ରାଜ୍ୟ ମହିଳା ଆୟୋଗ ସଦସ୍ୟା ତୁଳସୀ ମହିଳା କଲେଜ ପରିଦର୍ଶନ କଲେ

blank
କେନ୍ଦ୍ରାପଡ଼ା,୨ା୯:କେନ୍ଦ୍ରାପଡାର ତୁଳସୀ ମହିଳା ମହାବିଦ୍ୟାଳୟକୁ ରାଜ୍ୟ ମହିଳା ଆୟୋଗ ସଦସ୍ୟା ଡ. କଳ୍ପନା ମଲ୍ଲିକ ମଙ୍ଗଳବାର ପରିଦର୍ଶନ କରିଛନ୍ତି। ସେ ମହାବିଦ୍ୟାଳୟର ଅଧ୍ୟକ୍ଷ,ଅଧ୍ୟାପକ, କର୍ମଚାରୀ, ଆଭ୍ୟନ୍ତରୀଣ କମିଟି ଅଧ୍ୟକ୍ଷା ଓ ସଦସ୍ୟ,ସଦସ୍ୟାମାନଙ୍କ ସହ ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିଷେଧ ଆଇନ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଛାତ୍ରୀମନଙ୍କ ସହ ମଧ୍ୟ ସିଧାସଳଖ ଆଲୋଚନା ହୋଇଥିଲା। ଯେଉଁଥିରେ ଆଭ୍ୟନ୍ତରୀଣ କମିଟିର ଭୂମିକା, ଯୌନ ଉତ୍ପୀଡନ ବିଷୟକ ନିୟମାବଳୀ, ଓ ସାମଗ୍ରୀ ବ୍ୟବହାର ଓ ଯୌନ ଉତ୍ପୀଡନ ଘଟଣା ସମ୍ବନ୍ଧୀୟ ସଚେତନତା ଉପରେ ଗଭୀର ଆଲୋଚନା ହୋଇଥିଲା। ଏହି ପରିଦର୍ଶନ ଲକ୍ଷ୍ୟ ଥିଲା ଶିକ୍ଷାନୁଷ୍ଠାନରେ ମହିଳାଙ୍କ ପାଇଁ ସୁରକ୍ଷିତ, ସଚେତନ ଓ ସମର୍ôଥତ ପରିବେଶ ସୃଷ୍ଟି କରିବା। ପରିଦର୍ଶନ ସମୟରେ ଜିଲ୍ଲା ସମାଜ କଳ୍ୟାଣ ଅଧିକାରୀ (ଡିଏସଡବ୍ଲୁଓ) ସୁଷମା ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Next Post

ପଟ୍ଟାମୁଣ୍ଡାଇ ସହରରେ ପୋଲିସର ଫ୍ଲାଗମାର୍ଚ୍ଚ, କଠୋର କାର୍ଯ୍ୟାନୁଷ୍ଠାନ ସଂକେତ

Thu Sep 4 , 2025
ପଟ୍ଟାମୁଣ୍ଡାଇ ୪/୯ – ପଟ୍ଟାମୁଣ୍ଡାଇ ସହର ଗତ କିଛି ଦିନ ହେବ ଅଶାନ୍ତ ହୋଇପଡିଛି । ସାମାନ୍ୟ ଘଟଣାକୁ ନେଇ  ଦୁଇଟି ଗୋଷ୍ଠୀ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ହୋଇଛି  । ଯାହାକୁ ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା  ପୋଲିସ  ଉଭୟ ପକ୍ଷର ୪ଜଣଙ୍କୁ  କୋର୍ଟ ଚାଲାଣ କରାଇଛି । ଏହି ଘଟଣାକୁ ସାମ୍ପ୍ରଦାୟିକ ଗଣ୍ଡଗୋଳରେ ପରିଣତ କରିବା ପାଇଁ କେତେକ ଅସାମାଜିକ ତତ୍ୱ ଶଡଯନ୍ତ୍ର କରିବା ଘଟଣା ପୋଲିସ ନଜରକୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading