ମାଟ୍ରିକ ପରୀକ୍ଷାରେ ୧୦ଜଣ ସଫଳ ଛାତ୍ରଛାତ୍ରୀ ; ଶୁଭମଜ୍ୟୋତି ରାଉତ ଜିଲ୍ଲା ଟପ୍ପର

blank
ପଟ୍ଟାମୁଣ୍ଡାଇ ୨/୫ – ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ପଟ୍ଟାମୁଣ୍ଡାଇ ବ୍ଲକରେ ୧୦ଜଣ ଛାତ୍ରଛାତ୍ରୀ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ କାଠିଆପଡା ଦକ୍ଷିନେଶ୍ୱର ହାଇସ୍କୁଲର ଛାତ୍ର ତଥା ମନୋଜ ରାଉତ ଓ ମିନତୀ ସୁନ୍ଦରରାୟଙ୍କ ପୁତ୍ର ଶୁଭମ ଜ୍ୟୋତି ରାଉତ ସର୍ବୋଚ୍ଚ ୫୭୫ନମ୍ବର ରଖି ଜିଲା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି । ସେ ଏନେଇ ଠାକୁର, ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ଶ୍ରେୟ ଦେଇଛନ୍ତି । ଦିନକୁ ଆଠରୁ ନ ଘଂଟା ପରିଶ୍ରମ କରୁଥିବା ଶୁଭମ ଜ୍ୟୋତି ଆଗକୁ ସିଭିଲ ସର୍ଭିସରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି । ସେହିପରି ଅନନ୍ୟା ସ୍ଥିତିପ୍ରଜ୍ଞା ସାହୁ ୫୬୦, ସାଇରୁପା ନନ୍ଦ ୫୪୮ ଓ ସମୀକ୍ଷା କର ୫୪୩ ଏମ ଏନ ହାଇସ୍କୁଲ ପଟ୍ଟାମୁଣ୍ଡାଇ, ରାଜେଶ ମଲ୍ଲିକ ୫୫୯ ଓ ଅନନ୍ୟା ପାତ୍ର ୫୫୩,ସରସ୍ୱତୀ ଶିଶୁ ମନ୍ଦିର ପଟ୍ଟାମୁଣ୍ଡାଇ, ହର୍ଷିତା ଆଦର୍ଶିନୀ ଦାସ ୫୫୩ ଦକ୍ଷିଣେଶ୍ୱର ହାଇସ୍କୁଲ କାଠିଆପଡା,ସ୍ୱଦେଶ ଦାସ ୫୪୩ ନିତାଇ ଚୈତନ୍ୟ ହାଇସ୍କୁଲ ବଡ଼ମୂଳବସନ୍ତ, ନିବେଦିତା ବେହେରା ୫୪୧ ମଦନପୁର ମହାବୀର ହାଇସ୍କୁଲ ବ୍ଲକ ସ୍ତରରେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଏହି ସଫଳ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Next Post

୪କୋଟି ୩୦ଲକ୍ଷ ଟଙ୍କା ବ୍ୟୟରେ ନପଙ୍ଗ-ବନ୍ଧସାହି ରାସ୍ତା ଶିଳାନ୍ୟାସ

Fri May 2 , 2025
ପଟ୍ଟାମୁଣ୍ଡାଇ ତା ୨/୫- କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଦମୂଳବସନ୍ତ ଓ ଡିହାପଡା ପଂଚାୟତର ସାର୍ବିକ ବିକାଶ ଆମର ସଂକଳ୍ପ ବୋଲି ୪କୋଟି ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନପଙ୍ଗ – ବନ୍ଧସାହି ରାସ୍ତା ଶିଳାନ୍ୟାସ କରି ଆୟୋଜିତ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ପ୍ରକାଶ କରିଛନ୍ତି । ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଶ୍ରୀବେହେରା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading