
କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଟ୍ରକ ୧୧୮ ଲିଟର ମଦ ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲ୍ଲିକ, ପଦ୍ମଲୋଚାନ ନାୟକ, ଅବକାରୀ ଉପ ନିରିକ୍ଷକ ଧର୍ମପଦ ଦାସ, ନରେଶ କୁମାର ପଣ୍ଡା ଏବଂ ଅନ୍ୟ କର୍ମଚାରୀ ସାମିଲ କେନ୍ଦ୍ରାପଡ଼ା ସଦର, କେନ୍ଦ୍ରାପଡ଼ା ଟାଉନ ଏବଂ ରାଜକନିକା ଥାନା ଅଧୀନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ନଳପୋଖରୀ ଗ୍ରାମର ମହିନ୍ଦ୍ର ସ୍ୱାଇଁଙ୍କ ଠାରୁ ୧୫ ଲିଟର ବିଦେଶୀ ମଦ, ରାଜକନିକା ଆୟତନ ଗ୍ରାମର ଯଦୁନାଥ ବିଶ୍ୱାଳଙ୍କ ଠାରୁ ୨୦ ଲିଟର ଦେଶୀ ମଦ, ସାହାସପୁର ଗ୍ରାମର ଆନୀତା ମଳିକଙ୍କ ଠାରୁ ୨୧ ଲିଟର ଦେଶୀ ମଦ, କାକାଟ ଗ୍ରାମର ରଘୁନାଥ ନାୟକଙ୍କ ଠାରୁ ୩୫ ଲିଟର ଦେଶୀ ରନ୍ଧା ମଦ ଏବଂ ପାଳଶିଙ୍ଘ ଗ୍ରାମର ସଂଜୀବ ବାରିକଙ୍କ ଠାରୁ ୨୭ ଲିଟର ବିଦେଶୀ ମଦ ଜବତ କରି ଏମାନଙ୍କୁ ଗିରଫ କରାଯାଥିଲା। ଏମାନଙ୍କ ପାଖରୁ ସମୁଦାୟ ୧୧୮ ଲିଟର ଚୋରା ଦେଶୀ, ବିଦେଶୀ ଓ ରନ୍ଧା ମଦ ଜବତ କରାଯାଇ ୧ ମହିଳା ସମେତ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ମଣ୍ଡଳ କହିଛନ୍ତି ।
