ହିଟ୍‌ୱେଭ ଯୋଗୁ ୨୩ରୁ ୨୫ ବିଦ୍ୟାଳୟ ବନ୍ଦ :ଜିଲ୍ଲାପାଳ

blank
କେନ୍ଦ୍ରାପଡ଼ା,୨୨ା୪:ହିଟୱେଭ ଯୋଗୁ ଆସନ୍ତା ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ତିନିଦିନ ଧରି କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସ୍ମୁଲ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ ବୋଲି ଜିଲ୍ଲାପାଳ ରଘୁରାମ ଆର. ଆୟର ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାପାଳ ଏ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି ଯେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବା ବେଳେ ଜିଲ୍ଲାରେ ମଧ୍ୟ ବୃଦ୍ଧି ପାଉଛି। ଫଳରେ ସ୍କୁଲ ପିଲାମାନେ ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ସ୍କୁଲକୁ ଆସି ପାଠ ପଢିବା ସମ୍ଭବ ନୁହେଁ। ତେଣୁ ଆସନ୍ତା ଗୁରୁବାର ଅର୍ଥାତ ୨୩ ଅପ୍ରେଲରୁ ୨୫ଅପ୍ରେଲ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ। ଏହି ଆଦେଶକୁ କୌଣସି ସ୍କୁଲ ଉଲ୍ଲଙ୍ଘନ କଲେ ସଂପୃକ୍ତ ସ୍କୁଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଆଦେଶ ଅନୁଯାୟୀ ଜିଲ୍ଲାରେ ଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ୱତନ୍ତ୍ର ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ବନ୍ଦ ରହିବ। କିନ୍ତୁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ରହିବେ। ଏଥିସହ ସରକାରୀ, ଅନୁଦାନପ୍ରାପ୍ତ ଓ ସମସ୍ତ ସ୍ୱୀକୃତୀପ୍ରାପ୍ତ, ବେସରକାରୀ ବିଦ୍ୟାଳୟଗୁଡିକ ମଧ୍ୟ ଗ୍ରୀଷ୍ମ ଲହରୀ ପାଇଁ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ସୂଚନା ଦେଇଛନ୍ତି।

Next Post

ସଂସଦରେ ମହିଳା ଡିଲିମିଟସେନ ବିଲକୁ ନେଇ କେନ୍ଦ୍ରାପଡା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

Thu Apr 23 , 2026
କେନ୍ଦ୍ରାପଡ଼ା,୨୩ା୪: ୧୯୮୭ ମସିହାରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ମହିଳାଙ୍କ ପାଇଁ ପଞ୍ଚାୟତ ଓ ପୈାରପାଳିକାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ। ଏନେଇ ୧୯୮୯ ମସିହାରେ ୬୪ତମ ସମ୍ବିଧାନ ସଂଶୋଧନ ବିଲ ସଂସଦରେ ଆଗତ କରିଥିଲେ। କିନ୍ତୁ କେତେକ ବିରୋଧୀ ଏହିଭଳି ଏକ ଐତିହାସିକ ବିଲକୁ ସେତେବେଳେ ବିରୋଧ କରିଥିଲେ। ତେଣୁ ମହିଳାମାନଙ୍କୁ ନେତୃତ୍ୱ ନେବା ପାଇଁ ରାଜୀବ ଗାନ୍ଧୀହିଁ ଏହାର ଭିତ୍ତି ପକାଇଥିଲେ ବୋଲି ପୂର୍ବତନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading