Spinal Muscular Atrophy Type-2 ରୋଗରେ ପୀଡ଼ିତ କୋମଳମତି ତ୍ରିଶିକା ,ପଟ୍ଟାମୁଣ୍ଡାଇ ବଜାରରେ ସହାୟତା ଭିକ୍ଷା

ପଟ୍ଟାମୁଣ୍ଡାଇ ୧/୧୦ – ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଲେଇକଣା ରାମାପୁର ଅଂଚଳର ୧୬ ମାସର ଶିଶୁ କନ୍ୟା ତ୍ରିଶିକା ଏକ ବିରଳ ତଥା ମାରାତ୍ମକ ମେରୁଦଣ୍ଡ ମାଂସପେଶୀ ଆଟ୍ରୋଫି ଟାଇପ୍‌-୨ “ଏସଏମଏ ଟାଇପ୍‌-୨’ ରୋଗରେ ପୀଡ଼ିତ ଅଛନ୍ତି। କୋମଳମତି ଶିଶୁଟିର ଜୀବନ ବଂଚାଇବା ପାଇଁ ଅତ୍ୟାବଶ୍ୟକ ଇଞ୍ଜେକ୍ସନର ମୂଲ୍ୟ ପ୍ରାୟ ୧୬ କୋଟି ଟଙ୍କା ହୋଇଥିବା ବେଳେ ଏହି ବିପୁଳ ପରିମାଣର ଅର୍ଥ ଯୋଗାଡ଼ କରିବା ଏକ ସାଧାରଣ ପରିବାର ପାଇଁ ଅସମ୍ଭବ ହୋଇପଡ଼ିଛି। ଏଣୁ ଶିଶୁଟିର ପରିବାର ଲୋକେ ଆକୁଳ ନିବେଦନ କରି ସମାଜର ଦାନୀ ସଜ୍ଜନ, ଅନୁଷ୍ଠାନ ଓ ସରକାରଙ୍କ ସାହାଯ୍ୟ ଲୋଡ଼ିଛନ୍ତି। ଏହି ସଂବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ଶିଶୁଟିର ଜୀବନ ରକ୍ଷା ପାଇଁ ପଟ୍ଟାମୁଣ୍ଡାଇର ପ୍ରମୁଖ ସାମାଜିକ ଅନୁଷ୍ଠାନ ମା’ ବୁଢ଼ୀ ଜଞ୍ଜାଳୀ ସେବା ଟ୍ରଷ୍ଟ ଆଗେଇ ଆସିଛି। ଗୁରୁବାର ଦିନ ଟ୍ରଷ୍ଟର ସମ୍ପାଦକ ସଚିନ ପରିଡ଼ା ଓ ଉପସଭାପତି ରାମ ମଲ୍ଲିକଙ୍କ ପ୍ରତ୍ୟକ୍ଷ ସହଯୋଗରେ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରାଯାଇଥିଲା। ଟ୍ରଷ୍ଟର କର୍ମକର୍ତା ଓ ପଟ୍ଟାମୁଣ୍ଡାଇ କଲେଜ ପିଲାମାନେ ହାତରେ ବ୍ୟାନର ଓ ପୋଷ୍ଟର ଧରି ଶିଶୁ ତ୍ରିଶିକାଙ୍କ ଚିକିତ୍ସା ପାଇଁ ଆର୍ôଥକ ସହାୟତା ଭିକ୍ଷା କରିବା ସହ ଆବଶ୍ୟକୀୟ ପାଣ୍ଠି ସଂଗ୍ରହ ଅଭିଯାନ ଚଳାଇଥିଲେ। ସାଧାରଣ ଜନତା ସମାଜସେବୀ ଓ ବଦାନ୍ୟ ବ୍ୟକ୍ତିମାନଙ୍କୁ ଆଗେଇ ଆସି ତ୍ରିଶିକାଙ୍କୁ ଏକ ନୂଆ ଜୀବନ ଦେବାକୁ ଟ୍ରଷ୍ଟର ସଦସ୍ୟମାନେ ନିବେଦନ କରିଛନ୍ତି। ପଟ୍ଟାମୁଣ୍ଡାଇ ବଜାରର ସ୍ଥାନୀୟ ବ୍ୟବସାୟୀ, ବୁଦ୍ଧିଜୀବୀ ଓ ସାଧାରଣ ଜନତା ଏହି ମହତ୍ କାର୍ଯ୍ୟକୁ ପ୍ରଶଂସା କରିବା ସହ ନିଜ ନିଜ ସାଧ୍ୟମତେ ସାହାଯ୍ୟର ହାତ ବଢ଼ାଇଛନ୍ତି। ସମସ୍ତଙ୍କର ସାନ୍ନିଧ୍ୟ ଓ ଛୋଟ ଛୋଟ ସହାୟତା ଏକତ୍ରିତ ହେଲେ ହିଁ ଏହି କୋମଳମତି ଶିଶୁଟି ନୂଆ ଜୀବନ ପାଇପାରିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

Next Post

କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

Thu Oct 1 , 2026
କେନ୍ଦ୍ରାପଡ଼ା,୧ା୧୦:ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୬ ସାନ୍ତସାହିସ୍ଥିତ ଶ୍ରୀବଳଦେବଜୀଉ କଲ୍ୟାଣ ମଣ୍ଡପରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବକୁ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ପଣ୍ଡିତ ହୃଷୀକେଶ ରଥ, ବିଶିଷ୍ଠ ଅତିଥି […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading