ବିଶିଷ୍ଟ ଶ୍ରମିକନେତା ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ସମ୍ବର୍ଦ୍ଧନା

blank
କେନ୍ଦ୍ରାପଡ଼ା,୩୦ା୧୧:କେନ୍ଦ୍ରାପଡାକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ରାଜ୍ୟ ଆଇ.ଏନ.ଟି.ୟୁ.ସି.ସଭାପତି, ସର୍ବଭାରତୀୟ ଆଇ.ଏନ.ଟି.ୟୁ.ସି. ଉପସଭାପତି ତଥା ଜେନେଭାସ୍ଥିତ ଆନ୍ତର୍ଜାତୀୟ ପ୍ରବାସୀ ଶ୍ରମିକ ସଂଗଠନର ଅଧ୍ୟକ୍ଷ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ଗରାପୁର ଡାକବଙ୍ଗଳା ଛକରେ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କେନ୍ଦ୍ରାପଡାର ମିଳିତ ଟ୍ରେଡ ୟୁନିଅନ ପକ୍ଷରୁ ପ୍ରତିନିଧିମାନେ ଶ୍ରୀ ଖୁଣ୍ଟିଆଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜଣାଇଥିଲେ। ଏଥିସହିତ ଟ୍ରେଡୟୁନିଅନର ପ୍ରତିନିଧିମାନେ ଆଇ.ଏନ.ଟି.ୟୁ.ସି.ର ରାଜ୍ୟ ସଭାପତିଙ୍କୁ କେନ୍ଦ୍ରାପଡାର ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଓ ଦୁରାବସ୍ଥା ସମ୍ପର୍କରେ ଜଣାଇବା ସହିତ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ସଭାପତି ଶ୍ରୀ ଖୁଣ୍ଟିଆ ଆସନ୍ତା ୩, ୪ ଓ ୫ତାରିଖରେ ରାଜ୍ୟ ସ୍ତରୀୟ ଶ୍ରମକୋର୍ଡ ପ୍ରଚଳନ ବିରୋଧୀ ସମାବେଶକୁ କେନ୍ଦ୍ରାପଡା ଜିଲ୍ଲାରୁ ବହୁ ସଂଖ୍ୟାରେ ପ୍ରତିନିଧି ଯୋଗଦେବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲାର ସମସ୍ତ ପଞ୍ଚାୟତ ଗୁଡିକରେ ପିଅନ ନିଯୁକ୍ତି କ୍ଷେତ୍ରରେ ଯେଉଁଠି ପୂର୍ବରୁ ଥିବା ପିଅନ ସଠିକ ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ପୁର୍ନନିଯୁକ୍ତି ପ୍ରଦାନ କରିବାକୁ ସଭାପତି ଶ୍ରୀ ଖୁଣ୍ଟିଆ ମତବ୍ୟକ୍ତ କରିଥିଲେ। ନଚେତ ଯେଉଁ ପଞ୍ଚାୟତରେ ରାଜନୈତିକୀକରଣ ଘଟିବ ତାକୁ ଜିଲ୍ଲାର ମିଳିତ ଟ୍ରେଡୟୁନିଅନ ପକ୍ଷରୁ ଜିଲ୍ଲା ସ୍ତରରେ ଆନ୍ଦୋଳନ କରିବାକୁ ଶ୍ରୀ ଖୁଣ୍ଟିଆ ପରାମର୍ଶ ଦେବା ସହ ରାଜ୍ୟ ସ୍ତରରେ ଆବଶ୍ୟକ ସରକାରୀ ସହାୟତା ପାଇଁ ପଦକ୍ଷେପ ନେବାକୁ ସେ ପ୍ରତିଶୃତି ଦେଇଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଆଇ.ଏନ.ଟି.ୟୁ.ସି. ଜିଲ୍ଲା ସଭାପତି ମୁକ୍ତାର ଖାଁ, ଅନ୍ୟତମ ନେତୃତ୍ୱ ଫକୀର ଚରଣ ଖଟୁଆ, ବସନ୍ତ କୁମାର ସେଠୀ, ଜୀତେନ୍ଦ୍ର ଚୈାଧୁରୀ, ବିରଜା ମହାନ୍ତି, ଏଚଏମଏସର ତ୍ରିଲୋଚନ ଦାସ, ଏ.ଆଇ.ଟି.ୟୁ.ସି. ପକ୍ଷରୁ ଅଜୟ ସାମଲ, ସିଟୁ ପକ୍ଷରୁ ଜଗତଜୀବନ ଦାଶ, ଅଜିତ ପରିଡା, ମହିଳାନେତ୍ରୀ ସନ୍ଧ୍ୟାରାଣୀ ରାଉତ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସୁଶିଲ କୁମାର ସାମଲ, ପବିତ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Next Post

ପେନସନ ପାଇଁ ଶିକ୍ଷକଙ୍କୁ ନିର୍ଯ୍ୟାତନା ଯୋଗୁଁ କିରାଣୀ ନିଲମ୍ବିତ

Mon Dec 1 , 2025
କେନ୍ଦ୍ରାପଡ଼ା,୧ା୧୨:ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ ଓ ଅନ୍ୟାନ୍ୟ କାର୍ଯ୍ୟରେ ସହ ଯୋଗ ପରିବର୍ତ୍ତେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ଅଭିଯୋଗରେ ଶିକ୍ଷା ବିଭାଗର କନିଷ୍ଠ କିରାଣୀଙ୍କୁ ନିଲମ୍ବନ କରାଯାଇଛି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ସୂଚନା ମିଳିଛି। ଏଥିରେ ଉଲ୍ଲେଖ ରହିଛି ଯେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନରେଶ ଚନ୍ଦ୍ର ଲେଙ୍କା ଅବସର ନେବାର ପ୍ରାୟ ୫ମାସ ବିତିଗଲାଣି। ସେ ପେନସନ ପାଇବା ପାଇଁ ଆବଶ୍ୟକ କାଗଜପତ୍ର ମାର୍ଶାଘାଇ ମଣ୍ଡଳ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading