ଭାଷା ଓ ସାହିତ୍ୟ ଉପରେ ଗର୍ବ ହିଁ ଜାତିପ୍ରେମ , ସାହିତ୍ୟ ଭୂମି ପତ୍ରିକା ଉନ୍ମୋଚିତ

blank
ପଟ୍ଟାମୁଣ୍ଡାଇ ୨୯/୪ -ଭାଷା ଓ ସାହିତ୍ୟ ହେଉଛି ଗୋଟିଏ ଜାତିର ପ୍ରାଣ, ସ୍ୱାଭିମାନ ଓ ପରିଚୟର ମୂଳଦୁଆ ।ଏହା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ, ବରଂ ଜାତିର ଐତିହ୍ୟ, ସଂସ୍କୃତି ଓ ସଭ୍ୟତାକୁ ବଂଚାଇ ରଖେ । ସମୃଦ୍ଧ ସାହିତ୍ୟ ଜାତିର ଚିନ୍ତାଧାରା ଓ ଉନ୍ନତିକୁ ପ୍ରତିଫଳିତ କରେ, ଏବଂ ଭାଷା ହିଁ ଜାତିର ସ୍ୱତନ୍ତ୍ର ଅସ୍ତିତ୍ୱକୁ ସୁଦୃଢ଼ କରି ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ । ଭାଷା ଓ ସାହିତ୍ୟ ଉପରେ ଗର୍ବ ହିଁ ଜାତିପ୍ରେମ ଓ ସ୍ୱାଭିମାନକୁ ଜାଗ୍ରତ ରଖେ ବୋଲି ପଟ୍ଟାମୁଣ୍ଡାଇ ଟାଉନ୍ କ୍ଲବ ଠାରେ ଉତ୍କଳ ଗୌରବ ମଧସୂଦନଙ୍କ ଜନ୍ମ ଜୟନ୍ତୀ ଅବସରରେ ପଟ୍ଟାମୁଣ୍ଡାଇରୁ ପ୍ରକାଶିତ ହୋଇ ଆସୁଥିବା ସାହିତ୍ୟ ପତ୍ରିକା ସାହିତ୍ୟ ଭୂମିର ସପ୍ତମ ବର୍ଷ ବିଶେଷାଙ୍କ ଉନ୍ମୋଚନ ଉତ୍ସବରେ ଉପସ୍ଥିତ ବକ୍ତାମାନେ ଏହି ମତ ଦେଇଥିଲେ । ବରିଷ୍ଠ ଗାଳ୍ପିକ ପ୍ରଦୀପ ନାୟକଙ୍କ ସମ୍ପାଦନାରେ ପ୍ରକାଶିତ ଏହି ଉନ୍ମୋଚନ ସଭାରେ ଲେଖକ ସଂସଦର ଅଶୋକ କୁମାର ବଳ ସଭାପତି, ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ. କେଳୁ ଚରଣ ସ୍ୱାଇଁ, ପୂର୍ବତନ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ପରିଡ଼ା, ନାଟ୍ୟକାର ଗୋଲକ ମହାରଣା, ଶିକ୍ଷାବିତ୍ କଣ୍ଡୁରୀ ଚରଣ ସ୍ୱାଇଁ, କବି ଅଶୋକ ପରିଡା ( ପୁଣ୍ୟଶ୍ଳୋକ) ଯୋଗ ଦେଇ ପତ୍ରିକା ଉନ୍ମୋଚନ କରିଥିଲେ । କବି ସଚିତ୍ର ବେହୁରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କବିତା ପାଠ କରିଥିଲେ ବ୍ରଜବନ୍ଧୁ ଦାଶ, ମହନ୍ତ ମଲିକ, ଅନ୍ତର୍ଯ୍ୟାମୀ ବେଜ୍‌, ସୁଚିତ୍ରା ଗୁପ୍ତ, କହ୍ନାଇ ପରିଡ଼ା, ବ୍ରଜସୁନ୍ଦର ସାହୁ, ସୁଶାନ୍ତ କୁମାର ଦାଶ,ସୁମିତ୍ରା ମହାନ୍ତି, ଇ. ତପନ ପାତ୍ର, ବୈଷ୍ଣବ ମଳିକ, ଦେବାଶିଷ ପ୍ରଧାନ , ପ୍ରସନ୍ନ ବେହୁରା। ଉପସ୍ଥିତ ଅତିଥି ଚତୁର୍ଭୁଜ ରାଉଳ, ପତ୍ରିକାର ଉପଦେଷ୍ଟା ପ୍ର. କୈଳାଶ ଚନ୍ଦ୍ର ପାତ୍ର,ପାବନି ରାଉତ, ବିଜୟ ରାଉତ, ସୁରେଶ ଚନ୍ଦ୍ର ଜେନା, ପଣ୍ଡିତ ତ୍ରୈଲୋକ୍ୟ ମିଶ୍ର ଗନ୍ଧର୍ବ ଲେଙ୍କା , ସାମ୍ୱାଦିକ ଜଗନ୍ନାଥ ଆଚାର୍ଯ୍ୟ, ଉପେନ୍ଦ୍ର ନାୟକ। ଟାଉନ୍ କ୍ଳବର ସଭାପତି କେତନ ଦାଶ, ସମ୍ପାଦକ ଚିତ୍ରଶିଳ୍ପୀ ରମେଶ ଦେ ପ୍ରମୁଖ ଯୋଗ ଦେଇ କାର୍ଯ୍‌ଯକ୍ରମରେ ସହଯୋଗ କରିଥିଲେ । ବେଲେଶ୍ୱର ସାହିତ୍ୟ ସଂସଦର ସମ୍ପାଦକ ପ୍ରମୋଦ କୁମାର ସାହୁ ଧନ୍ୟ୍ୱାଦ ଅର୍ପଣ କରିଥିଲେ ।

Next Post

ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଧାରଣା

Wed Apr 29 , 2026
କେନ୍ଦ୍ରାପଡା,୨୯/୪: ସାମ୍ବାଦିକମାନଙ୍କ ବିଭିନ୍ନ ଦାବି ନେଇ ଉତ୍କଳ ସାମ୍ବାଦିକ ସଂଘ କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ପ୍ରତୀକ ଧାରଣା ଦେଇଥିଲେ । ଏହି ଅବସରରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବି ପତ୍ର ଦିଆଯାଇଥିଲା । ଜିଲ୍ଲା ସଂଘର ସଭାପତି ହିମାଂଶୁ ଶେଖର ନାୟକ, ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, କୋଷାଧ୍ୟକ୍ଷ ରାଧାକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ସାମ୍ବାଦିକ ମାନେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading