ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲ ପିଏମ ଶ୍ରୀ କ୍ରୀଡା ଉତ୍ସବ

blank
ପଟ୍ଟାମୁଣ୍ଡାଇ ୯/୪ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଣ୍ଠପାଳ ପଂଚାୟତ ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲ ଉତ୍ତମ ଶିକ୍ଷାଦାନ, ଭିତ୍ତିଭୂମି ପାଇଁ ସମ୍ପ୍ରତି ପଟ୍ଟାମୁଣ୍ଡାଇ ବ୍ଲକରେ ଏକମାତ୍ର ସ୍କୁଲ ଭାବେ ପି ଏମ ଶ୍ରୀ ମାନ୍ୟତା ପାଇଛି । ସରକାରୀ ନିର୍ଦେଶ ଅନୁଯାୟୀ ବୁଧବାର ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲରେ ପି ଏମ ଶ୍ରୀ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ବେହେରାଙ୍କ ପୌରହିତ୍ୟ ସହକାରୀ ଶିକ୍ଷୟତ୍ରୀ ବିଜୟଲଷ୍ମୀ ଦାଶଙ୍କ ସଂଯୋଜନାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ବିଡିଓ ଅଶୋକ ମହାନ୍ତି ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ତଥା ମୋ ସ୍କୁଲ କମିଟି ଅଧ୍ୟକ୍ଷ ମାନସ ରଞ୍ଜନ ସାମଲ ମୁଖ୍ୟବକ୍ତା, ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଷିଦ୍ଧ ବାରିକ, କେନ୍ଦ୍ରାପଡ଼ା ବ୍ଲକ ପ୍ରାକ୍ତନ ବିଇଓ ପାବନୀ ରାଉତ ସମାଜିକକର୍ମୀ ଚିତରଂଜନ ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜୟହିନ୍ଦ ହାଇସ୍କୁଲ ଉତମ ଶିକ୍ଷାଦାନ, ଭିତିଭୂମି ଓ ଶୈକ୍ଷିକ ବାତାବରଣ ଯୋଗୁଁ ଦେଶ ବିଦେଶରେ ପ୍ରତିଷ୍ଠା ଲାଭ କରିପାରିଛି ।ଆଗାମୀ ଦିନ ଶିକ୍ଷା ସହ କ୍ରୀଡା କ୍ଷେତ୍ରରେ ଏହି ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଆହୁରି ଆଗକୁ ଯିବା ପାଇଁ ସମସ୍ତେ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ସହକାରୀ ଶିକ୍ଷକ ନିଶିକାନ୍ତ ନାୟକ ସ୍ୱାଗତଭାଷଣ ଓ ପ୍ରଭାତ କୁମାର ଆଚାର୍ଯ୍ୟ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ମୋ ସ୍କୁଲ ଅଭିଯାନ କମିଟି ପ୍ରାକ୍ତନ ସଭାପତି ସୁରେଶ ଚନ୍ଦ୍ର ନାୟକ ପୂର୍ବତନ ସରପଂ କୈଳାଶ ସେଠୀ ଅଣ୍ଢରା ହାଇସ୍କୁଲ ପ୍ରଧାନଶିକ୍ଷକ ଅମୀର ସେଠୀ, ଅମୃତମଣୋହି ବାଳିକା ହାଇସ୍କୁଲ ପ୍ରଧାନଶିକ୍ଷକ ଦାମୋଦର ସାହୁ, ଖଡ଼ିଅଂଟା ହାଇସ୍କୁଲ ପ୍ରଧାନଶିକ୍ଷକ ଆଶିଷ କୁମାର ଦାଶ, ଶିକ୍ଷାବିତ କାର୍ତିକ ଚନ୍ଦ୍ର ରାଉତ ଓ ନିମାଇଁ ମଲ୍ଲିକ, ପ୍ରେମାନନ୍ଦ ସୂତାର ବିପିନ ମଲ୍ଲିକବର୍ମା, ଧନଞ୍ଜୟ ରାଉତ, ଅଜୟ ରାଉତ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲେ ।କ୍ରୀଡା ଶିକ୍ଷୟତ୍ରୀ କାମିନୀ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥି ଉତ୍କର୍ଷ କ୍ରୀଡା ପ୍ରଦର୍ଶନ କରି ରାଜ୍ୟ ସ୍ତରକୁ ମନୋନୀତ ହୋଇଥିବା ଛାତ୍ରୀ ସୁଶ୍ରୀ ସଂଗୀତା ପରିଡା, ଆୟୁଷ ରାଉତ, ଅର୍ପିତା ସେଠୀ, ରେଶମା ବିଶ୍ୱାଳ ଓ ଗାୟତ୍ରୀ ସେଠୀଙ୍କୁ ଚମ୍ପିୟାନ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ସହକାରୀ ଶିକ୍ଷୟତ୍ରୀ ବିଶ୍ୱକଲ୍ୟାଣୀ ଓଝା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀଶିକ୍ଷକ ରବୀନ୍ଦ୍ର ନନ୍ଦୀ, ଉମାଶଙ୍କର ସାହୁ, ଶୁଭଲକ୍ଷ୍ମୀ ଜେନା, ହରପ୍ରିୟା କର ପ୍ରମୁଖ ପରିଚାଳନା କରିଥିଲେ ।

Next Post

ଶ୍ରୀରାମପୁର ଶ୍ରୀରାମ ମନ୍ଦିର ୨ୟ ବାର୍ଷିକ ଉତ୍ସବ

Wed Apr 9 , 2025
ପଟ୍ଟାମୁଣ୍ଡାଇ ୯/୪ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଶ୍ରୀରାମ ମନ୍ଦିର ୨ୟ ବାର୍ଷିକ ଉତ୍ସବ ଗତ ୫, ୬, ୭ ତାରିଖ ୩ଦିନ ବ୍ୟାପି ପବିତ୍ର ଶ୍ରୀରାମ ନବମୀ ଅବସରରେ ପାଳିତ ହୋଇଯାଇଛି । ମନ୍ଦିର ପୂଜକ ରବୀନ୍ଦ୍ର ପଣ୍ଡା ପ୍ରଭୁ ଶ୍ରୀରାମ ମା ସୀତା ପ୍ରଭୁ ଲଷ୍ମଣ ଓ ପ୍ରଭୁ ହନୁମାନଜୀଉଙ୍କ ଯଥାବିଧି ପୂଜାର୍ଚନା କରିଥିଲେ । ଏଇ ଅବସରରେ ୩ଦିନ ବ୍ୟାପି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading