କେନ୍ଦ୍ରାପଡା କଲେଜ ଜମି ପାଇଁ ପୁରାତନ ଛାତ୍ର ସଂସଦ ବୈଠକରେ ଉଦ୍‌ବେଗ

blank
କେନ୍ଦ୍ରାପଡ଼ା,୧୩ା୧୨:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ର ଏକ ବୈଠକ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ମିନି କନଫରେନ୍ସ ହଲରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କାର୍ଯ୍ୟକାରୀ ସଭାପତି ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଶାନ୍ତନୁ କୁମାର ଜେନା ଉପସ୍ଥିତ ଥିଲେ। ସଂସଦର ସମ୍ପାଦକ ଡ. ପ୍ରମୋଦ କୁମାର ଦାସ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। କଲେଜ ସଂଲଗ୍ନ ତଥା କଲେଜ ପରିସରରେ ଥିବା ଭିନ୍ନ ଭିନ୍ନ ବ୍ୟକ୍ତି ତଥା ସରକାରୀ ସଂସ୍ଥା ଦ୍ୱାରା ବ୍ୟବହାର ହେଉଥିବାରୁ କଲେଜର ଶୈକ୍ଷିକ କାର୍ଯ୍ୟକଳାପ ବ୍ୟାହତ ହେଉଥିବା ମତ ପ୍ରକାଶ ପାଇଥିଲା। କଲେଜ ନାମରେ ନିକଟ ଅତୀତରେ ରେକର୍ଡଭୁକ୍ତ ହୋଇଥିବା ସାଢେ ୭ଏକର ଜମିକୁ ଚିହ୍ନଟ କରିବା ପାଇଁ କଲେଜ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଯଥାଶୀଘ୍ର ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ନିବେଦନ କରାଯାଇଥିଲା। ଏତଦବ୍ୟତିତ ଭବିଷ୍ୟତରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୈକ୍ଷିକ ବିକାଶ କରିବା ପାଇଁ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ବକ୍ତୃତାମାଳା ଆୟୋଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିନିମିତ୍ତ ଏକ ଏଗାର ଜଣିଆ ପୁରାତନ ଛାତ୍ର ସଂଯୋଗ କମିଟି ଗଠନ କରାଯାଇ କଲେଜ ସହ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ବନ୍ଦ ହୋଇଯାଇଥିବା ବିଏଡ୍ କଲେଜର ସମ୍ପତ୍ତିକୁ ତା’ର ବାଇ- ଲ ଅନୁଯାୟୀ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ହସ୍ତାନ୍ତର କରିବା ପାଇଁ ସହମତି ପ୍ରକାଶ ପାଇଥିଲା। ଏଦିଗରେ ସ୍ଥାନୀୟ ପ୍ରଶାସନ ତଥା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ପ୍ରାକ୍ତନ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ନେଇ ଭବିଷ୍ୟତରେ ଏକ ମିଳିତ ବୈଠକ କରାଯିବା ପାଇଁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଶେଷରେ ଅଧ୍ୟାପିକା ଡ. ଦିପ୍ତୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ନନ୍ଦ କିଶୋର ପରିଡା, ଅଜୟ ସାମଲ, ଡ. ଅମୀୟ କୁମାର ମହାନ୍ତି, ଚିତ୍ତରଞ୍ଜନ ଦାସ, ବିଶ୍ୱନାଥ ଆଚାର୍ଯ୍ୟ, ଡ. ତ୍ରୈଲୋକ୍ୟନାଥ ସାମଲ, ଡ. ପ୍ରଦୀପ୍ତ କିଶୋର ଦାଶ, ସାହିତ୍ୟିକ ଡ. ବାସୁଦେବ ଦାସ, ବିଶ୍ୱଜିତ ଦାସ, ଶରତ କୁମାର ସିଂ, ଡ. ରଶ୍ମୀ କର, ଡ. ପ୍ରଭାକର ମଲ୍ଲିକ, ଡ. ରତ୍ନମଞ୍ଜରୀ ଦାଶ, କ୍ୟାପଟେନ ସୀମା ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Next Post

କ୍ଲଷ୍ଟରସ୍ତରୀୟ “ଆସ ସ୍କୁଲ ଯିବା” ପାଇଁ , ଶିକ୍ଷା ସଭା-୨୦୨୫ ଅନୁଷ୍ଠିତ

Sat Dec 13 , 2025
କେନ୍ଦ୍ରାପଡ଼ା,୧୩ା୧୨: କେନ୍ଦ୍ରାପଡ଼ା ପୈାରାଞ୍ଚଳ ଅନ୍ତର୍ଗତ ଇଚ୍ଛାପୁର ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ସମସ୍ତ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ଅଙ୍ଗନୱାଡ଼ି କର୍ମୀ, ଆଶ କର୍ମୀ, ଏହି କ୍ଲଷ୍ଟରରେ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀ ଓ ତାଙ୍କ ପିତାମାତାମାନଙ୍କୁ ନେଇ କ୍ଲଷ୍ଟର ସ୍ତରୀୟ “ଆସ ସ୍କୁଲ ଯିବା” ନିମନ୍ତେ ଶିକ୍ଷା ସଭା-୨୦୨୫ ବଳଦେବ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଇଚ୍ଛାପୁର କ୍ଲଷ୍ଟରର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading