
ପଟ୍ଟାମୁଣ୍ଡାଇ ୪/୯ -କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ କାର୍ଯ୍ୟକ୍ରମ ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ମଙ୍ଗଳା ମଣ୍ଡପ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ, କେନ୍ଦ୍ରାପଡ଼ା ଜିଲା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଗୋପୀନାଥ ପଲାନିଆନ୍ନନ ଯୋଗଦେଇ କଂଗ୍ରେସ ଦଳର ସଂଗଠନ ଅଭିବୃଦ୍ଧି ପାଇଁ ଦଳୀୟ ନେତା ଓ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ । ଜିଲା ସଭାପତି ଚୟନ ପାଇଁ ମତାମତ ନେଇଥିଲେ । ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସଂଗଠନ ସୃର୍ଜନ ଅଭିଯାନ ଆରମ୍ଭ କରିଥିବା ସୂଚନା ଦେବା ସହିତ ସାମାଜିକ ନ୍ୟାୟ ପାଇଁ କାର୍ଯ୍ୟ କରୁଥିବା ତଥା ସମସ୍ତଙ୍କୁ ସାଙ୍ଗରେ ନେଇ ସଂଗଠନକୁ ସୁଦୃଢ କରିବାର ଦକ୍ଷତା ସର୍ବୋପରି କଂଗ୍ରେସ ଦଳ ପ୍ରତି ସମର୍ପିତ ମନୋଭାବ ଥିବା ବ୍ୟକ୍ତିଙ୍କୁ ଜିଲା ସଭାପତି ଭାବେ ଚୟନ କରିବା ପାଇଁ ମତ ଦେଇଥିଲେ । ଏଥି ସହିତ କେନ୍ଦ୍ରାପଡ଼ା ଜିଲାର ୫ ବିଧାନସଭା ଆସନ ସହ ଲୋକସଭା ଆସନରରେ ଦଳୀୟ ପ୍ରାର୍ଥୀ ବିଜୟୀ ହେବା ନେଇ ପଲାନିଆନ୍ନନ ଗୁରୁମନ୍ତ୍ର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପିସିସି ସଂଯୋଜକ ମାନସ କର, କନକଲତା ମଲ୍ଲିକ କେନ୍ଦ୍ରାପଡ଼ା ଜିଲା ସଂଯୋଜକ ପ୍ରଫୁଲ୍ଲ ଦାସ, ରାଜନଗର କଂଗ୍ରେସ ନେତା ଅଶୋକ ପ୍ରତିହାରୀ, ପୂର୍ବତନ ଜିଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ଧନେଶ୍ୱର ଦାସ, ମଳୟ ଦାସ, ପ୍ରଶାନ୍ତ ରାଉତ, ତପନ ପାତ୍ର, ପ୍ରଦୀପ ପ୍ରଧାନ,ପ୍ରକାଶ ମହାନ୍ତି, ରବି ନାରାୟଣ ମିଶ୍ର, ମାଳତୀ ପାତ୍ର ଚାନ୍ଦ ମିର୍ଜା, ସ୍ମୃତିରଞ୍ଜନ ପାଢ଼ୀ ସର୍ବେଶ୍ୱର ସେଠୀ କିଶୋର ସାହୁ, ଅଭୟ ସେଠୀ, ରଞ୍ଜିତ ସାହୁ, ପ୍ରଭାତ ସେଠୀ, ପ୍ରଭାକର ସାହୁ ରିନା ବିଶ୍ୱାଳ, ଗୌରହରି ବିଶାଳ ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।
