ବଳଦେବଜୀଉଙ୍କ ଜନ୍ମୋତ୍ସବ ଓ ରସାବଳୀ ଦିବସ

blank
କେନ୍ଦ୍ରାପଡ଼ା,୨୭ା୮:ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଇଛାପୁରସ୍ଥିତ ଯାତ୍ରୀନିବାସରେ ବଳଦେବଜୀଉଙ୍କ ଜନ୍ମୋତ୍ସବ ଓ ରସାବଳୀ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପରିଷଦ ସଭାପତି ରାଜେଶ ମହାନ୍ତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ଉମାଶଙ୍କର ଜେନା ସ୍ୱାଗତ ଭାଷଣ ପ୍ରଦାନ ସହ ବିବରଣୀ ପାଠ କରିଥିଲେ। ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟବକ୍ତା ଭାବେ ଯୋଗଦେଇ ଦୁହୁରିଆ ଠାରେ ରସାବଳୀ ହବ୍ ପ୍ରତିଷ୍ଠା ପାଇଁ ପରିଷଦ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଜିଲ୍ଲା ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳକଙ୍କ ସହ ଆଲୋଚନା ହୋଇସାରିଛି। ଖୁବଶୀଘ୍ର ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ ତୁଳସୀକ୍ଷେତ୍ରର ଐତିହ୍ୟ ଓ ପରମ୍ପରା, ଶ୍ରୀବଳଦେବଜୀଉଙ୍କ ମହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସମସ୍ତଙ୍କୁ ଭଲ ପାଇବାକୁ ଶ୍ରୀମା ପରାମର୍ଶ ଦେଇଥିଲେ। ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ତଥା ଓଡିଶା ଭାଷା ସାହିତ୍ୟ ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ଡ. ହରିହର କାନୁନଗୋ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରସାବଳୀର ପ୍ରାଚୀନତା ଉପରେ ବିଷଦ ଭାବେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଭାବେ ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ କହିଲେ ୧୬୩୧ଖ୍ରୀଷ୍ଟାବ୍ଦରେ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିଲା। ଆଉରଙ୍ଗଜେବ ସେହି ମନ୍ଦିରକୁ ଭାଙ୍ଗିଦେବା ପରେ ଇଛାପୁରରେ ୧୭୩୧ଖ୍ରୀଷ୍ଟାବ୍ଦରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ୨୦୨୩ମସିହା ଅକ୍ଟୋବରମାସ ୩ତାରିଖରେ କେନ୍ଦ୍ର ସରକାରକେନ୍ଦ୍ରାପଡା ରସାବଳୀକୁ ଜିଆଇ ଟ୍ୟାଗ୍ ପ୍ରଦାନ କରିଛନ୍ତି। ରସାବଳୀର ପ୍ରାଚୀନତା ଉପରେ ସେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଆଇ.ଏ.ଏସ. ଡ. ଅଲେଖ ଚନ୍ଦ୍ର ପଢିଆରୀ, ପୂର୍ବତନ ପାଣିପାଗ ବିଭାଗ ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ଏବଂ ବଳଦେବ ସଂସ୍କୃତି ଓ ଐତିହ୍ୟ ଗବେଷକ ଡ. ବଳରାମ ଲେଙ୍କା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, ଡ. କାନୁନଗୋ, ଡ. ପଢିଆରୀ, ଡ. ସାହୁ ଓ ଡ. ଲେଙ୍କାଙ୍କୁ ଉପଢୈାକନ, ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଦିବସ ପାଳନ ଉପଲକ୍ଷେ ରଥଦାଣ୍ଡରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ରସାବଳୀ ବଣ୍ଟନ କରାଯାଇଥିଲା। ଶେଷରେ ରାଜେନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଜୟଶ୍ରୀ ପତି ମଞ୍ଚ ପରିଚାଳନା କରିଥିବା ବେଳେ ଡା. ବିଶ୍ୱପ୍ରକାଶ କାନୁନଗୋ, ଗୋଲେଖ ପଢିଆରୀ, ଭକ୍ତପ୍ରିୟ ଦାସ, ଭାବଗ୍ରାହୀ ସାହୁ, ଟିଟିକାନ୍ତ ନାୟକ, ମହେନ୍ଦ୍ର ରାଉତ, ଜାନକୀବଲ୍ଲଭ ସାମନ୍ତରାୟ, ଆଶିଷ ମେକାପ, ଦୁର୍ଗା ପ୍ରସାଦ ପତି, ଆଦିତ୍ୟ ପତି, ପ୍ରଦୀପ ଜେନା, ପ୍ରମୋଦ ନାୟକ,ରାଜକିଶୋର ସାହୁ, ପ୍ରଭାତୀ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Next Post

କେନ୍ଦ୍ରାପଡାରେ ବିକଶିତ ଭାରତ ଖେଲୋ ଇଣ୍ଡିଆ ଯୁବା କନେକ୍ଟ କାର୍ଯ୍ୟକ୍ରମ

Thu Aug 27 , 2026
କେନ୍ଦ୍ରାପଡ଼ା,୨୭ା୮:କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଓ ଯୁବ ଭାରତର ମିଳିତ ଆନୁକୂଲ୍ୟରେ ବିକଶିତ ଭାରତ ଯୁବା କନେକ୍ଟ କାର୍ଯ୍ୟକ୍ରମ ଅନୁଷ୍‌ଠିତ ହୋଇଯାଇଛି। ଏହି ଅବସରରେ କଲେଜ ଅଧ୍ୟକ୍ଷା ଆଦ୍ୟାରଶ୍ମୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଦ୍ୱାରା ପ୍ରେରିତ ଆନ୍ତର୍ଜାତୀୟ ଭଲିବଲ୍ ଖେଳାଳି ଶିବାନୀ ପ୍ରିୟଦର୍ଶିନୀ ପରିଡ଼ା, ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଭାରୋଉତ୍ତୋଳନ ଖେଳାଳି ରୋନିତ ରୋଶନ ସ୍ୱାଇଁ, କେନ୍ଦ୍ରାପଡ଼ାର ସୁନାମଧନ୍ୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading