ଆୟକର ନୋଟିସ ଜାରିକରି ବିବାଦରେ ଶିକ୍ଷା କାର୍ଯ୍ୟାଳୟ

blank
କେନ୍ଦ୍ରାପଡ଼ା,୧୬ା୯: ଜିଲ୍ଲାର ସମସ୍ତ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଆୟକର ନୋଟିସ ଜାରିକରି ବିବାଦ ମଧ୍ୟକୁ ଟାଣିହୋଇଛି ଜିଲ୍ଲା ଶିକ୍ଷା ବିଭାଗ। ଏହି ନୋଟିସକୁ ନେଇ ପ୍ରଧାନଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସେମାନେ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସେମାନେ କହିଛନ୍ତି ଆଜି ପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କୈାଣସି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏଭଳି ନୋଟିସ ଜାରିକରି ନଥିଲେ। ନିୟମ ଅନୁଯାୟୀ ଯଦି ଗଣଶିକ୍ଷା ବିଭାଗ ସଚିବ ଏସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଅନ୍ତି ତେବେ ଆୟକର ଦାଖଲ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେବେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଇବା ପରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଧାନ ଶିକ୍ଷକମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇପାରିବେ। କିନ୍ତୁ ଜଣେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଧାନଶିକ୍ଷକମାନଙ୍କୁ ଏଭଳି ନିର୍ଦ୍ଦେଶ ଜାରି କରିବା ବେଆଇନ ବୋଲି ସେମାନେ କହିଛନ୍ତି। ଜଣେ ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାୟୀ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସ୍ୱାଗତିକା ସ୍ୱାଇଁ ଚଳିତ ସେପ୍େଟମ୍ବର ମାସର ନିୟମିତ ଦରମା ପ୍ରଦାନ କରିବା ବେଳେ ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିକଟକୁ ପତ୍ର ସଂଖ୍ୟା – ୮୯୮୦(ଗ) /ତା ୧୩/୯/୨୦୨୫ ରିଖରେ ସେପ୍େଟମ୍ବର ମାସର ନିୟମିତ ଦରମା ବିଲ୍‌ଫର୍ମ ସହିତ ୧୬ନମ୍ବର ଆୟକର ବିଭାଗ ଫର୍ମର ଅବିକଳ ନକଲ ସଂଲଗ୍ନ କରି ପଠାଇବାକୁ ଏକ ପତ୍ର ଲେଖିଛନ୍ତି। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ବିଗତ ବର୍ଷଗୁଡିକରେ କୋଣସି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏଭଳି କୈାଣସି ପତ୍ର କରିନଥିବା ଜଣାପଡିଛି। କାରଣ ଶିକ୍ଷା ବିଭାଗ ସଚିବ ବା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏଭଳି କୈାଣସି ନିର୍ଦ୍ଦେଶନାମା ନାହିଁ। ତେଣୁ ପୂର୍ବତନ ଅଧିକାରୀମାନେ ଏଭଳି ବେନିୟମ କାର୍ଯ୍ୟ କରିନଥିବା ବେଳେ ବର୍ତ୍ତମାନର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କାହା ସାହସରେ ଏଭଳି କଲେ ସେମାନେ ପ୍ରଶ୍ନ ଉଠାଇଛନ୍ତି।

Next Post

ଶାରଦୀୟ ଦୁର୍ଗା ପୂଜା ଉତ୍ସବକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ତହସିଲରେ ଶାନ୍ତି କମିଟି ବୈଠକ

Tue Sep 16 , 2025
ପଟ୍ଟାମୁଣ୍ଡାଇ ୧୬/୯ -ଜମିଦାର ଅମଳରୁ ପଟ୍ଟାମୁଣ୍ଡାଇରେ ପ୍ରଚଳିତ ହୋଇଆସୁଥିବା ଗଣପର୍ବ ଦୂର୍ଗାପୂଜା କେନ୍ଦ୍ରାପଡା ଜିଲାର ସର୍ବପୁରାତନ ସାଂସ୍କୃତିକ ପର୍ବ । ଏହି ପର୍ବକୁ ପଟ୍ଟାମୁଣ୍ଡାଇବାସୀ ଗଣପର୍ବ ଭାବେ ପାଳନ କରି ଆସୁ ଥିବା ବେଳେ ଏହି ଉତ୍ସବର ଏକ ଲମ୍ବା ଇତିହାସ ରହିଛି । ସାମ୍ପ୍ରଦାୟିକ ସଂପ୍ରୀତିର ସହର ପଟ୍ଟାମୁଣ୍ଡାଇ ଅଂଚଳରେ ଆୟୋଜିତ ଶାରଦୀୟ ଦୁର୍ଗା ପୂଜା ଉତ୍ସବରେ ଉଭୟ ହିନ୍ଦୁ ଓ ମୁସଲମାନମାନେ ଭାଗ ନେବାର ବିରଳ ପରମ୍ପରା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading