ମଣ୍ଡିରୁ ଉଠୁନାହିଁ ଧାନ ;ଧାରଣାରେ ଚାଷୀ , ପ୍ରଶାସନର ଦେଖାନାହିଁ , ସଂପାଦକଙ୍କ ଗୁଣ୍ଡାଗିରି ଅଭିଯୋଗ

blank

ପଟ୍ଟାମୁଣ୍ଡାଇ ୧୪/୩ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଏକାଧିକ ମଣ୍ଡିରେ ଅବ୍ୟବସ୍ଥା ଲାଗିରହିଥିବା ବେଳେ ଶ୍ୟାମସୁନ୍ଦରପୁର ସମ୍ପାଦକ ଚାଷୀଙ୍କୁ ହତସନ୍ତ କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଟୋକେନ୍ ପାଇ ମଧ୍ୟ ମଣ୍ଡିରେ ଧାନ ବିକ୍ରି କରିପାରିନାହିଁ। ମଣ୍ଡିରେ ଦଲାଲ ଗିରି ଚାଲୁଥିବାରୁ ପ୍ରକୃତ ଚାଷୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଶନିବାର ପୂର୍ବାହ୍ନରୁ ଚାଷୀମାନେ ବାଧ୍ୟ ହୋଇ ସମବାୟ ସମିତି ସମୁଖରେ ଧାରଣା ଦେଇଥିଲେ। ଦୀର୍ଘ ସମୟପରେ ମଧ୍ୟ କେହି ଚାଷୀଙ୍କ କଥା ଶୁଣି ନଥିଲେ ନା ଏଠାକୁ ଆସିନଥିଲେ । ମାତ୍ର ସମ୍ପାଦକ ମିଲରେ ଧାନ ପକାଇବାକୁ ସେମାନଙ୍କୁ ବାଧ୍ୟ କରିଥିଲେ । ମାତ୍ର ଏଥିରେ ଚାଷୀ ମନଉଣା କରିବାରୁ ସଂନ୍ଧ୍ୟାରେ ସମ୍ପାଦକ ତପନ ସ୍ୱାଇଁ ଓ ଜଗୁଆଳି ଗଂଗାଧର ମଲିକ ସେମାନଙ୍କୁ ଘଉଡାଇଦେବା ସହିତ ମାରଧର କରିଥିବା ନେଇ ଚାଷୀ ରବିନ୍ଦ୍ର ଦାସ ଓ କୁଳମଣି ଦାସ ଗ୍ରାମଂଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗ୍ରାମଂଚଳ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଚାଷୀଙ୍କୁ ବୁଝାସୁଝା କରିଥିବା ଚାଷୀ ଅଜିତ କୁମାର ରାଉତ, ବାସନ୍ତି ରାଉତ,ଶୁବାଷ ରାଉତ, କୃପାସିନ୍ଧୁ ଦାସ, ଉମେଶ ସିଂ ପ୍ରମୁଖ ରାତ୍ରୀ ସାଢେ ୧୦ରେ ଫୋନ ମଧ୍ୟମରେ ଏନେଇ ଜଣାଇଛନ୍ତି । ସେମାନେ ଥାନାରେ ଦେଇଥିବା ଅଭିଯୋଗରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିବା ବେଳେ ଘଟଣା ସମ୍ପର୍କରେ ସରପଂଚଙ୍କୁ ମଧ୍ୟ ଜଣାଇଥିବା ସେମାନେ କହିଛନ୍ତି ।

Next Post

ପଟ୍ଟାମୁଣ୍ଡାଇ ତାଲୁକ ଆଇନସେବା ସମିତି ପକ୍ଷରୁ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

Sat Mar 14 , 2026
ପଟ୍ଟାମୁଣ୍ଡାଇ ୧୪/୩ -ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ କେନ୍ଦ୍ରାପଡା ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ପଟ୍ଟାମୁଣ୍ଡାଇ ତାଲୁକ ଆଇନସେବା ସମିତି ପକ୍ଷରୁ ଶନିବାର ଅନୁଷ୍ଠିତ ହୋଇ ଯାଇଛି । ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ବିଚାରପତି ବିଦ୍ୟାଧର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଅଦାଲତରେ ସାଲିସଯୋଗ୍ୟ ଫୌଜଦାରୀ, ଚେକ୍ ବାଉନ୍ସ, ମୋଟର ଯାନ ଦୁର୍ଘଟଣା, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading