ଉଦଘାଟିତ ହୋଇଯାଇଛି ଷଷ୍ଠ କେନ୍ଦ୍ରାପଡା ସାହିତ୍ୟ ଉତ୍ସବ

ସାହିତ୍ୟ ଏକ ସମୃଦ୍ଧ ଜାତିର ପରିଚୟ

blank
କେନ୍ଦ୍ରାପଡା ୨୧/୩ : ଉଦଘାଟିତ ହୋଇଯାଇଛି ଷଷ୍ଠ କେନ୍ଦ୍ରାପଡା ସାହିତ୍ୟ ଉତ୍ସବ ଆଜି କେନ୍ଦ୍ରାପଡା ଦୁହୁରିଆ ସ୍ଥିତ ବିଏସ ଗାଡ଼େର୍ନ ଠାରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିନରେ ଭାରତୀୟ ଐତିହ୍ୟର ସୁରକ୍ଷା, ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ, ଆଧୁନିକ ଗଳ୍ପ ଓ କବିତା ପ୍ରଭୃତି ସମ୍ପର୍କରେ ବହୁ ବିଶିଷ୍ଟ ବ୍ୟକ୍ତି ଆଲୋଚନା କରିଥିଲେ । ଏହି କେନ୍ଦ୍ରାପଡା ସାହିତ୍ୟ ଉତ୍ସବକୁ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଚିତ୍ରକର ଡକ୍ଟର ପ୍ରଫୁଲ୍ଲ ମହାନ୍ତି ଅତିଥି ଭାବେ ଯୋଗଦେଇ ଦୁଇ ଦିନିଆ ଉତ୍ସବକୁ ଉଦଘାଟନ କରି କହିଥିଲେ ଯେ ପଲ୍ଲୀ ସାହିତ୍ୟ ହିଁ ଜୀବନର ବାସ୍ତବ ଚିତ୍ରକୁ ଫୁଟାଇବାରେ ସମର୍ଥ । ବିଭିନ୍ନ ଅଧିବେଶନରେ ଯୁବ ଓ ଛାତ୍ରଛାତ୍ରୀଙ୍କ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଏହି ଉତ୍ସବରେ ଅତିଥିମାନେ ସାହିତ୍ୟ ଏକ ସମୃଦ୍ଧ ଜାତିର ପରିଚୟ । ସମସାମୟିକ ସମାଜର ପ୍ରତିନିଧିତ୍ୱ କରେ ସାହିତ୍ୟ । ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ବିଶ୍ୱ ମଞ୍ଚରେ ମାନବବାଦ ସପକ୍ଷରେ ସ୍ୱର ଉତ୍ତୋଳନ କରିବାରେ ସମର୍ଥ ବୋଲି ଷଷ୍ଠ କେନ୍ଦ୍ରାପଡା ସାହିତ୍ୟ ଉତ୍ସବରେ ମତ ପ୍ରକାଶ ପାଇଛି । ଅନ୍ୟମାନଙ୍କ ମଧ୍ୟରେ ଅନିଲ ଧିର, ଗୋଲକବିହାରୀ ସିଂହ, ହିମାଂଶୁ ବଳ ପ୍ରମୁଖ ଯୋଗଦେଇ ଜାତୀୟ ଐତିହ୍ୟର ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଜି ସଭ୍ୟତା ପାଇଁ ଏକ ଆହ୍ୱାନ ବୋଲି ଉପସ୍ଥିତ ବକ୍ତା ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡା ସାହିତ୍ୟ ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହେବ । ଦ୍ୱିତୀୟ ଦିନରେ ଆଧୁନିକ ଓଡ଼ିଆ ଉପନ୍ୟାସ, ଗଳ୍ପ କବିତାର ପାଠକୀୟତା, ଭୋକାଲ ଫର୍ ଲୋକାଲ ପ୍ରଭୃତି ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ । ସେହିପରି ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ଲେଖିକା ମାନସୀ ଦାସଙ୍କୁ କେନ୍ଦ୍ରାପଡା ସାହିତ୍ୟ ଉତ୍ସବ ସମ୍ମାନ ପ୍ରଦାନ କରାଯିବ । ତର୍କ, ସୃଜନ ଓ ଚିନ୍ତନର ଏହି ସାରସ୍ୱତ ମହାପର୍ବ ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିବ ବୋଲି ଆୟୋଜକ ମାନେ ମତବ୍ୟକ୍ତ କରିଛନ୍ତି । ଏହି ଉତ୍ସବକୁ କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର ଓ କେନ୍ଦ୍ରାପଡା ଡେଭେଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ମିଳିତ ଭାବେ ଆୟୋଜିତ କରାଯାଇଥିବା ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ସାହିତ୍ୟିକମାନେ ଯୋଗଦେଇଥିଲେ । ପ୍ରଥମ ଅଧିବେଶନ କୁ କବି ଅକ୍ଷୟ ପାଣି, ସାମ୍ବାଦିକ ତଥା ଲେଖକ ଚୌଧୁରୀ ଅମିତାଭ ଦାସ, କବି ଡକ୍ଟର ବିରଜା ରାଉତରାୟ, କବି ନବଜ୍ୟେତି ରାୟ, କେମର ସମ୍ପାଦକ ମହମ୍ମଦ ଜାହିଦ ଖାନ, ପ୍ରତାପ ସ୍ୱାଇଁ, ରଶ୍ମି ରଞ୍ଜନ ବାରିକ, ଦିଲ୍ଲୀପ ସାହୁ, ରମାକାନ୍ତ ଜେନା, ଭବାନୀ ଓଝା, ବଂଶିଧର ମହାନ୍ତି, କ୍ଷିରୋଦ କର ପ୍ରମୁଖ ପରିଚାଳନା କରିଥିଲେ ।

Next Post

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ୍‌ , ପ୍ରଥମ ଦିନରେ ୨୫ ହଜାର ଜରିମାନା ଆଦାୟ

Sat Mar 21 , 2026
କେନ୍ଦ୍ରାପଡ଼ା,୨୧ା୩:ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସ୍ୱତନ୍ତ୍ର ଗାଡି ମଟର ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଛି। ପ୍ରଥମେ କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆ ଛକରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ସେଠାରେ ଓଆର-୦୫-ଏଏମ- ୭୫୨୯ନମ୍ବର ରାଜଭଟ ପ୍ରାଇଭେଟ ବସ୍‌ର ଫିଟନେସ ନଥିବାରୁ ୧୧ହଜାର ଟଙ୍କା ଜୋରିମାନା କରାଯାଇଥିଲା। ପରେ ରାଉତରାୟ ବସକୁ ନିର୍ଦ୍ଧାରିତ ସଂଖ୍ୟାରୁ ଅଧିକ ଯାତ୍ରୀ ପରିବହନ ପାଇଁ ୪ହଜାର ୨ଶହ ଟଙ୍କା ଓ ଟ୍ୟୁଙ୍କିଲ ବସ ଠାରୁ ଫେୟାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading