ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ୍‌ , ପ୍ରଥମ ଦିନରେ ୨୫ ହଜାର ଜରିମାନା ଆଦାୟ

blank

କେନ୍ଦ୍ରାପଡ଼ା,୨୧ା୩:ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସ୍ୱତନ୍ତ୍ର ଗାଡି ମଟର ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଛି। ପ୍ରଥମେ କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆ ଛକରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ସେଠାରେ ଓଆର-୦୫-ଏଏମ- ୭୫୨୯ନମ୍ବର ରାଜଭଟ ପ୍ରାଇଭେଟ ବସ୍‌ର ଫିଟନେସ ନଥିବାରୁ ୧୧ହଜାର ଟଙ୍କା ଜୋରିମାନା କରାଯାଇଥିଲା। ପରେ ରାଉତରାୟ ବସକୁ ନିର୍ଦ୍ଧାରିତ ସଂଖ୍ୟାରୁ ଅଧିକ ଯାତ୍ରୀ ପରିବହନ ପାଇଁ ୪ହଜାର ୨ଶହ ଟଙ୍କା ଓ ଟ୍ୟୁଙ୍କିଲ ବସ ଠାରୁ ଫେୟାର ଚାର୍ଟ ନଥିବାରୁ ୫ହଜାର ଟଙ୍କା ଜୋରିମାନା କରାଯାଇଥିଲା। ସେହିଭଳି ଦୁହୁରିଆ ସମେତ ଶ୍ୟାମସୁନ୍ଦରପୁର ଗଡା ନିକଟ ୫୩ନମ୍ବର ଜାତୀୟ ରାଜପଥ ଉପରେ ଗାଡି ଯାଞ୍ଚ କରାଯାଇ ଅତ୍ୟଧିକ ଗତିରେ ଯାଉଥିବା ୨୮ଟି ଗାଡି, ବିନା ହେଲମେଟରେ ଗାଡି ଚଲାଉଥିବା ୨୫ଟି ଦୁଇଚକିଆ ଗାଡି, ଭୁଲ ପାଶ୍ୱର୍ରେ ଗାଡି ଚାଳନା କରୁଥିବା ୪ଟି ଗାଡି, ୪ଟି ମାଲ ପରିବହନ ଯାନ, ୩ଟି ଯାତ୍ରୀ ପରିବହନ ଯାନରେ ଓଭରଲୋଡିଂ, ୫ଟି ମାଲ ପରିବହନ ଯାନରେ ଯାତ୍ରୀ ପରିବହନ, ୮ଟି ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡିଚାଳନା,ଉପଯୁକ୍ତ ଶ୍ରେଣୀ ଲାଇସେନ୍ସ, ଅନୁମୋଦନ ବିନା ଗାଡି ଚାଳନା, ୮ଟି ଦୁଇ ଚକିଆ ଯାନରେ ଦୁଇରୁ ଅଧିକ ବସିଥିବା ୮ଟି ଗାଡିଚାଳନା ସମୟରେ ମୋବାଇଲ ଫୋନ ବ୍ୟବହାର କରୁଥିବା ଘଟଣାରେ ଜୋରିମାନା କରାଯାଇଛି। ଏଥିସହିତ ୫ଟି ଗାଡିକୁ ଜବତ କରାଯାଇଛି। ୫୬(୪) ମୋଟର ଭେଇକିଲ ଆଇନ ଅନୁଯାୟୀ ୨ଟି ଗାଡିର ଫିଟନେସ ସାର୍ଟିଫିକେଟ ବାତିଲ କରାଯାଇଛି। ୬ଜଣଙ୍କର ଡ୍ରାଇଭିଂ ଲାଇସେନ୍ସକୁ ନିଲମ୍ବନ କରାଯାଇଥିବା ବେଳେ ମୋଟ ୨୫ହଜାର ୬୫୦ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ଲୋକନାଥ ମେହେର ସୂଚନା ଦେଇଛନ୍ତି। ଏହି ସ୍ୱତନ୍ତ୍ର ଅଭିଯାନରେ ପରିବହନ ବିଭାଗ କେନ୍ଦ୍ରୀୟ ଜୋନର ଉପଆୟୁକ୍ତ ରଶ୍ମୀରଞ୍ଜିତ ଦଳବେହେରାଙ୍କ ସମେତ କେନ୍ଦ୍ରାପଡା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Next Post

ଯକ୍ଷ୍ମା ସ୍କ୍ରିନିଙ୍ଗରେ କେନ୍ଦ୍ରାପଡା ରାଜ୍ୟରେ ଏକ ନମ୍ବର

Sat Mar 21 , 2026
କେନ୍ଦ୍ରାପଡ଼ା,୨୧ା୩:ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ବିଭିନ୍ନ ସ୍ୱାସ୍ଥ୍ୟ ବୈଠକ ଓ ସମୀକ୍ଷା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ପୁରୁଣା ମେଡିକାଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ମାତୃ ସ୍ୱାସ୍ଥ୍ୟ, ପ୍ରଜନନ ସ୍ୱାସ୍ଥ୍ୟ, ନବଜାତ ଶିଶୁ ଯତ୍ନ ଓ ଶିଶୁ ମୃତ୍ୟୁ ସମୀକ୍ଷା ସହିତ ଅମ୍ଲାନ, ଟୀକାକରଣ, ପରିବାର ନିୟୋଜନ ଓ ପିସିପିଏନଡିଟି କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଏଚ୍‌ପିଭି ଟୀକାକରଣ ମାଧ୍ୟମରେ ଜରାୟୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading