅଙ୍ଗନୱାଡି କର୍ମୀମାନେ କୁହନ୍ତି ସେମାନେ ନିୟମିତ ଦରମା ପାଉଥିଲେ ।ମାତ୍ର ଦୁଇ ବର୍ଷ ମଧ୍ୟରେ ଅନେକବାର ଏପରି ବିଳମ୍ବ ହୋଇଛି।
କେତେଜଣ ଅଙ୍ଗନୱାଡି କର୍ମୀ କହିଛନ୍ତି ଯେ ସେମାନେ କମ୍ ଦରମାରେ କାମ କରୁଛନ୍ତି । ସେଥିରେ ଘର ଚଳିବା କାଠିକର ପାଠ ହେଉଥିଲେ ମଧ୍ୟ ଜେନ ତେନ ଚଳିଯାଉଛୁ । କିନ୍ତୁ ମାସିକ ଦରମା ବିଳମ୍ବ ସେମାନଙ୍କ ପାଇଁ ଅସୁବିଧାର କାରଣ ହେଉଛି। ଏହା ବ୍ୟତୀତ ଆମ ପିଲାମାନଙ୍କର ସ୍କୁଲ ଫିସ୍ ଦେବା ଏବଂ ସେମାନଙ୍କୁ ସ୍କୁଲ ସମ୍ବନ୍ଧୀୟ ଅନ୍ୟାନ୍ୟ ଜିନିଷ କିଣିବା ପାଇଁ ଅସୁବିଧା ହେଉଛି। ଶ୍ୱଳ୍ପ ଦରମା ତାହା ଠିକ ସମୟରେ ନମିଳିବାରୁ ଗାଁ ରୁ ୧୦ସୁଧ ଆଣି ଚଳୁଛୁ । ଦରମା ମିଳିଲେ ସୁଧ ପାଇସା ଦେବାକୁ ପଡିବ । ନିଅଂଟିଆ ପଇସାରୁ ସୁଧ ବାହାରିଗଲେ ଚଳିବା ଆହୁରି କଷ୍ଠ ସାଧ୍ୟ ହେବା ସହିତ ସୁଧ ସୁଝିବା କଷ୍ଠସାଧ୍ୟ ହେବ । ଅନ୍ୟ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଅଧିକ ଦରମା ସହିତ ପ୍ରତି ମାସରେ ନିୟମିତ ଭାବରେ ସେମାନଙ୍କର ଦରମା ପାଉଛନ୍ତି । ସେମାନଙ୍କ ଚଳଣୀ ଠାରୁ ଅଧିକ ଦରମା ଥିବାରୁ ବଚତ ହୋଇଯାଏ । ମାତ୍ର ଶ୍ୱଲ୍ପ ଦରମା ଅଂଟୁନଥିବା ବେଳେ ବଚତ ସାତସପନ । ମାସେ ଦୁଇ ମାସ ଦରମାବନ୍ଦ ହେଲେ ସରକାରଙ୍କୁ ଫରକ ପଡୁନାହିଁ । କିନ୍ତ ଗୋଟିଏ ମାସ ଚଳିବା ପାଇଁ ଯେଉଁ ସୁଧ ଆଣୁଛୁ । ତାକୁ ସୁଝିବା ପାଇଁ କାଠିକର ପାଠ ହୋଇ ଯାଉଥିବା ବେଳେ ପିଲା ଚଳିବା ପଇସାରୁ ସୁଧ ପଳାଇ ଯାଉଛି । ଯଦି ସରକାର ଆମକୁ ସମୟ ସୀମା ମଧ୍ୟରେ ଦରମା ଦିଅନ୍ତି ତେବେ ଆମେ ଶ୍ୱଲ୍ପ ଦରମାରେ ଏକ ପ୍ରକାର ଚଳିଯାଆନ୍ତୁ ବୋଲି କେତେଜଣ ଅଙ୍ଗନୱାଡି କର୍ମୀ ଏବଂ ସହାୟିକାମାନେ ନିଜନାମ ଗୋପନ ରଖି ଦୁଃଖଭରା ଅନ୍ଦାଜରେ କହିଛନ୍ତି । ଏନେଇ ପଟ୍ଟାମୁଣ୍ଡାଇ ସିଡିପିଓ ଲକ୍ଷ୍ମୀମଣୀ ସିଂଙ୍କୁ ପଚାରିବାରେ ଆମ୍ଭେ ମାସିକ ଦରମାର କାଗଜ ପତ୍ର ମାସର ୨୫ ତରିଖ ବେଳକୁ ସରକାରଙ୍କୁ ସମିଟ କରିଦେଇଛୁ । ଦରମା କେବେ ଜମା ହେବ ସେ ବିଷୟରେ କୌଣସି ସରକାରୀ ସୂଚନା ନାହିଁ ବୋଲି ପ୍ରତିକ୍ରୀୟା ଦେଇଛନ୍ତି ।

Next Post

କୃତ୍ରୀମ ବୁଦ୍ଧିମତାର ପ୍ରୟୋଗ ଦ୍ୱାରା ଶିକ୍ଷା କ୍ଷେତ୍ରରେ ନୃତନଯୁଗର ଅଭ୍ୟୁଦୟ ହେବ

Sat Mar 21 , 2026
ଗ୍ଲୋବାଲ ବ୍ରିଲିଆଂଟ ସ୍କୁଲର ବାର୍ଷିକ ଉତ୍ସବ ପଟ୍ଟାମୁଣ୍ଡାଇ ୨୧/୩ -ଜ୍ଞାନର ବିସ୍ପୋରଣ ଓ ଶିକ୍ଷା ଉପରେ ଜଗତୀକରଣର ପ୍ରଭାବ ଛାତ୍ରୀଛାତ୍ର ମାନଙ୍କୁ ପ୍ରତିଯୋଗିତା ସମ୍ପନ୍ନ ହେବାକୁ ଆଜି ଉତ୍ସାହିତ କରିଛି । ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ଦୃଢ ଇଛାଶକ୍ତି ଓ କଠୋର ସାଧାନା ଛାତ୍ରୀଛାତ୍ରଙ୍କ ପକ୍ଷରେ ଅପରିହାର୍ଯ୍ୟ ହୋଇପଡିଛି । ପୁନଶ୍ଚ କୃତ୍ରୀମ ବୁଦ୍ଧିମତାର ପ୍ରୟୋଗ ଦ୍ୱାର ଶିକ୍ଷା କ୍ଷେତ୍ରରେ ଏକ ନୃତନଯୁଗର ଅଭିଉଦୟ ହେବାକୁ ଯାଉଛି ।ଏହାକୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading