ପଟ୍ଟାମୁଣ୍ଡାଇ ତାଲୁକ ଆଇନସେବା ସମିତି ପକ୍ଷରୁ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

blank
ପଟ୍ଟାମୁଣ୍ଡାଇ ୧୪/୩ -ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ କେନ୍ଦ୍ରାପଡା ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ପଟ୍ଟାମୁଣ୍ଡାଇ ତାଲୁକ ଆଇନସେବା ସମିତି ପକ୍ଷରୁ ଶନିବାର ଅନୁଷ୍ଠିତ ହୋଇ ଯାଇଛି । ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ବିଚାରପତି ବିଦ୍ୟାଧର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଅଦାଲତରେ ସାଲିସଯୋଗ୍ୟ ଫୌଜଦାରୀ, ଚେକ୍ ବାଉନ୍ସ, ମୋଟର ଯାନ ଦୁର୍ଘଟଣା, ବ୍ୟାଙ୍କ ଋଣ, ଶ୍ରମ ଓ ବିଦ୍ୟୁତ୍‌, ପାରିବାରିକ ଏବଂ ବୈବାହିକ ମାମଲା, ଜମି ଅଧିଗ୍ରହଣ, ରାଜସ୍ୱ, ଖାଉଟି ବ୍ୟାପାର ଭଳି ବହୁ ଜନ ଉପଯୋଗୀ ମାମଲାର ବିଚାର ହୋଇଛି। ଏହି ଅଦାଲତରେ ଆଗତ ୭୫ ଟି ମାମଲାର ଚୂଡାନ୍ତ ଫଇସଲା ଆପୋଷ ଆଲୋଚନା ମାଧ୍ୟମରେ ହୋଇଥିଲା। ଏହି ମାମଲାଗୁଡ଼ିକରୁ ସମୁଦାୟ ୧୬ଲକ୍ଷ ୪୦ ହଜାର ଟଙ୍କା ଜରିମାନା ଏବଂ ରାଜସ୍ୱ ଆଦାୟ ହେବା ସହ ଉଭୟ ପକ୍ଷଙ୍କ ମଧ୍ୟରେ ଚୁକ୍ତିନାମା ସାକ୍ଷରିତ ହୋଇଥିଲା। ଏହି ଅଦାଲତରେ ପଟ୍ଟାମୁଣ୍ଡାଇ ଅତିରିକ୍ତ ଜିଲା ଜଜ୍ ବିଦ୍ୟାଧର ପୃଷ୍ଟି ସିନିଅର ସିଭିଲ ଜଜ ଅପୂର୍ବା ଚୌଧୁରୀ ଜେଏମଏଫସି ବିଦୁତଲତା ପ୍ରଧାନଙ୍କ ସହିତ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଆଇନଜୀବୀ, କୋର୍ଟ ମ୍ୟାନେଜର, ଅଦାଲତ କର୍ମଚାରୀ, ପ୍ରାଧିକରଣଙ୍କ କର୍ମଚାରୀ, ଡିଫେନ୍ସ କାଉନସିଲ ପ୍ରମୁଖ ଉପସ୍ଥିତରହି ମାମଲା ପରିଚାଳନା କରିଥିଲେ। ଏହି ଅଦାଲତରେ ପଟ୍ଟାମୁଣ୍ଡାଇ ଇଣ୍ଡିଆନ ବ୍ୟାଙ୍କ ସମେତ ଅନ୍ୟାନ ବ୍ୟାଙ୍କ ଅଧିକାରୀ ମାନେ ଉପସ୍ଥିତ ରହି ଅନାଦେୟ ଋଣ ଆଦାୟଲାଗି ମାମଲା ପରିଚାଳନା କରିଥିଲେ ।

Next Post

କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି

Sat Mar 14 , 2026
କେନ୍ଦ୍ରାପଡ଼ା,୧୪ା୩:କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସପ୍ତମ ବାର୍ଷିକ ଉତ୍ସବ ପାଇଁ ଶେଷ ପ୍ରସ୍ତୁତି ବୈଠକ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଖଡିଅଙ୍ଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମଞ୍ଚର ସମସ୍ତ କାର୍ଯ୍ୟକର୍ତ୍ତା, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଓ ପ୍ରସ୍ତୁତି କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସାଧାରଣ ସମ୍ପାଦକ ନରୋତ୍ତମ ଜେନା ପୂର୍ବ ବୈଠକର ବିବରଣୀ ପାଠ କରିବା ସହ ଆଗାମୀ ବାର୍ଷିକ ଉତ୍ସବର ପୂର୍ଣ୍ଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading