ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା

blank
କେନ୍ଦ୍ରାପଡ଼ା, ୪ା୩ : ନେହେରୁ ଯୁବକେନ୍ଦ୍ର ଓ ମୋ ଭାରତ ପକ୍ଷରୁ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କବାଡି, ଫୁଟବଲ୍‌, ସ୍ଲୋ ସାଇକେଲ ରେସ୍‌, ବ୍ୟାଡମିଣ୍ଟନ, ଟାଇବୁଣ୍ଡ ଓ ଦୈାଡ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ୧୫ରୁ ୨୯ବର୍ଷ ବୟସ ବର୍ଗର କ୍ରୀଡାବିତମାନେ ଅଂଶଗ୍ରହଣ କରିଥିଲେ।ଏହି ପ୍ରତିଯୋଗିତାକୁ କ୍ରୀଡା ଶିକ୍ଷକ ଉମାକାନ୍ତ କର, ଦେବେନ୍ଦ୍ର କିଶୋର ସାହୁ, ଶଶାଙ୍କଶେଖର ସାହୁ ଓ ବିବେକାନନ୍ଦ ସାମଲ ପ୍ରମୁଖ ପରିଚାଳନା କରିଥିବା ବେଳେ ପୁରସ୍କାର ବୀତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଓ ସମ୍ମାନୀତ ଅତିଥି ଭାବେ ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ଅଧିକାରୀ ଗୋଲିତିରୁପତି ରେଡ୍ଡୀ ଯୋଗଦେଇ ଏହି କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କୃତି ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନିତ ହୋଇଛନ୍ତି। ଏହି ଉତ୍ସବକୁ ସ୍ୱେଛାସେବୀ ସ୍ଥିତିପ୍ରଜ୍ଞା ଜେନା, ନିଖିଲ ସ୍ୱାଇଁ, ଦେବସୃତି ସ୍ୱାଇଁ, ଉମାକାନ୍ତ ସାହୁ, ସତ୍ୟଜିତ ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଲକ୍ଷ୍ମୀକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ରାଜନଗର ସିଡିପିଓଙ୍କ ଦୁର୍ବ୍ୟବହାର ପ୍ରତିବାଦ ବଦଳି ଦାବି କଲେ ଅଙ୍ଗନୱାଡି କର୍ମୀ

Tue Mar 4 , 2025
କେନ୍ଦ୍ରାପଡ଼ା,୪ା୩: ରାଜନଗରର ସମନ୍ୱିତ ଶିଶୁ ବିକାଶ ଅଧିକାରୀ (ସିଡିପିଓ)ଙ୍କ ଅଙ୍ଗନୱାଡି କର୍ମୀଙ୍କ ପ୍ରତି ଅଶାଳୀନ ବ୍ୟବହାରରେ ଅତିଷ୍ଟ ହୋଇ ନ୍ୟାୟ ପାଇଁ ରାଜନଗର ଅଙ୍ଗନୱାଡି କର୍ମୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦୁର୍ନୀତି ଖୋର ସିଡିପିଓଙ୍କୁ ଅନ୍ୟତ୍ର ବଦଳି କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଗତମାସ ୨୪ ତାରିଖରେ ରାଜନଗର ସେକ୍ଟର ଅଙ୍ଗନୱାଡି କର୍ମୀଙ୍କ ଏକ ବୈଠକ ରାଜନଗର ସିଡିପିଓଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେଉଥିଲା । […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading