
ପଟ୍ଟାମୁଣ୍ଡାଇ ତା ୨୫/୨- କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ କଲେଜ ପଟ୍ଟାମୁଣ୍ଡାଇ ଅଂଚଳର ଗୌରବମୟ ଇତିହାସର ମୂକସାକ୍ଷୀ ପଟ୍ଟାମୁଣ୍ଡାଇ କଲେଜର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ପଟ୍ଟାମୁଣ୍ଡାଇ କଲେଜର ୫୦ବର୍ଷ ପୂର୍ତ୍ତି ଉତ୍ସବକୁ ମନୋରମ ଓ ଉଦାହରଣୀୟ କରିବା ପାଇଁ କଲେଜ କର୍ମଚାରୀ ପରିଷଦ ବୈଠକରେ ନୀତିଗତ ନିଷ୍ପତ୍ତି ନିଆ ଯାଇଛି । ଆସନ୍ତା ଏପ୍ରିଲ ୩ ୪ ୫ ତାରିଖ ୩ ଦିନ ଧରି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହେବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ସଫଳ ରୂପାୟନ ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି । ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ସବୁମତେ ସଫଳ କରିବା ପାଇଁ କଲେଜର ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବୈଠକ ଆଜି କଲେଜ ଅଡ଼ି ଟୋରିୟମରେ ଅନୁଷ୍ଠିତ ହୋଇ ପୁରାତନ ଛାତ୍ରଛାତ୍ରୀ ପରିଷଦ ଗଠନ କରାଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପ୍ରାଧ୍ୟାପକ ସର୍ବେଶ୍ୱର ସାହୁ, ପ୍ରାଧ୍ୟାପକ ଅମୀୟ ଦାସ,କଲେଜ ଛାତ୍ର ସଂସଦ ପୂର୍ବତନ ସଭାପତି ରଶ୍ମି ରଞ୍ଜନ ପ୍ରଧାନ, ପୁରାତନ ଛାତ୍ର ତଥା ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧକ୍ଷ ନିଶିକାନ୍ତ ପ୍ରଧାନ ବିଶ୍ୱ ରଞ୍ଜନ ପାତ୍ର,ଓକିଲ ସଂଘ ପୂର୍ବତନ ସଭାପତି ତପନ ମିଶ୍ର, ଗାଳ୍ପିକ ପ୍ରଦୀପ ନାୟକ ଆଡ଼ଭୋକେଟ ପ୍ରମୋଦ ସାହୁ, ଆଡ଼ଭୋକେଟ ସତ୍ୟନାରାୟଣ ନାୟକ,ରୁଦ୍ର ପ୍ରସନ୍ନ ପାତ୍ର, କବି ଅନ୍ତର୍ଯ୍ୟାମୀ ବେଜ, ଚିତ୍ରଶିଳ୍ପୀ ରମେଶ ଦେ ଓ ରାଜେନ୍ଦ୍ର ଦାଶ,ଜ୍ୟୋତି ପ୍ରକାଶ ପ୍ରଧାନ,ଉପେନ୍ଦ୍ର ନାୟକ ପଦ୍ମନାଭ ପଣ୍ଡା, ରବୀନ୍ଦ୍ର ବିଶ୍ୱାଳ, ଲଳିତ ନାରାୟଣ ଦାଶ ମହାପାତ୍ର,ପ୍ରଦ୍ୟୁମ୍ନ କୁମାର ଗିରି, ନଟବର ସେଠୀ,ଶୁଭ ଦୀପ ଗୁପ୍ତା,ଅନ୍ତର୍ଯ୍ୟାମୀ ମଲିକ ସତ୍ୟପ୍ରକାଶ ପରିଡା ରବୀନ୍ଦ୍ର ଦାଶ, ଗୁରୁଦତ୍ତ ଦାଶ, ପ୍ରଦୀପ୍ତ କେଶରୀ ରାଉତରାୟ, ସୁଶାନ୍ତ ଦାସ, ରଂଜିତ ମଲିକ, ଚନ୍ଦନ ମଲିକ, ରମାକାନ୍ତ ଦାଶ ପ୍ରମୁଖ ଯୋଗ ଦେଇ ପଟ୍ଟାମୁଣ୍ଡାଇ ଅଂଚଳର ଗୌରବମୟ ଉଚ୍ଚଶିକ୍ଷାନୁଷ୍ଠାନ ପଟ୍ଟାମୁଣ୍ଡାଇର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆସନ୍ତା ଏପ୍ରିଲ ୩, ୪, ୫ତାରିଖ ୩ ଦିନ ଧରି ପାଳିତ ହେବାକୁ ଯାଉଥିବାରୁ ଏହି ଉତ୍ସବ କୁ ସରସ ସୁନ୍ଦର ଓ ଆକର୍ଷଣୀୟ କରି ସବୁ ମତେ ସଫଳ କରିବା ପାଇଁ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ । ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ସଫଳ କରିବା ପାଇଁ ପୁରାତନ ଛାତ୍ରଛାତ୍ରୀ ପରିଷଦ ଗଠନ ପାଇଁ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ବୈଠକ ର ନିଷ୍ପତ୍ତି ଅନୁଯାୟୀ ପୁରାତନ ଛାତ୍ରଛାତ୍ରୀ ପରିଷଦ ଗଠନ କରାଯାଇଥିଲା । ସଭାପତି -ରଶ୍ମି ରଞ୍ଜନ ପ୍ରଧାନ ଉପସଭାପତି – ବିଶ୍ୱ ରଞ୍ଜନ ପାତ୍ର, ସମ୍ପାଦକ – ନିଶିକାନ୍ତ ପ୍ରଧାନ, ଯୁଗ୍ମ ସମ୍ପାଦକ- ରାଜେନ୍ଦ୍ର ଦାଶ କୋଷାଧକ୍ଷ – ଶୁଭଦୀପ ଗୁପ୍ତାଙ୍କୁ ମନୋନୀତ କରାଯାଇଥିବା ବେଳେ ୪ଜଣିଆ ଉପଦେଷ୍ଟା ଓ ୪ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି ।
