
କେନ୍ଦ୍ରାପଡା ୨୪/୪: ଡିଜିଟାଲ ମାଧ୍ୟମର ଦ୍ରୁତ ପରିପ୍ରସାର ସତ୍ତ୍ୱେ ମୁଦ୍ରିତ ପୁସ୍ତକର ଭୂମିକା ସବୁ ପ୍ରତିକୂଳତା ସତ୍ୱେ ମଧ୍ୟ ପାଠକସହ ଯୋଡିହୋଇ ରହିବବୋଲି ବିଶ୍ୱ ପୁସ୍ତକ ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ରାପଡ଼ାରେ ରାଜ୍ୟସ୍ତରୀୟ ପୁସ୍ତକମେଳାର ଆୟୋଜକ କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ(କେମ୍) ଦ୍ୱାରା ସ୍ଥାନୀୟ ମାଧପୁରଠାରେ ବିଶ୍ୱ ପୁସ୍ତକ ଦିବସ ଅବସରରେ ଏକ ସଭା ଆୟୋଜିତ ହୋଇ ଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ୧୯୯୫ ମସିହାରୁ ଯୁନେସ୍କୋ ଦ୍ୱାରା ପ୍ରତିବର୍ଷ ୨୩ ଏପ୍ରିଲକୁ ବିଶ୍ୱ ପୁସ୍ତକ ଦିବସ ଋପେ ପାଳନ କରାଯାଇ ଆସୁଛି। ପୁସ୍ତକ ପଠନ ପ୍ରତି ଆଗ୍ରହ ଓ କପିରାଇଟ ପ୍ରତି ସଚେତନତା ସୃଷ୍ଟି ଏହାର ଉଦ୍ଦେଶ୍ୟ। ସମ୍ପ୍ରତି ମୋବାଇଲ ଓ ଡିଜିଟାଲ ମାଧ୍ୟମର ବହୁଳ ବ୍ୟବହାର ଛାପାପୁସ୍ତକ ପଠନ ପ୍ରତି ଆଗ୍ରହ କମାଇଦେଇଛି ବୋଲି ଏହି ଅବସରରେ ଯୋଗଦେଇଥିବା ଅତିଥି ଓ ସାହିତ୍ୟିକମାନେ ମତପ୍ରକାଶ କରିଥିଲେ। କେମ୍ ର ମୁଖ୍ୟଉପଦେଷ୍ଠା ବିରଜା ରାଉତରାୟଙ୍କ ସଂଚାଳନରେ କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଜୁବୁଲି ଲାଇବ୍ରେରୀର ସମ୍ପାଦକ ଓ ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତି, ଜିଲ୍ଲାର ସର୍ବପୁରାତନ ଛାପାକଳ ବଳଦେବ ପ୍ରେସର ସତ୍ୱାଧିକାରୀ ପ୍ରଦୀପ୍ତ ଜେନା ଓ ସୁନାମଧନ୍ୟ ପ୍ରଚ୍ଛଦଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଅତିଥିରୂପେ ଯୋଗଦେଇ ବିଭିନ୍ନ ଦୃଷ୍ଟିକୋଣରୁ ମୁଦ୍ରିତ ପୁସ୍ତକ ଅସ୍ତିତ୍ୱର ଉଭୟ ସବଳ ଓ ଦୁର୍ବଳ ଦିଗଗୁଡିକ ସମ୍ପର୍କରେ ଯୁକ୍ତି ଉପସ୍ଥାପନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କବି ଶୁଭ୍ରାଂଶୁ କୁମାର ଦାସ,କବିତା ମୁଦୁଲି, ଅଜୟ ପାତ୍ର, ରଞ୍ଜନ କୁମାର ବାଇ, କ୍ଷୀରୋଦ କର,ଶ୍ରୀଧର ମହାନ୍ତି, ସ୍ୱପାଂଶୁ କୁମାର ଦାସ,ରାଜେନ୍ଦ୍ର ମହାପାତ୍ର, ଗୋଲାପ ରାଉତ,ଦିବାକର ରାଉତ, ରଶ୍ମିରଞ୍ଜନ ବାରିକ, ପ୍ରିୟବ୍ରତ ସାହୁ, ପ୍ରତାପ ସ୍ୱାଇଁ, ଧରଣୀଧର ସେଠୀ ପ୍ରମୁଖ ଯୋଗଦେଇ ନିଜନିଜ ଦୃଷ୍ଟିକୋଣରୁ ବହିକୁ ଭଲପାଇବାର ବଳିଷ୍ଠ କାରଣମାନ ମତବ୍ୟକ୍ତ କରିଥିଲେ।
